OFFER! Redmiର ଏହି ଚମତ୍କାର ଫୋନର ଦର ମାତ୍ର ୮,୯୯୯ ଟଙ୍କା; କ୍ୟାମେରା ଓ ବ୍ୟାଟେରୀ ଉଭୟ ଦମଦାର

ଜିଆଓମି ଏହି ଫୋନକୁ ମାତ୍ର ୮,୯୯୯ ଟଙ୍କାର ପ୍ରାରମ୍ଭିକ ଦରରେ ଲଞ୍ଚ କରିଛି । ଫୋନ୍ କିଣିବା ପାଇଁ ଗ୍ରାହକଙ୍କୁ ଅନେକ ପ୍ରକାରର ଅଫର୍ ମଧ୍ୟ ଦିଆଯାଉଛି ...

OFFER! Redmiର ଏହି ଚମତ୍କାର ଫୋନର ଦର ମାତ୍ର ୮,୯୯୯ ଟଙ୍କା; କ୍ୟାମେରା ଓ ବ୍ୟାଟେରୀ ଉଭୟ ଦମଦାର
Redmiର ଏହି ଚମତ୍କାର ଫୋନର ଦର ମାତ୍ର ୮,୯୯୯ ଟଙ୍କା
  • News18 Odia
  • Last Updated: September 28, 2020, 10:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଜିଆଓମିର ବଜେଟ୍ ସ୍ମାର୍ଟଫୋନ୍ ଆଜି Redmi ୯କୁ ଆଜି (୨୯ ସେପ୍ଟେମ୍ବର) ଫ୍ଲାସ୍ ବିକ୍ରୟ ପାଇଁ ଉପଲବ୍ଧ କରାଯାଇଛି । ଏହାର ବିକ୍ରି ମଧ୍ୟାହ୍ନ ୧୨ଟାରୁ Mi ଓ ଆମାଜନ ଇଣ୍ଡିଆରେ ଆରମ୍ଭ ହେବ । କମ୍ପାନୀ ଏହି ଫୋନକୁ ମାତ୍ର ୮,୯୯୯ ଟଙ୍କାର ପ୍ରାରମ୍ଭିକ ଦରରେ ଲଞ୍ଚ କରିଛି । ଫୋନ୍ କିଣିବା ପାଇଁ ଗ୍ରାହକଙ୍କୁ ଅନେକ ପ୍ରକାରର ଅଫର ମଧ୍ୟ ଦିଆଯାଉଛି । ଏହି ଫୋନରେ ୪ GB RAM + ୬୪ GB ଷ୍ଟୋରେଜ୍ ଦର ୮,୯୯୯ ଟଙ୍କା ଓ ୪GB + ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦର ୯,୯୯୯ ଟଙ୍କା ।

ଏହି ଫୋନ୍କୁ ଆମାଜନ ପେ, ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ କିଣିଲେ ୫% କ୍ୟାସବ୍ୟାକ୍ ମିଳିବ। ମନେରଖନ୍ତୁ ଯେ ଏହି ଡିଲ୍ ପ୍ରାଇମ ମେମ୍ବରଙ୍କ ପାଇଁ ରଖାଯାଇଥିବାବେଳେ ଅଣ-ପ୍ରାଇମ ସଦସ୍ୟମାନଙ୍କୁ ଏହି କାର୍ଡରୁ ଦେୟ ଉପରେ ୩% କ୍ୟାସବ୍ୟାକ୍ ପାଇବେ । କେବଳ ଏତିକି ନୁହେଁ, କମ୍ପାନୀର HSBC ବ୍ୟାଙ୍କର କ୍ରେଡିଟ କାର୍ଡରେ ୫% ତତକ୍ଷଣାତ୍ ରିହାତି ମଧ୍ୟ ଦିଆଯାଉଛି ।

ଏହି ଫୋନରେ ୬.୫୩-ଇଞ୍ଚ HD + IPS ଡିସପ୍ଲେ ଅଛି । ଏହା କୁହାଯାଇଥିଲା ଯେ ଏହା ଇମର୍ସିଭ୍ ସ୍କ୍ରିନ୍ ସହିତ ଆସିଥାଏ, ଯାହା ମନୋରଞ୍ଜନର ଉତ୍ତମ ଅନୁଭୂତି ଦେବ। କମ୍ପାନୀର ପ୍ରଥମ ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI ୧୨ ସହିତ ଲଞ୍ଚ ହୋଇଛି । ଏହି ଫୋନରେ ୪GB RAM + ୬୪GB ଓ ୪GB + ୧୨୮GB ଷ୍ଟୋରେଜ୍ ଅଛି । ଏହି ଫୋନକୁ ଦକ୍ଷ ମଲ୍ଟି ଟାସ୍କିଂ ଫୋନ୍ କୁହାଯାଏ ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | ଅନୁଷ୍କା ଓ ବିରାଟଙ୍କ ବିଷୟରେ ୟେ କ’ଣ କହିପକାଇଲେ ଗାଭାସ୍କର? ସବୁଠି ଚର୍ଚ୍ଚା; ଅନୁଷ୍କା ଖପା

ଫୋନ୍ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ହେଲିଓ G୩୫ ଅକ୍ଟା କୋର ସଞ୍ଚାଳକ (୨.୩ Ghz) ରହିଛି । ଅରୋରା ଏଜ୍ ଡିଜାଇନ୍ ସହିତ ଏହି ଫୋନ୍ ଗଠିତ ହୋଇଛି । ଗ୍ରାହକମାନେ ଏହି ଫୋନକୁ ତିନୋଟି ରଙ୍ଗରେ ଯଥା ସ୍ପୋର୍ଟି କମଳା, କାର୍ବନ ବ୍ଲାକ୍ ଓ ସ୍କାଏ ବ୍ଲୁରେ କିଣିପାରିବେ ।



ଏହି ଫୋନରେ ୫୦୦୦mAh ବ୍ୟାଟେରୀ ରହିଛି
କ୍ୟାମେରା ବିଷୟରେ କହିବାକୁ ଗଲେ ରେଡମି ୯ ରେ ଏକ ଡୁଆଲ୍ ରିୟର AI କ୍ୟାମେରା ଦିଆଯାଇଛି । ଏଥିରେ f / ୨.୨, FF ସହିତ ୧୩ ମେଗାପିକ୍ସେଲ ପ୍ରାଥମିକ କ୍ୟାମେରା ଓ f / ୨.୨ ସହିତ ୨ ମେଗାପିକ୍ସେଲର ଡିଫତ ସେନସର ଅଛି । ଏହା ବ୍ୟତୀତ ଏଥିରେ ଏଲଇଡି ଫ୍ଲାସ୍ ମଧ୍ୟ ରହିଛି । ଏହି ଫୋନରେ ସେଲଫି ପାଇଁ ୫ ମେଗାପିକ୍ସେଲ ଏଇ କ୍ୟାମେରା ଅଛି । ପାୱାର ପାଇଁ ରେଡମି ୯ ରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି ।
Published by: Jagdish Barik
First published: September 28, 2020, 10:58 AM IST
corona virus btn
corona virus btn
Loading