ଅନ୍ଲାଇନ୍ ଅର୍ଡର ହେଇଥିଲା ୫୦ ଇଞ୍ଚ ସ୍ମାର୍ଟ ଟିଭି; ବକ୍ସରେ ମିଳିଲା ଏମିତି ଜିନିଷ

ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଅନଲାଇନରେ ଟିଭି କିଣି ଠକାମୀର ଶିକାର ହୋଇଛନ୍ତି ଜଣେ ଗ୍ରାହକ ।

ଅନ୍ଲାଇନ୍ ଅର୍ଡର ହେଇଥିଲା ୫୦ ଇଞ୍ଚ ସ୍ମାର୍ଟ ଟିଭି

ଅନ୍ଲାଇନ୍ ଅର୍ଡର ହେଇଥିଲା ୫୦ ଇଞ୍ଚ ସ୍ମାର୍ଟ ଟିଭି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ:  ଆଜିକାଲି ପ୍ରାୟ ସମସ୍ତେ ଅନଲାଇନ୍ ସପିଂ ଦ୍ୱାରା ନିଜର ସମୟ ସଞ୍ଚୟ କରୁଛନ୍ତି। କେବଳ ଏତିକି ନୁହେଁ, କୌଣସି ସ୍ଥାନକୁ ନ ଯାଇ ଘରେ ବସି ମୋବାଇଲ୍ କିମ୍ବା ଲାପଟପରେ ନିଜର ପ୍ରିୟ ଜିନିଷ ଅର୍ଡର କରିପାରୁଛନ୍ତି, ଯାହା କିଛି ଘଣ୍ଟା ମଧ୍ୟରେ ନିଜ ପାଖୁ ପହଞ୍ଚିପାରୁଛି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଠକାମୀର ଶିକାର ହୁଅନ୍ତି। ଅନେକ ଥର ଖବର ସାମ୍ନାକୁ ଆସିଛି ଯେ ଲୋକମାନେ କିଛି ଅର୍ଡର କରନ୍ତି ଏବଂ ଘରେ ଅନ୍ୟ କିଛି ପାଆନ୍ତି। ଏପରି ପରିସ୍ଥିତିରେ, ଏହାକୁ ଏଡାଇବା ପାଇଁ, ଲୋକମାନେ ଠିକ୍ ଭାବରେ ଯାଞ୍ଚ କରିବା ଉଚିତ। ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ।

ଜଣେ ବ୍ୟକ୍ତି ତାଙ୍କ ଘରେ ଅନ୍ଲାଇନରେ ୫୦ ଇଞ୍ଚ୍ ଟିଭି ଅର୍ଡର କରିଥିଲେ, କିନ୍ତୁ ଯେତେବେଳେ ସେ ଘରେ ଟିଭି ଖୋଲିଲେ ସେତେବେଳେ ସେ ଅନୁଭବ କଲେ ଯେ ଟିଭି ୫୦ ଇଞ୍ଚରୁ ଛୋଟ। ଯେତେବେଳେ ସେ ଏକ ଇଞ୍ଚ ଟେପ୍ ଦ୍ଵାରା ଟିଭି ମାପିଲେ, ଏହା ଛୋଟ ଆକାରର ଥିଲା। ଅନଲାଇନରେ ଭାଇରାଲ ହୋଇଥିବା ଏକ ସ୍କ୍ରିନସଟରେ, ବ୍ୟକ୍ତିଜଣଙ୍କ ୪୫ ଇଞ୍ଚ ଟିଭି ପାଇଥିବାର ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି।

ଅନଲାଇନ୍ ସପିଂ ସୁବିଧାଜନକ ହୋଇପାରେ, କିନ୍ତୁ ଏଥିରେ ମଧ୍ୟ ଏକ ବିପଦ ଅଛି, କାରଣ କିଏ କେତେବେଳେ ଭି ଠକାମିର ଶିକାର ହୋଇପାରନ୍ତି। ଅନେକ ଥର, ଏପରି ବହୁତ୍ ଘଟଣାକୁ ସାମ୍ନାକୁ ଆସିଛି। ସ୍କ୍ରିନସଟ ପ୍ରତି ଧ୍ୟାନ ଦେଇ ୬୪୨ ଲୋକ କମେଣ୍ଟ ମଧ୍ୟ କରୁଛନ୍ତି। ଅନେକ ଲୋକ କହିଛନ୍ତି ଯେ ଟିଭି ତ୍ରିକୋଣୀୟ ଭାବରେ ମାପ କରାଯାଏ, ସେହି ଅନୁଯାୟୀ ଟିଭିର ଆକାର ସମ୍ପୂର୍ଣ୍ଣ ସଠିକ୍ ହେବ। ସେହିଭଳି, ଅନେକ ଲୋକ କହିଛନ୍ତି ଯେ ଟିଭି ସଠିକ୍ ଆକାରରେ ଆସିଛି, ଆପଣ ଏହାକୁ ଭୁଲ୍ ମାପ କରିଛନ୍ତି।
Published by:Soumyashree Mishra
First published: