ମଣିପୁର ବ୍ଲାଷ୍ଟରେ ଜଣଙ୍କର ମୃତ୍ୟୁ, ୪ ଜଣ ଆହତ
News18 Odia Digital
Manipur Blast: ସୋମବାର ମଣିପୁର ଖୋଙ୍ଗଜୋମ ପୋଲିସ ଷ୍ଟେସନ ଅନ୍ତର୍ଗତ ଥୋବାଲ ଜିଲ୍ଲାର ସପାମ ମାୟାଇ ଲାଇକାଇ ଠାରେ ଥିବା ଏକ କମ୍ୟୁନିଟି ହଲ ଭିତରେ ସନ୍ଦେହଜନକ ଆଇଇଡି ବିସ୍ଫୋରଣ ହେବା ପରେ ଅତି କମରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି।
ପୋଲିସର ସୂଚନାନୁସାରେ, IED ରାତି ପ୍ରାୟ ୧.୧୪ରେ କମ୍ୟୁନିଟି ହଲରେ ବିସ୍ଫୋରଣ ହୋଇଥିଲା ଯେଉଁଠାରେ ୱାଟର ଟାଙ୍କି ନିର୍ମାଣକାରୀ କମ୍ପାନୀ କୋୟା ଓ ଜିସିସିସିରେ ନିୟୋଜିତ କିଛି ଅଣ ମଣିପୁରୀ ରହିଥିଲେ।
ଆହତ ଅବସ୍ଥାରେ ସମସ୍ତଙ୍କୁ ଥୁବାଲ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଆହତମାନଙ୍କୁ ଇମ୍ଫାଲରେ ଜେଏନଏମଏସକୁ ପଠାଯାଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
ଅଧିକ ଆବଶ୍ୟକୀୟ ତଦନ୍ତ ପାଇଁ ଖୋଙ୍ଗଜୋମ PSରେ ଏକ ମାମଲା ରୁଜୁ ହୋଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।