Russia Ukraine War : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଲା; ପୁତିନଙ୍କ ସେଲିବ୍ରେସନ ଡେ, ବିଶ୍ବ ଯୁଦ୍ଧ ନିଶ୍ଚିତ !

କୁ ବର୍ଷେ ପୂରିଲା; ପୁତିନଙ୍କ ସେଲିବ୍ରେସନ ଡେ, ବିଶ୍ବ ଯୁଦ୍ଧ ନିଶ୍ଚିତ !

କୁ ବର୍ଷେ ପୂରିଲା; ପୁତିନଙ୍କ ସେଲିବ୍ରେସନ ଡେ, ବିଶ୍ବ ଯୁଦ୍ଧ ନିଶ୍ଚିତ !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Russia Ukraine War : ଆଜିକୁ ଠିକ୍ ବର୍ଷେ ତଳେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷିଆ । ଏବେ ବି ଯୁଦ୍ଧ ଭୂଇଁରେ ଗର୍ଜୁଛି ବନ୍ଧୁକ, ଆକାଶରୁ ହେଉଛି ମିସାଇଲ୍ ମାଡ଼, ଆଗକୁ ବଢୁଛି ଟ୍ୟାଙ୍କ । ୟୁକ୍ରେନର ବଡ଼ ବଡ଼ ସହର ଏବେ ମରୁଭୂମି ପାଲଟିବାକୁ ବସିଲାଣି । ରାଜଧାନୀ କିଭ୍ ସହ ଖାରକିଭ୍, ମାରିୟୁପୁଲ, ଓଡ଼େଶା ଭଳି ସହର ଏବେ ଧ୍ବଂସସ୍ତୂପରେ ପରିଣତ ହୋଇଛି । ବଡ଼ ବଡ଼ ସାମରିକ ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ମାଟିରେ ମିଶିଯାଇଛି । କହିବାକୁ ଗଲେ ଅସ୍ତିତ୍ବ ହରାଇସାରିଛି ୟୁକ୍ରେନ । ୟୁକ୍ରେନର ଯାହା କ୍ଷତି ହୋଇଛି ତାହାର ଭରଣା କରିବା ଏତେଟା ସହଜ ହେବନି । ସଂଘର୍ଷରେ ଏଯାଏ ପାଖାପାଖି ୨ ଲକ୍ଷ ଯବାନଙ୍କ ଜୀବନ ଗଲାଣି । ୟୁକ୍ରେନର ୧ ଲକ୍ଷରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ଏହାସହ ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ଉଭୟ ପକ୍ଷରୁ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ମହାଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଛି ପରମାଣୁ କେନ୍ଦ୍ର ଏବଂ ବିଜୁଳି ଗ୍ରୀଡ୍ । ଯୋଗଯୋଗ ମଧ୍ୟ ପ୍ରଭାବିତ ହୋଇଛି । ଲକ୍ଷାଧିକ ଲୋକ ୟୁକ୍ରେନ ଛାଡ଼ିଥିବା ବେଳେ, ଏବେ ବି ଅନେକ ଶରଣାର୍ଥୀ କ୍ୟାମ୍ପରେ ପଡ଼ି ରହିଛନ୍ତି ।

ଯୁଦ୍ଧ ଯୋଗୁଁ ରୁଷିଆ କେତେ କ୍ଷତିଗ୍ରସ୍ତ ?

ରୁଷିଆ ପକ୍ଷରୁ ୯୦ ହଜାର ସୈନ୍ୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଆଗକୁ ଯୁଦ୍ଧାସ୍ତ୍ର ସଙ୍କଟ ମଧ୍ୟ ଆସୁଥିବା ଜଣାପଡ଼ିଛି । ଆର୍ଥିକ କ୍ଷେତ୍ରରେ ଘାଟାରେ ଚାଲିଛି ରୁଷିଆ । ପଶ୍ଚିମ ଦେଶ ସହ ଅନେକ ଦେଶ ରୁଷିଆ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି । ବ୍ୟବସାୟିକ କାରବାର ଧୀମାରେ ଚାଲିଛି । ଆର୍ଥିକ ସ୍ଥିତି ଏଡ଼଼ାଇବାକୁ ଅନେକ ପଦକ୍ଷେପ ନେଇଛନ୍ତି ପୁତିନ ପ୍ରଶାସନ । ଯୁଦ୍ଧ ଚାଲୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ଯା ମଧ୍ୟ କମି କମି ଯାଉଛି । ସେହିଭଳି ଯୁଦ୍ଧରେ ରୁଷିଆର କିଛି ସାମରିକ ପ୍ରତିଷ୍ଠାନ ଓ ତୈଳ ଲାଇନ୍ ପାଇପ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଭଳିକି ପୁତିନଙ୍କ ବିରୋଧରେ ନିଜ ଦେଶରେ ଅସନ୍ତୋଷ ବଢିବାରେ ଲାଗିଛି ।

ରୁଷିଆର ସେଲିବ୍ରେସନ ଡେ

ଯୁଦ୍ଧକୁ ବର୍ଷେ ପୂରିଥିବାରୁ ଆଜିକୁ ବିଜୟ ଦିନ ଭାବେ ପାଳନ କରୁଛି ରୁଷିଆ । ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୟୁକ୍ରେନ୍ ଦଖଲ କରିନାହାନ୍ତି ରୁଷିଆ ସେନା । ତଥାପି ଅଧାରୁ ଅଧିକ ଅଞ୍ଚଳ ଏବେ ମସ୍କୋ ସେନା ହାତରେ ରହିଛି । ଏଣୁ ଏହା ରୁଷିଆର ବିଜୟ ବୋଲି ଦାବି କରି ଆସୁଛି କ୍ରେମଲିନ । ଦେଶବାସୀଙ୍କ ଉଦ୍ଦେଶ୍ଯରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ପୁତିନ । କହିଛନ୍ତି, ରୁଷିଆ ୟୁକ୍ରେନରେ ନିଜର ଐତିହାସିକ ଭୂମି ପାଇଁ ଲଢେଇ ଜାରି ରଖିଛି । ରୁଷିଆ ସେନା ମଧ୍ୟ ପୁତିନଙ୍କ ସ୍ବରରେ ସ୍ବର ମିଳାଇ, ମସ୍କୋ ବିଜୟର ସ୍ବାଦ ଚାଖିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୁତିନ ।

ପଢନ୍ତୁ ଏହି ଖବର : http://ମାଲଦା ସମୁଦ୍ର କୂଳରୁ ଧରା ହେଲା ୩୦ ହଜାର ଟଙ୍କାର ବିରଳ ମାଛ

ରୁଷିଆ-ୟୁକ୍ରେନ ଯୁଦ୍ଧର କାରଣ କଣ ?

ୟୁକ୍ରେନ୍ ଏବଂ ରୁଷିଆ ହିଁ ପରସ୍ପରର ପଡ଼ୋଶୀ । କିନ୍ତୁ ୟୁରୋପୀୟ ସଂଘ ଏବଂ ନାଟୋ ସହ ୟୁକ୍ରେନର ଭାବ, ସୃଷ୍ଟି କରିଛି ଏଭଳି ଅଭାବନୀୟ ପରିସ୍ଥିତି । ପ୍ରଥମେ ୟୁରୋପୀୟ ସଂଘରେ ସାମିଲ ହେବାକୁ ଚାହୁଁଛି ୟୁକ୍ରେନ୍ । ୟୁରୋପୀୟ ସଂଘରେ ସାମିଲ ହେବା ପରେ ହିଁ ୟୁକ୍ରେନ ହୋଇପାରିବ ନାଟୋର ସଦସ୍ୟ । ଆଉ ଏହା ଉପଲବ୍ଧ ହେଲେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କଠାରୁ ସମ୍ପୂର୍ଣ୍ଣ ସାମରିକ ସାହାଯ୍ୟ ଓ ସମର୍ଥନ ୟୁକ୍ରେନକୁ ମିଳିପାରିବ । ୧୯୯୧ରୁ ୨୦୧୪, ୟୁକ୍ରେନରେ ସବୁକିଛି ଠିକଠାକ୍ ଚାଲୁଥିଲା । ୨୦୧୪ରେ ୟୁକ୍ରେନର ରାଷ୍ଟ୍ରପତି ହେଲେ ପେଟ୍ରୋ ପୋରୋସେଙ୍କୋ । ସେ ଥିଲେ ରୁଷିଆର ସମର୍ଥକ। ୟୁକ୍ରେନକୁ ୟୁରୋପୀୟ ସଂଘରେ ସାମିଲ ନକରିବାକୁ ସେତେବେଳର ରାଷ୍ଟ୍ରପତି ପେଟ୍ରୋଙ୍କୁ କହିଥିଲା ରୁଷିଆ । ଆଉ ପେଟ୍ରୋ ବି ତାହା କେବେ ହେବାକୁ ଦେଉ ନଥିଲେ । କିନ୍ତୁ ଅଧିକାଂଶ ୟୁକ୍ରେନବାସୀ ଚାହୁଁଥିଲେ ସେମାନଙ୍କ ଦେଶ ୟୁରୋପୀୟ ସଂଘରେ ସାମିଲ ହେଉ। ଏହା ଏକ ଜନ ଆନ୍ଦୋଳନ ହେବା ପରେ ୨୦୧୯ ରାଷ୍ଟ୍ରପତି ନିର୍ବାଚନ ହାରିଲେ ପେଟ୍ରୋ । ଆଉ ନୂଆ ରାଷ୍ଟ୍ରପତି ହେଲେ ଭୋଲିଦିମିର ଜେଲେନ୍‌ସ୍କି । ୟୁକ୍ରେନବାସୀ, ୟୁରୋପୀୟ ସଂଘରେ ସାମିଲ ହେବାକୁ ଚାହୁଁଥିବା ୨୦୧୪ ପୂର୍ବରୁ ବାସ୍ନା ବାରି ସାରିଥିଲା ରୁଷିଆ । ଯେଉଁଥି ପାଇଁ ୨୦୧୪ରେ ୟୁକ୍ରେନ ଉପରେ ଆକ୍ରମଣ କରି କ୍ରିମିଆକୁ ତା’ଠାରୁ ଛଡ଼ାଇ ନେଇଥିଲା । କ୍ରିମିଆ ତଳେ ଥିବା କୃଷ୍ଣ ସାଗର ଉପରେ ମଧ୍ୟ କବ୍‌ଜା ଜାହିର୍ କଲା ରୁଷିଆ । କ୍ରିମିଆକୁ ୟୁକ୍ରେନ୍ ଠାରୁ ଛଡ଼ାଇ ନେବା ବେଳେ ବିଶ୍ବର କୌଣସି ଦେଶ, ରୁଷିଆ ବିରୋଧରେ ମୁହଁ ଖୋଲି ନଥିଲେ । ହେଲେ ଧିରେ ଧିରେ ଅସନ୍ତୋଷ କୁହୁଳିବାରେ ଲାଗିଥିଲା । ସ୍ଥିତି ଏଭଳି ହୋଇଥିଲା ୨୦୨୨ ଆରମ୍ଭରୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା ପାଇଁ ରଣନୀତି କରିଥିଲେ ପୁତିନ । ଆଉ ଫେବୃଆରି ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷିଆ ।

https://www.youtube.com/watch?v=zYAOH8uJVmw
Published by:Sujit Swain
First published: