ପତ୍ନୀ ଓ ସିନେ ତାରକା ଐଶ୍ୱର୍ଯ୍ୟାଙ୍କ ସହ ଅଭିନେତା ଅଭିଷେକ ବଚ୍ଚନ
News18 Odia Digital
ମୁମ୍ବାଇ: ଗତ ବେଶ୍ କିଛି ଦିନ ଧରି ନେପୋଟିଜିମ୍ (ଭାଇଭଣଜାବାଦ, nepotism) ଉପରେ ସୋସିଆଲ ମିଡିଆରେ (social media) ଏକ ବିରାଟ ବିତର୍କ ଚାଲିଛି । ଏହି କାରଣରୁ ବଲିଉଡରେ ସକ୍ରିୟ ଓ ସଫଳ ହୋଇଥିବା କରଣ ଜୋହର (Karan Johar) ଓ ଅନେକ ତାରକାଙ୍କ ପୁଅଝିଅମାନେ ଲୋକଙ୍କ ଟାର୍ଗେଟକୁ ଆସିଛନ୍ତି । ସୋସିଆଲ୍ ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା କମିବା ସହିତ ଅନେକ ଚଳଚ୍ଚିତ୍ର ନିର୍ମାତା ଓ ତାରକାଙ୍କ ପିଲାମାନେ ଘୃଣାପୂର୍ଣ୍ଣ ମନ୍ତବ୍ୟର ବି ସମ୍ମୁଖୀନ ହେଉଛନ୍ତି । ସୋନମ କପୁର (Sonam Kapoor) ଓ ସୋନାକ୍ଷୀ ସିହ୍ନାଙ୍କ (Sonakshi Sinha) ପରି ଅନେକ ସେଲିବ୍ରିଟି ଏହାର ଉପଯୁକ୍ତ ଉତ୍ତର ବି ଦେଇଛନ୍ତି । ଏବେ ଏହି ପ୍ରସଙ୍ଗରେ ଚାଲିଥିବା ବିତର୍କ ମଧ୍ୟରେ ଅଭିନେତା ଅଭିଷେକ ବଚ୍ଚନ (Abhishek Bachchan) ଙ୍କ ମନର ଯନ୍ତ୍ରଣା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଷ୍ଟାର ପିଲା ହୋଇଥିଲେ ବି ଇଣ୍ଡଷ୍ଟ୍ରିରେ ଅନେକ ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଅଭିଷେକ ବଚ୍ଚନ ନିକଟରେ ଇନଷ୍ଟାଗ୍ରାମରେ ନିଜ ଅନୁଭୂତି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ସିରିଜ୍ ଚଳାଉଛନ୍ତି, ଯେଉଁଥିରେ ସେ ତାଙ୍କ ଚଳଚ୍ଚିତ୍ର ଓ ପ୍ରତି ବର୍ଷ ସେ ସବୁ ସହ ଜଡିତ କାହାଣୀ ବିଷୟରେ ତଥ୍ୟ ପ୍ରକାଶ କରୁଛନ୍ତି । ସେହି କ୍ରମରେ ସେ ୨୦୦୯ ମସିହାକୁ ନେଇ ପ୍ରସ୍ତୁତ କରିଥିବା ଏକ ପୋଷ୍ଟରେ ତାଙ୍କୁ କେମିତି କାମ ପାଇବା ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକମାନଙ୍କୁ ବାରମ୍ବାର ଭେଟିବାକୁ ପଡ଼ୁଥିଲା ଓ ସମସ୍ତଙ୍କଠାରୁ କାମ ମାଗିବାକୁ ପଡ଼ୁଥିଲା ସେ ବିଷୟରେ କହିଛନ୍ତି । ତାଙ୍କୁ ବହୁ ଚେଷ୍ଟା ପରେ କାମ ମିଳିଥିଲା, କିନ୍ତୁ ଅନ୍ୟ ଏକ ସମସ୍ୟା ଘଟିଥିଲା ।
‘‘ଅନେକ ଲୋକ ଜାଣନ୍ତି ନାହିଁ ଯେ ୧୯୯୮ ମସିହାରେ ରାକେଶ ଓମ ପ୍ରକାଶ ମେହେରା ଓ ମୁଁ ଏକତ୍ର କରିୟର ଆରମ୍ଭ କରିବାକୁ ଯାଉଥିଲୁ । ସେ ମୋତେ ନିର୍ଦ୍ଦେଶନା ଦେବାକୁ ଯାଉଥିଲେ, ଆଉ ଏହି ପ୍ରକଳ୍ପର ନାମ ଥିଲା ‘ସମଝୌତା ଏକ୍ସପ୍ରେସ’ । କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ଆମକୁ ଲଞ୍ଚ କରିବାକୁ କେହି ମିଳିଲେ ନାହିଁ । ମୁଁ ଭୁଲିଗଲିଣି ଏଥି ପାଇଁ ମୁଁ କେତେ ନିର୍ମାତା ଓ ନିର୍ଦ୍ଦେଶଙ୍କ ଚକ୍କର ଲଗାଇଥିଲି ଗୋଟେ ଚାନ୍ସ ପାଇବା ପାଇଁ । କିନ୍ତୁ କିଛି ହୋଇପାରିଲା ନାହିଁ । ‘ସମଝୌତା ଏକ୍ସପ୍ରେସ’ ଆଜି ପର୍ଯ୍ୟନ୍ତ ତିଆରି ହୋଇପାରିଲା ନାହିଁ,’’ ଅଭିଷେକ ବଚ୍ଚନ ଏହି ପୋଷ୍ଟରେ କହିଛନ୍ତି ।

ଫିଲ୍ମ ‘ରିଫ୍ୟୁଜି’ର ସେଟରେ ନିର୍ମାତା-ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ସହ ଅଭିଷେକ ବଚ୍ଚନ
ଏହି ଫିଲ୍ମ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରି ନ ଥିବାରୁ ଅଭିଷେକ ଏବେ ବି ଦୁଃଖିତ । ସେ କହିଛନ୍ତି: ‘‘ଭାଗ୍ୟକୁ ଜେପି ସାହବଙ୍କୁ ମୋ’ ଚେହେରା ପସନ୍ଦ ଆସିଲା । ସେତେବେଳେ ମୁଁ ମୋର ବାଳ ଓ ଦାଢ଼ୀ ବଢ଼ାଇଥାଏଁ । ସେ ମୋତେ ନେଇ ‘ଆଖିରୀ ମୋଗଲ’ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ । ଯଦିଓ ସେହି ଫିଲ୍ମଟି ବି ଆଜି ପର୍ଯ୍ୟନ୍ତ ତିଆରି ହୋଇପାରିଲା ନାହିଁ, କିନ୍ତୁ ସେ ମୋତେ ‘ରିଫ୍ୟୁଜି’ (Refugee) ଫିଲ୍ମରେ କାମ ଦେଇଥିଲେ ।’’ ଏହି ପୋଷ୍ଟରେ ଅଭିଷେକ ଆହୁରି ଅନେକ ତଥ୍ୟ ସେୟାର କରିଛନ୍ତି ।
ଏହା ବି ପଢ଼ନ୍ତୁ: ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲାଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲାଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛିସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲାଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।