ଲଟେରି ଜିତିଲେ କେରଳ ଅଟୋ ଡ୍ରାଇଭର
- News18 Odia
- Last Updated :
- Other, India
News 18 Odia Digital
ତିରୁଅନନ୍ତପୁରମ: କେରଳର ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ଖୋଲିଦେଇଛି ଓନମ ଲଟେରି। ଗତକାଲି ତାଙ୍କର ୩ ଲକ୍ଷ ଟଙ୍କାର ଋଣ ମଞ୍ଜୁର ହୋଇଥିଲା। କିନ୍ତୁ ଆଜି ସେ ୨୫ କୋଟି ଟଙ୍କା ଲଟେରି ଜିତିଛନ୍ତି। ଶ୍ରୀବରହମର ଅନୁପ ପୁଣି ଗତକାଲି ଟିଜେ୭୫୦୬୦୫ ନମ୍ବରର ଟିକଟ କିଣିଥିଲେ। ଆଉ ଆଜି ଏଥିରେ ବିଜୟୀ ହୋଇଛନ୍ତି। ପ୍ରଥମେ ସେ ଏହାକୁ ବିଶ୍ବାସ କରି ପାରି ନଥିଲେ। ସେ ପ୍ରଥମେ ଯେଉଁ ଟିକଟ ନମ୍ବର ପସନ୍ଦ କରନ୍ତି ତାହା କିଣନ୍ତି ନାହିଁ। ପରେ ଅନ୍ୟ ଏକ ନମ୍ବର ବାଛନ୍ତି। ସେହି ଅନୁଯାୟୀ ସେ ଏହି ଟିକଟ କିଣିଥିଲେ।
ଗତ ୨୨ ବର୍ଷ ହେଲା ସେ ଲଟେରି ଟିକଟ କିଣି ଆସୁଛନ୍ତି। ଅନେକ ଥର ଲଟେରିରେ ଜିତିଥିଲେ ମଧ୍ୟ ସର୍ବାଧିକ ୫୦୦୦ ଟଙ୍କା ସେ ପୂର୍ବରୁ ଜିତିଥିଲେ। ଟିକସ କଟିବା ପରେ ତାଙ୍କୁ ପ୍ରାୟ ୧୫ କୋଟି ଟଙ୍କା ମିଳିପାରେ। ସେ ଏହି ଅର୍ଥରେ ପ୍ରଥମେ ପରିବାର ପାଇଁ ଏକ ଘର କରିବେ। ଏଥିସହିତ ପୂର୍ବରୁ କରିଥିବା ଋଣସବୁକୁ ପରିଶୋଧ କରିବେ ବୋଲି କହିଛନ୍ତି। ଏହା ବ୍ୟତୀତ ଅନୁପ କହିଛନ୍ତି ଯେ ସେ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ କିଛି ସାହାଯ୍ୟ କରିବେ, କିଛି ଦାନ କାମ କରିବେ ଏବଂ କେରଳର ହୋଟେଲ ସେକ୍ଟରରେ କିଛି ନୂଆ ଆରମ୍ଭ କରିବେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।