News 18 Odia Digital
ନୂଆଦିଲ୍ଲୀ; ବିହାରର ଔରଙ୍ଗାବାଦ ସହ ଜଡ଼ିତ ଏକ ଚିଠି ସୋସିଆଲ ମିଡିଆରେ (Social Media) ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଏହି ଭାଇରାଲ ଚିଠି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ (tejashwi yadav) ଲେଖାଯାଇଛି। ଏହା ଲେଖିଥିବା ଝିଅ ଔରଙ୍ଗାବାଦ ଜିଲ୍ଲାର ଜଣେ ଯୁବ ଲେଖକ ପ୍ରଭାସ ବାନ୍ଧୁଲିଆଙ୍କ ସହ ଏକପାଖିଆ ପ୍ରେମରେ (One side love) ପଡିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଝିଅଟି ତାଙ୍କ ପ୍ରେମ ବିଷୟରେ ଉଲ୍ଲେଖ କରିବା ସହିତ ବେକାରୀ ବିଷୟରେ କହିଛି। ପ୍ରଭାତ ତାଙ୍କ ଲେଖା ଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।
ଭୋଜପୁରୀ ଶୈଳୀରେ ପିଙ୍କି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏକ ଚିଠି ଲେଖିଛନ୍ତି - 'ପ୍ରିୟ ତେଜସ୍ୱୀ ଜୀ, ଆପଣ ତ ଜାଣିଥିବେ କି ଆମେ ବହୁତ ଚିନ୍ତାରେ ଅଛୁ । ଆପଣ ତ ପ୍ରେମ ବିବାହ କରିଲେ, କିନ୍ତୁ ଆମ ବିବାହରେ ବେକାରୀ ସମସ୍ୟା ବାଧା ସାଜିଛି । ମୁଁ ଚାରି ବର୍ଷ ହେବ ପ୍ରଭାତ ବାନ୍ଧୁଲିଆଙ୍କୁ ଏକତରଫା ପ୍ରେମ କରିଆସୁଛି । କିନ୍ତୁ ସେ ଆଫେୟାର ବୟସରେ କରେଣ୍ଟ ଆଫେୟାର ପଢୁଛନ୍ତି। ସେ ଚାକିରି ପାଇଲେ ପ୍ରସ୍ତାବ ଦେବି ବୋଲି ଭାବିଥିଲି, କିନ୍ତୁ ତାଙ୍କର ଚାକିରି ହେଉନାହିଁ । ଗୋଟେ ପଟେ ଭ୍ୟାକେନ୍ସି ବାହାରୁନି, ଆଉ ବାହାରିଲେ ମଧ୍ୟ ପେପର ଲିକ୍ ହୋଇଯାଉଛି।
ଏହି ଖବର ପଢ଼ନ୍ତୁ -
http://ଭାଲେଣ୍ଟାଇନ୍ସ ଡେରେ ପାଳନ ହେବ' ଗୋ ଆଲିଙ୍ଗନ ଦିବସ'; ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀଚିଠିରେ ଏହା ଆହୁରି ଲେଖାଯାଇଛି ଯେ 'ସବୁକିଛି ଦେଖିବା ପରେ ଲାଗୁଛି ଯେ, ଏଥର ଭାଲେଣ୍ଟାଇନ୍ ଡେ ମଧ୍ୟ ଏହିପରି ସରିଯିବ ଓ ମୁଁ ପ୍ରସ୍ତାବ ଦେଇ ପାରିବିନି। ଅନ୍ୟପକ୍ଷରେ, ମୁଁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଓ ବାବା ମୋ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମୋର ସମସ୍ତ ସାଙ୍ଗମାନେ ବିବାହ କରି ସନ୍ତାନ ମଧ୍ୟ କଲେଣି । ଏସବୁ ଭାବି ମୋ ମନ ବହୁତ ନିରାଶ ହେବାକୁ ଲାଗୁଛି । ମୁଁ ଅନେକ ଆଶା ନେଇ ଏହି ଚିଠି ଲେଖୁଛି, ଚାକିରି ବ୍ୟବସ୍ଥା କରନ୍ତୁ, ନହେଲେ ଲେଖକ ବାବୁ ଅନ୍ୟ କିଛି ବ୍ୟବସ୍ଥା କରିବା ସହିତ ଫେରାର ହୋଇଯିବେ । ପ୍ରେମ ବିନା ଚାକିରି ନେଇ କ’ଣ କରିବି?
ପାଟନାରୁ ଆପଣଙ୍କର ଭୋଟର ତଥା ଲେଖକ ପ୍ରଭାତ ବାନ୍ଧୁଲିଆଙ୍କ ୱାନସାଇଡ୍ ପ୍ରେମିକା ପିଙ୍କିବିହାରର ରାଜଧାନୀ ପାଟନାର ୱାନସାଇଡ୍ ପ୍ରେମୀ ପିଙ୍କି ଭାଲେଣ୍ଟାଇନ୍ସ ସପ୍ତାହରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏହି ଚିଠି ଲେଖିଛନ୍ତି। ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଔରଙ୍ଗାବାଦର ପ୍ରଭାତ ବାନ୍ଧୁଲିଆଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ପିଙ୍କିଙ୍କ ଦ୍ୱାରା ଲିଖିତ ଏହି ଚିଠି ଟ୍ୱିଟର ସମେତ ଅନ୍ୟ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।