ରାସ୍ତା ମଝିରେ ଗାଡ଼ି ଅଟକାଇ ଶବଠୁ ଟିପ ଚିହ୍ନ ନେଲେ ଘର ଲୋକ!

ଏ କେମିତିକା ପରିବାର ଲୋକ! ଶବକୁ ରାସ୍ତା ଅଟକାଇ ନେଇ ନକଲି ଦଲିଲରେ ନେଲେ ଟିପ ଚିହ୍ନ!

ନକଲି ଦଲିଲରେ ନେଲେ ଟିପ ଚିହ୍ନ!

ନକଲି ଦଲିଲରେ ନେଲେ ଟିପ ଚିହ୍ନ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଏ କେମିତିକା ସମ୍ପର୍କିୟ! ଶବକୁ ରାସ୍ତା ଅଟକାଇ ନେଇ ଟିପ ଚିହ୍ନ, ସେ ବି ପୁଣି ନକଲି ଦଲିଲ ଉପରେ। ଆପଣଙ୍କୁ ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଥିବ, ଘଟଣା ତା ଠୁ ଅଧିକ ହୃଦୟ ବିଦାରକ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କମଳା ଦେବୀ ନାମକ ଜଣେ ମହିଳାଙ୍କ ମୃତ ଶରୀର ରାସ୍ତାରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଗାଡ଼ି ଅଟକାଇ କିଛି କାଗଜପତ୍ରରେ ମହିଳାଙ୍କ ଆଙ୍ଗୁଠି ଛାପ ନେଇଥିବାର ନଜର ଆସିଥିଲା।  ପରେ ଏହା ଆଧାରରେ ଦୋକାନ ଓ ସମ୍ପତ୍ତି କବ୍ଜା କରିନେଇଥିଲେ। ଯାହାର ଭିଡ଼ିଓ ଓ ଫଟୋ ଭାଇରାଲ ହେବା ପରେ ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଏହି ଘଟଣା ଉତ୍ତରପ୍ରଦେଶ ଆଗ୍ରାର ଓ ଏହା ୨୦୨୧ ମସିହାରେ ଭିଡିଓ ସୁଟ୍ କରାଯାଇଥିଲା। ଏହାକୁ ବିରୋଧ କରି ମୃତା ମହିଳାଙ୍କ ପୁତୁରା ଜିତେନ୍ଦ୍ର ଶର୍ମା ପୋଲିସ ନିକଟରେ ପହଞ୍ଚିଥିଲେ।

ମିଳିଥିବା ସୂଚନାନୁ ସାରେ, କମଳା  ୨୦୨୧ ମେ ୮ ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ। ବହୁ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ମୃତ ଦେହ ନେବା ସମୟରେ ତାଙ୍କ ଭିଣୋଇଙ୍କ ପିଲାମାନେ ଜଣେ ଓକିଲଙ୍କ ଉପସ୍ଥିତରେ ରାସ୍ତା ମଝିରେ ଗାଡି ଅଟକାଇ ଆଙ୍ଗୁଠି ଟିପ ଚିହ୍ନ ନେଇଥିଲେ ବୋଲି ସ୍ପଷ୍ଟ କରିଥିଲେ ଜିତେନ୍ଦ୍ର ଶର୍ମା। ଏହା କମଳା ଦେବୀଙ୍କର ହସ୍ତାକ୍ଷର ଥିଲା ଆଙ୍ଗୁଠି ଟିପ ଚିହ୍ନ ନୁହେଁ। ଏବାବଦରେ ଜିତେନ୍ଦ୍ର ଶର୍ମା ଜାଣିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଆଗ୍ରା ପୋଲିସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି।
Published by:Soumya Das
First published: