ସ୍ଵାଧୀନତା ଦିବସ ଅବସରରେ ୭୫ଟି ପର୍ବତ ଶିଖରରେ ତ୍ରିରଙ୍ଗା ଉଡାଇବେ ଆଇଟିବିପି ଯବାନ

'ଅଜାଦୀ କା ଅମୃତ ମହୋତ୍ସବ' ଅବସରରେ ଆଇଟିବିପି ଯବାନ ମାନେ ଏଲଏସିରେ ୭୫ଟି ପର୍ବତକୁ ଚଢି ପାଟ୍ରୋଲିଂ କରିବେ ୭୫ ଦିନ ପାଇଁ ।

 ଆଇଟିବିପି  ଯବାନ

ଆଇଟିବିପି ଯବାନ

  • Share this:
News 18 Odia Digital

Independence Day 2022 : 'ଅଜାଦୀ କା ଅମୃତ ମହୋତ୍ସବ' ଅବସରରେ ଇଣ୍ଡୋ-ତିବ୍ଦତୀୟ ସୀମାର ପୋଲିସର (ଆଇଟିବିପି) ଯବାନ ମାନେ ଚୀନ ଏଲଏସି ରେ ଥିବା ୭୫ଟି ପର୍ବତ ଶିଖରକୁ ଚଢି ପାଟ୍ରୋଲିଂ କରିବେ ୭୫ ଦିନ ପାଇଁ । ଆଇଟିବିପି ମୁଖପାତ୍ର ବିବେକ କୁମାର ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ 'ଅମୃତାରୋହନ' ପର୍ବତ ଠାରୁ ଏହି ଅଭିଯାନ ଅଗଷ୍ଟ ୧୫ ରୁ ହେବ ଓ ପୂର୍ବ ସୀମାର ବିଭିନ୍ନ ସ୍ଥାନରୁ ମଧ୍ୟ ଆରମ୍ଭ ହେବ।

ବିବେକ କୁମାର ପାଣ୍ଡେ ଆହୁରି କହିଛନ୍ତି ଯେ ଆରୋହଣ ହେବାକୁ ଥିବା ସମସ୍ତ ୭୫ ଟି ପର୍ବତ ଶିଖରଗୁଡିକ ଏଲଏସି ସୀମାରେ ରେ । ଏଥିମଧ୍ୟରୁ ୩୩ଟି ପର୍ବତ ଲଦାଖରେ, ୧୬ଟି ଉତ୍ତରାଖଣ୍ଡରେ, ୧୧ଟି ସିକ୍କିମରେ, ୧୦ଟି ହିମାଚଳ ପ୍ରଦେଶରେ ଏବଂ ପାଞ୍ଚଟି ଅରୁଣାଚଳ ପ୍ରଦେଶରେ ଅଛି । ୧୫ ଅଗଷ୍ଟ ରେ ୭୫ ଟି ପର୍ବତ ଉପରେ ଆଇଟିବିପି ଯବାନ ତ୍ରିରଙ୍ଗା ଉଡାଇବେ ।

ସବୁଠାରୁ ଉଚ୍ଚ ପାହାଡ଼

ଏହି ଅଭିଯାନରେ ସର୍ବୋଚ୍ଚ ପାହାଡ଼ ଶିଖର ୧୮,୭୫୦ ଫୁଟ ରହିଛି ଓ ଏହା ସିକ୍କିମରେ । ଏଥି ପାଇଁ  ଆଇଟିବିପି ଯବାନ ମାନେ ଏଲଏସିରେ ୭୫ ଦିନିଆ 'ରିଲେ ରେଞ୍ଜ ପାଟ୍ରୋଲ' (LRP) ଆରମ୍ଭ ହୋଇଛି । ଏହି ଯାତ୍ରା ଲଦାଖର କରାକୋରାମ ଠାରୁ ଅଗଷ୍ଟ ୧ ରୁ ଆରମ୍ଭ ହୋଇଛି ୭୫ ଦିନ ପୂରଣ କରିବା ପରେ ଅରୁଣାଚଳ ପ୍ରଦେଶର ଜାକେଲା ଠାରେ ଅକ୍ଟୋବର ୧୪ ରେ ଶେଷ ହେବ । ଏହି ସମୟ ମଧ୍ୟରେ ସୀମାରେ ପ୍ରାୟ ୭,୫୭୫ କିଲୋମିଟର ଦୂରତା ଅତିକ୍ରମ କରିବେ ।
Published by:Sujit Swain
First published: