Mormon Temple: ୫୦ ବର୍ଷ ପରେ ଖୋଲିଲା ଆମେରିକାର ସବୁଠାରୁ ରହସ୍ୟମୟ ଅଟ୍ଟାଳିକା

US Mormon Temple: ଆମେରିକାର ସବୁଠାରୁ ରହସ୍ୟମୟ ଅଟ୍ଟାଳିକା ମଧ୍ୟରୁ ମର୍ମନ୍ ମନ୍ଦିର ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ଖୋଲା ଯାଇଛି। କେବଳ ଚର୍ଚ୍ଚର ମନୋନୀତ ଲୋକେ ଏହି ମନ୍ଦିରକୁ ଯାଇପାରିବେ। ଗତ ୫୦ ବର୍ଷ ଧରି ଏହା ସମସ୍ତଙ୍କ ପାଇଁ ବନ୍ଦ ରହିଥିଲା।

୫୦ ବର୍ଷ ପରେ ଖୋଲିଲା ଆମେରିକାର ସବୁଠାରୁ ରହସ୍ୟମୟ ଅଟ୍ଟାଳିକା

୫୦ ବର୍ଷ ପରେ ଖୋଲିଲା ଆମେରିକାର ସବୁଠାରୁ ରହସ୍ୟମୟ ଅଟ୍ଟାଳିକା

  • Share this:
News18 Odia Digital

US Mormon Temple: ଆମେରିକାର ସବୁଠାରୁ ରହସ୍ୟମୟ ଅଟ୍ଟାଳିକା ମଧ୍ୟରୁ ମର୍ମନ୍ ମନ୍ଦିର ହେଉଛି ପ୍ରାୟ ୫୦ ବର୍ଷ ପରେ ଜନସାଧାରଣଙ୍କ ପାଇଁ ଖୋଲାଯାଉଛି। ତେବେ ଏଠାକୁ ଯିବାକୁ ହେଲେ ଲୋକଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଧଳା ପୋଷାକ ପିନ୍ଧିବାକୁ ପଡ଼ିବ ଓ ସେମାନେ ମନ୍ଦିର ବାହାରେ ପିନ୍ଧିଥିବା ପୋଷାକ କାଢ଼ିକୁ ହେବ। ବର୍ତ୍ତମାନ, କେବଳ ଶେଷ ଦିନର ସାଧୁମାନଙ୍କ ଯୀଶୁ ଖ୍ରୀଷ୍ଟଙ୍କ ଚର୍ଚ୍ଚର ସଦସ୍ୟମାନେ ଏହି ମନ୍ଦିର ପରିଦର୍ଶନ କରିପାରିବେ।

ସୁନାର ମୀନାର

ଏହି ମନ୍ଦିର ମେରିଲ୍ୟାଣ୍ଡର କେନ୍ସିଙ୍ଗଟନରେ ଉପସ୍ଥିତ। ଏଥିରେ ୬ଟି ସୁନା ମୀନାର ଅଛି। ଏହା ସହିତ ଏହାର କାନ୍ଥଗୁଡ଼ିକ ସମ୍ପୂର୍ଣ୍ଣ ଧଳା ଓ ଏହି ମନ୍ଦିରର ଚାରିପାଖରେ ଗଛ ଲହାଯାଇଛି। ଚର୍ଚ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲୋକ ଭାବନ୍ତି ଯେ ଆମେ ଯାହା କରିଥାଉ ତାହା ଏକ ରହସ୍ୟ, କିନ୍ତୁ ଏହି ମନ୍ଦିରଗୁଡ଼ିକ କେବଳ ଆମ ପାଇଁ ପବିତ୍ର।

ମନ୍ଦିରର ସୁନ୍ଦର ପରିସର

ଆମେରିକୀୟ ଗଣମାଧ୍ୟମକୁ ଏହି ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ସେ ଦେଖିଲେ ଯେ ମନ୍ଦିରର ଭିତର ଅଂଶ ଅତ୍ୟନ୍ତ ଚମତ୍କାର। ଯେଉଁଥିରେ ୭୫୦,୦୦୦ ଲୋକଙ୍କର ଏକ ବିରାଟ ଜନସମାଗମ ହୋଇପାରେ। ଏହାପୂର୍ବରୁ, ୧୯୭୪ ମସିହାରେ ତତ୍କାଳୀନ ପ୍ରଥମ ମହିଳା ବେଟି ଫୋର୍ଡ ମନ୍ଦିର ପରିଦର୍ଶନ କରିଥିଲେ।

ଏପ୍ରିଲ ୨୭ ପର୍ଯ୍ୟନ୍ତ ଖୋଲା ରହିବ

ଏହି ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଏପ୍ରିଲ ୧୯ ରୁ ୨୭ ପର୍ଯ୍ୟନ୍ତ ଖୋଲା ରହିବ। ୧,୬୦,୦୦୦ ବର୍ଗଫୁଟରେ ନିର୍ମିତ ଏହି ମନ୍ଦିରର ନବୀକରଣ କାର୍ଯ୍ୟ ୨୦୧୮ରେ ବନ୍ଦ ହୋଇଯାଇଥିଲା। ଏହା ପରେ କରୋନା ପାଣ୍ଡେମିକ୍ କାରଣରୁ ଲକଡାଉନ୍ ହେତୁ ଏହାକୁ ଖୋଲିବାରେ ବିଳମ୍ବ ହୋଇଥିଲା।

ଭିତର ଓ ବାହାର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ

ମନ୍ଦିର କମ୍ପ୍ଲେକ୍ସରେ ନିର୍ମିତ ପୁଷ୍କରିଣୀ ପଛରେ ୧୨ଟି ଷଣ୍ଢର ମୂର୍ତ୍ତି ଅଛି, ଯାହା ଇସ୍ରାଏଲର ୧୨ଟି ଜନଜାତିର ପ୍ରତିନିଧିତ୍ୱ କରେ। ବିବାହ ପାଇଁ ଏଠାରେ ଏକ 'ଛାତ କୋଠରୀ' ମଧ୍ୟ ତିଆରି କରାଯାଇଛି। ୱାଶିଂଟନ୍‌ର ସ୍ଥାନୀୟ ଚର୍ଚ୍ଚ ନେତା ଡେଭିଡ ଓରିଅନ କହିଛନ୍ତି ଯେ ଏହି ମନ୍ଦିର ଭିତର ପଟୁ ଯେତିକି ସୁନ୍ଦର ସେତିକି ବାହାର ମଧ୍ୟ। ଆମେ ଏଠାରେ ନିଜକୁ ଚିହ୍ନିବା ପାଇଁ ଲୋକଙ୍କୁ ନିମନ୍ତ୍ରଣ କରୁଛୁ।
Published by:Lipina Das
First published: