ନ୍ୟୁଜ18 BYJU’s YOUNG GENIUSର ମେଘାଳି ମାଳବିକାଙ୍କୁ ହ୍ୟୁମାନ ଆଟଲାସ ମଧ୍ୟ କୁହନ୍ତି

ମେଘାଳି ମାଳବିକା କୁହନ୍ତି ଯେ ସେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଚାହାଁନ୍ତି । ଏହା ହୋଇ ସେ ନିଜର ଭୌଗଳିକ ଜ୍ଞାନ ଦ୍ୱାରା ମାନବ ସମାଜର ବିକାଶ କରିବାକୁ ଚାହୁଁଛନ୍ତି ।

ନ୍ୟୁଜ18 BYJU’s YOUNG GENIUSର ମେଘାଳି ମାଳବିକାଙ୍କୁ ହ୍ୟୁମାନ ଆଟଲାସ ମଧ୍ୟ କୁହନ୍ତି
ମେଘାଳି ମାଳବିକାଙ୍କୁ ହ୍ୟୁମାନ ଆଟଲାସ ମଧ୍ୟ କୁହନ୍ତି
  • News18 Odia
  • Last Updated: January 12, 2021, 3:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ପିଲାମାନେ ଯାହା କରି ପାରନ୍ତି ତାହା ମଧ୍ୟ ବଡ଼ ମାନେ କଳ୍ପନା ମଧ୍ୟ କରି ପାରିନଥାନ୍ତି । ଏପରି କିଛି ପ୍ରତିଭାବାନ ପିଲାଙ୍କୁ ଲୋକଲୋଚନକୁ ଆଣିବାକୁ ନ୍ୟୁଜ18 ଓ BYJU’s ମିଳିତ ଭାବେ "ୟଙ୍ଗ ଜିନିୟସ୍’ ଶୋ' ମାଧ୍ୟମରେ ପ୍ରୟାସ କରିଛି । ଯାହାଦ୍ୱାରା ଏହି ପିଲାମାନଙ୍କର ଲୁକାୟିତ ପ୍ରତିଭା ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ।

ଏହି କ୍ରମରେ ନ୍ୟୁଜ18 "BYJU’s YOUNG GENIUS’ ର ପ୍ରତିଭାର ଜାତୀୟ ସ୍ତରରେ ସାମିଲ ହୋଇଛନ୍ତି ଭୁବନେଶ୍ବରର ମେଘାଳି ମାଳବିକା ମାଳବିକା ସ୍ୱାଇଁ । ମେଘାଳି ମାଳବିକାଙ୍କୁ ଦେଶର ଗୁଗୁଲ ଗାର୍ଲ ଅଫ ଇଣ୍ଡିଆ ଓ ହ୍ୟୁମାନ ଆଟଲାସ ଟାଇଟଲରେ ସମ୍ମାନିତ କରାଯଇଛି । ତାଙ୍କର ବିଶେଷ ଦକ୍ଷତା ହେଉଛି ତାଙ୍କ ମଧ୍ୟର ରହିଥିବା ଭୂଗୋଳର ଅସାଧାରଣ ଜ୍ଞାନ ।

ଏହି ଭିଡି଼ଓ ରେ ତାଙ୍କ ମୁହଁରୁ ଶୁଣିପାରିବେ ତାଙ୍କର ପ୍ରଥିଭା ଓ ସଫଳତା । ଦେଖନ୍ତୁ ଭିଡ଼ିଓ:



ମେଘାଳି ମାଳବିକାଙ୍କ ଘର ଭୁବନେଶ୍ୱର ଓ ବୟସ ମାତ୍ର ୧୪ ବର୍ଷ । ଯେତେବେଳେ ସେ ୪ ବର୍ଷରେ ଥିଲେ ସେତେବେଳେ ଠାରୁ ତାଙ୍କ ପ୍ରତିଭାକୁ ପ୍ରଥମେ ତାଙ୍କ ବାପା ଜାଣି ସାରିଥିଲେ । ଯେତେବେଳେ ତାଙ୍କୁ ୪ ବର୍ଷ ହୋଇଥିଲେ ସେତେବେଳେ ସେ ବର୍ଣ୍ଣମାଳାକୁ ସଠିକ୍ ଭାବରେ ଚିହ୍ନଟ କରିବାରେ ସକ୍ଷମ ମଧ୍ୟ ହୋଇ ନ ଥିଲେ କିନ୍ତୁ ସେ ଶୁଣି ଶୁଣି ସମସ୍ତ ବିଷୟକୁ ମନେ ରଖିଦେଉଥିଲେ । ତାଙ୍କୁ ଲୋକମାନେ ହ୍ୟୁମାନ ସର୍ଚ୍ଚ ଇଞ୍ଜିନ, ହ୍ୟୁମାନ ଆଟ୍ଲାସ ଓ ଗୁଗୁଲ ଗର୍ଲ ଅଫ ଇଣ୍ଡିଆ କହିଥାନ୍ତି । ସେ ମାତ୍ର ଗୋଟିଏ ଥର ପଢ଼ି ସବୁକିଛି ମନେ ରଖିଦେଇଥାନ୍ତି ।

ସେ ବହୁତ ଆୱାର୍ଡରେ ସମ୍ମାନିତ ହେଇଛନ୍ତି । ଭୂଗୋଳ ପାଇଁ ସେ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ତାଙ୍କୁ ଦେଶର ଗୁଗୁଲ ଗାର୍ଲ ଅଫ ଇଣ୍ଡିଆ ଓ ହ୍ୟୁମାନ ଆଟଲାସ ଟାଇଟଲରେ ସମ୍ମାନିତ କରାଯଇଛି ।
Published by: Jagdish Barik
First published: January 12, 2021, 3:47 PM IST
corona virus btn
corona virus btn
Loading