News18 Odia Digital
ପଞ୍ଜାବ: ପଞ୍ଜାବରେ ୱାନ ବିଧାୟକ, ୱାନ ପେନସନ୍ ଆଇନ ଲାଗୁ ହୋଇଛି। ଏହା ସହ ଏକରୁ ଅଧିକ ପେନସନ୍ ପ୍ରଦାନ କରୁଥିବା ଦଶନ୍ଧି ପୁରୁଣା ଆଇନ ଶେଷ ହୋଇଛି।
ପଞ୍ଜାବରେ ମାନ ସରକାର ଦେଇଥିବା ବିଲ୍ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ଜାରି କରାଯାଇଛି।
ବର୍ତ୍ତମାନଠାରୁ ବିଧାୟକମାନେ କେବଳ ଗୋଟିଏ ଅବଧି ପାଇଁ ପେନସନ୍ ପାଇବେ। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ବିଟ କରି କହିଛନ୍ତି, ‘‘ପଞ୍ଜାବୀଙ୍କୁ ଜଣାଇ ମୁଁ ବହୁତ ଖୁସି ଯେ ମାନ୍ୟବର ରାଜ୍ୟପାଳ ଜି ୱାନ ବିଧାୟକ ୱାନ ପେନସନ୍ ବିଲ୍ ଅନୁମୋଦନ କରିଛନ୍ତି।’’
ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହା ଜନସାଧାରଣଙ୍କ ପାଇଁ ଅନେକ ଟିକସ ସଞ୍ଚୟ କରିବ।
୨୫୦ ପୂର୍ବତନ ବିଧାୟକ ପେନସନ ସେବା ପାଇଛନ୍ତିଗୋଟିଏ କାର୍ଯ୍ୟକାଳ ପୂରଣ କରିବା ପରେ, ଯେକୌଣସି ବିଧାୟକ ପେନସନ୍ ଭାବରେ ୭୫ ହଜାର ଟଙ୍କା ପାଆନ୍ତି। ଏହା ପରେ, ସେହି ୭୫ ହଜାର ବ୍ୟତୀତ, ପରବର୍ତ୍ତୀ କାର୍ଯ୍ୟକାଳ ପାଇଁ ୬୬ ପ୍ରତିଶତ ପେନସନ୍ ରାଶି ଉପଲବ୍ଧ ହୁଏ।
ଏହି ବିଲ୍ ପୂର୍ବରୁ ନିୟମ ଥିଲା ଯେ ଯଦି ଜଣେ ବିଧାୟକ ପାଞ୍ଚ ଥର ନିର୍ବାଚନରେ ଜିତନ୍ତି, ତେବେ ସେ ପାଞ୍ଚ ଥର ପେନସନ୍ ସେବାର ଲାଭ ପାଇପାରିବେ। ବର୍ତ୍ତମାନ ପ୍ରାୟ ୨୫୦ ପୂର୍ବତନ ବିଧାୟକ ଏହି ପେନ୍ସନ୍ ସେବା ପାଇଛନ୍ତି। ଏଥି ସହିତ, ୱାନ ବିଧାୟକ, ୱାନ ପେନସନ୍ ଆଇନ ଲାଗୁ ହେବା ପରେ, ବର୍ତ୍ତମାନଠାରୁ ଜଣେ ବିଧାୟକ କେବଳ ଗୋଟିଏ ପେନସନ୍ ପାଇବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।