ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବିକ୍ରି ହେବ ପିଆଜ! NAFED କହିଲା ଯୋଜନା

ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ବୃଦ୍ଧି ମଧ୍ୟରେ NAFED ବର୍ତ୍ତମାନ ଏକ ସ୍ୱତନ୍ତ୍ର ଯୋଜନା ଉପରେ କାମ କରୁଛି । NAFED ର ନିର୍ଦ୍ଦେଶକ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜ ଆସିବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ମଧ୍ୟ ଦର ବୃଦ୍ଧିର ନିୟନ୍ତ୍ରଣ ଲାଗିପାରିବ ।

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବିକ୍ରି ହେବ ପିଆଜ! NAFED କହିଲା ଯୋଜନା
ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବିକ୍ରି ହେବ ପିଆଜ!
  • News18 Odia
  • Last Updated: October 24, 2020, 3:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଖୁବ୍ ଶୀଘ୍ର ବଜାରରେ ଶସ୍ତା ଦରରେ ପିଆଜ ବିକ୍ରି ହେବା ଆରମ୍ଭ ହୋଇଯିବ । NAFED ଏଥିପାଇଁ ଏକ ଯୋଜନା ଉପରେ କାମ କରିବା ଆରମ୍ଭ କରିଛି । NAFED ର ନିର୍ଦ୍ଦେଶକ କହିଛନ୍ତି ଯେ ଆସନ୍ତା ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜ ଆସିବ ବୋଲି ଆଶା କରାଯାଉଛି । ଏହା ପରେ ପିଆଜର ଦର ଆପକୁ ଆପ ହ୍ରାସ ପାଇବ । ଅନ୍ୟପକ୍ଷରେ NAFED ନିଜର ଗୋଦାମରୁ ବିଭିନ୍ନ ରାଜ୍ୟ ମାନଙ୍କୁ ପିଆଜ ପଠାଇବା ଆରମ୍ଭ କରିଛି । ସଫଳ ଷ୍ଟୋରରେ ଶସ୍ତାରେ ପିଆଜ ମଧ୍ୟ ବିକ୍ରି ହେଉଛି । ନାଫେଡ୍ ନିର୍ଦ୍ଦେଶକ କହିଛନ୍ତି ଯେ ପିଆଜର କିଛି ଫସଲ ଖରାପ ହୋଇଯିବ ଯୋଗୁଁ ପିଆଜ ଦରରେରେ ଏହି ବିରାଟ ପାର୍ଥକ୍ୟ ଦେଖାଯାଉଛି ।

୨୧ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ପିଆଜ ପଠାଇବ NAFED
NAFED ନିର୍ଦ୍ଦେଶକ ଅଶୋକ ଠାକୁର ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ନ୍ୟୁଜ୍ ୧୮ ଇଣ୍ଡିଆକୁ କହିଛନ୍ତି ଯେ  ୨୧ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ଶୀଘ୍ର ରାଜ୍ୟ ମାନଙ୍କୁ ପିଆଜ ପଠାଯିବ । ଏହା ପରେ ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଗ କରି ରାଜ୍ୟମାନେ ସେହି ପିଆଜକୁ ବଜାରରେ ନିଜସ୍ୱ ଦର ଅନୁଯାୟୀ ବିକ୍ରି କରିପାରିବେ । ଏଥି ସହିତ ଦିଲ୍ଲୀରେ ଆମେ ସଫଳ ଦୋକାନରେ କିଲୋଗ୍ରାମ ପିଛା ୨୮ ଟଙ୍କା ଦରରେ ପିଆଜ ବିକ୍ରି କରୁଛୁ । ବିଶେଷଜ୍ଞଙ୍କ ଅନୁଯାୟୀ NAFED ରୁ ୨୧ ଟଙ୍କା ଦରରେ ପିଆଜ ପାଇବା ପରେ ରାଜ୍ୟ ନିଜର ଖର୍ଚ୍ଚ ଯୋଡି କିଲୋଗ୍ରାମ ପିଛା ସର୍ବାଧିକ ୩୦ ଟଙ୍କା ଦରରେ ବିକ୍ରି କରିପାରିବ ।

NAFED ପାଖରେ କେବଳ ୨୫ ହଜାର ଟନ୍ ପିଆଜ ଷ୍ଟକ୍ ଅଛି
କେନ୍ଦ୍ର ସରକାରଙ୍କ ପାଖରେ ବଫର ଷ୍ଟକରେ (Onion Buffer Stock) ମାତ୍ର ୨୫ ହଜାର ଟନ୍ ପିଆଜ ବାକି ଅଛି । ଯାହା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହୋଇଯିବ । ନାଫେଡ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ଚାଡା ଶୁକ୍ରବାର ଦିନ ଏହି ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଘରୋଇ ଉପଲବ୍ଧତା ବୃଦ୍ଧି ଓ ପିଆଜ ଦର ହ୍ରାସ କରିବାକୁ ନାଫେଡ୍ ପିଆଜର ବଫର୍ ଷ୍ଟକ୍ ଅନଲୋଡ୍ କରୁଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ପିଆଜ ଦର କିଲୋଗ୍ରାମ ପିଛା ୭୫ ଟଙ୍କାକୁ ବୃଦ୍ଧି ପାଇଛି ।

ପିଆଜର ବଫର୍ ଷ୍ଟକ୍ ନାଫେଡ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓ ପରିଚାଳିତ । ଯାହାଦ୍ୱାରା ଆବଶ୍ୟକ ସମୟରେ ଏହାକୁ ବ୍ୟବହାର କରାଯାଇପାରିବ । ଚଳିତ ବର୍ଷ ନାଫେଡ୍ ବଫର୍ ଷ୍ଟକ୍ ପାଇଁ ୧ ଲକ୍ଷ ଟନ୍ ପିଆଜ କ୍ରୟ କରିଥିଲା । ବର୍ତ୍ତମାନ ପିଆଜର ବଢୁଥିବା ଦରକୁ ଅଙ୍କୁଶ ଲଗାଇବା ପାଇଁ ଏହାର ବ୍ୟବହାର କରାଯାଉଛି ।
Published by: Jagdish Barik
First published: October 24, 2020, 3:13 PM IST
corona virus btn
corona virus btn
Loading