ବିରୋଧୀଙ୍କ ମୁହଁ ହୋଇପାରେ ତଳକୁ; ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ଓମ ପ୍ରକାଶ ରାଜଭର

ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ସମାଜବାଦୀ ପାର୍ଟିର ନେତା ଓମ୍ ପ୍ରକାଶ ରାଜଭର।

ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ଓମ ପ୍ରକାଶ ରାଜଭର

ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ଓମ ପ୍ରକାଶ ରାଜଭର

  • Share this:
News 18 Odia Digital

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ସମାଜବାଦୀ ପାର୍ଟିର ନେତା ଓମ୍ ପ୍ରକାଶ ରାଜଭର । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆଗରୁ ଓମ ପ୍ରକାଶ ସମର୍ଥନ କରିବା କଥା ପ୍ରକାଶ କରିଛନ୍ତି । ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସହ ଅଖିଲେଶ ଏକ ଭୋଜି କରିଥିଲେ । ଅନେକ ନେତାଙ୍କୁ ଭୋଜିରେ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଓମ ପ୍ରକାଶ ସେଥିରୁ ବାଦ ପଡ଼ିଥିଲେ । ଏପରି ଏକ ଅପମାନ କାରଣରୁ ଓମ ପ୍ରକାଶ ଏନଡିଏକୁ ସମର୍ଥନ କରିବା କଥା ଚର୍ଚ୍ଚା ହେଉଛି ।

ଏସପିଙ୍କ ସହିତ ମେଣ୍ଟ ନଭାଙ୍ଗି ରାଷ୍ଟ୍ରପତି ନିର୍ବାଚନରେ ଓମ ପ୍ରକାଶ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ । ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଘୋଷଣା କରିସାରିଛନ୍ତି । ଆଦିବାସୀ ସମ୍ପ୍ରଦାୟରୁ ଆସିଥିବାରୁ ମାୟାବତୀ ଦ୍ରୌପଦୀଙ୍କୁ ସମର୍ଥନ କରିବା କଥା କହିଥିଲେ । କେବଳ ସେତିକି ନୁହେଁ ବିରୋଧୀ ଦଳଙ୍କ ଉପରେ ଖୁବ ବର୍ଷିଥିଲେ ମାୟାବତୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାର ରାଷ୍ଟ୍ରପତି ନିର୍ବାଚନ ପାଇଁ ହେଉଥିବା ବୈଠକରେ ବିଏସପିକୁ ଡକାଯାଇନଥିଲା । ଏଥିସହ ବିଏସପିକୁ ପ୍ରଶଂସା କରି ମାୟାବତୀ କହିଛନ୍ତି ବିଏସପି କାହାକୁ ଅନୁସରଣ କରେନାହିଁ ।
Published by:Soubhagya Mishra
First published: