News 18 Odia Digital
ନୂଆଦିଲ୍ଲୀ; ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ ଆଜି ଆଉ ଏକ ସଫଳତା ଅତିକ୍ରମ କରିଛି । ୧ ଲକ୍ଷ ୧୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଭାବେ ଘୋଷିତ କରିଛନ୍ତି । ଏହି ଗ୍ରାମ ଗୁଡିକ ନିଜର ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ସ୍ଥିତିକୁ ବଜାୟ ରଖିଛନ୍ତି ଏବଂ କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁକୁ ପରିଚାଳନା କରିବା ନିମନ୍ତେ ପରିଚାଳନା ବ୍ୟବସ୍ଥା ମଧ୍ୟ ରହିଛି ଏବଂ ସେହି ଗ୍ରାମ ଗୁଡିକ ନିଜର ସ୍ୱଚ୍ଛତାର ଯାତ୍ରାକୁ ଜାରି ରଖିବେ କାରଣ ସେମାନେ ନିଜ ଗ୍ରାମକୁ ସ୍ୱଚ୍ଛ, ସବୁଜ ଏବଂ ସ୍ୱାସ୍ଥ୍ୟକର କରିବା ନିମନ୍ତେ କାର୍ଯ୍ୟ କରୁଛନ୍ତି । ଶୀର୍ଷ ପ୍ରଦର୍ଶନ କରିଥିବା ପ୍ରଥମ ପାଂଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଗୁଡିକରେ ଥିବା ପ୍ରଥମ ପାଂଚଟି ରାଜ୍ୟ ମଧ୍ୟରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ରହିଛି, ଯେଉଁ ରାଜ୍ୟ ଗୁଡିକର ଅଧିକ ଗ୍ରାମକୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଘୋଷିତ କରା ଯାଇଛି ।
ପ୍ରାୟ ଆଠ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ମହାତ୍ମା ଗାନ୍ଧିଙ୍କ ପ୍ରତି ତାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା ଥିଲା । ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ଦେଶ ବିଶ୍ୱର ସବୁଠାରୁ ବୃହତ୍ ଆଚରଣ ପରିବର୍ତ୍ତନକାରୀ ଅଭିଯାନରେ ଏକତ୍ରିତ ହୋଇ ସାମିଲ୍ ହୋଇଥିଲା ଏବଂ ନିଜର ଲକ୍ଷ୍ୟକୁ ହାସଲ ମଧ୍ୟ କଲା ଏବଂ ୨ ଅକ୍ଟୋବର ୨୦୧୯ରେ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ଏସ୍ଡିଜି - ୬ ଲକ୍ଷ୍ୟର ୧୧ ବର୍ଷ ପୂର୍ବରୁ ଗ୍ରାମୀଣ ଭାରତ ବାହ୍ୟ ମଳ ମୁକ୍ତ ହୋଇଗଲା ।
ଏକ ଲକ୍ଷ ଅଧିକ ବାହ୍ୟ ମଳମୁକ୍ତ ଗ୍ରାମର ଲକ୍ଷ୍ୟ ହାସଲ କରିବା କୌଣସି ଛୋଟ ଅନୁଭବ ନୁହେଁ, କାରଣ କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ରକ୍ରିୟା ସ୍ୱଭାବରେ ବୈଷୟିକ, ଗ୍ରାମୀଣ ଭାରତ ନିମନ୍ତେ ଆପାତତଃ ନୂତନ ଏବଂ ଏହା ଏକ ଦ୍ୱିତୀୟ ପିଢ଼ି ସମସ୍ୟା । ସ୍ୱଚ୍ଛ ଭାରତ ମିଶନ - ଗ୍ରାମୀଣ (ଏସ୍ବିଏମ୍ - ଜି)ର ଦ୍ୱିତୀୟ ପର୍ଯ୍ୟାୟ ହେଉଛି - ସମସ୍ତ ପ୍ରକାରର ବର୍ଜ୍ୟ ବସ୍ତୁକୁ ସଠିକ୍ ଭାବରେ ପରିଚାଳନା କରିବା ଯାହା କେବଳ ଆମ ଗାଁକୁ ପରିଷ୍କାର କରିବ ନାହିଁ, ବରଂ ଗ୍ରାମାଂଚଳର ପରିବାର ଗୁଡିକ ନିମନ୍ତେ ଆୟ ସୃଷ୍ଟି କରିବ ଏବଂ ନୂତନ ଜୀବିକାର୍ଜନ ସୁଯୋଗ ନିମନ୍ତେ ପରିସର ସୃଷ୍ଟି କରିବ ।
ଅଧିକ ବାହ୍ୟ ମଳମୁକ୍ତ - ଆଶାୟୀ ଶ୍ରେଣୀରେ ଆଜି ୫୪,୭୩୪ ଗ୍ରାମ ରହିଛି, ଯେଉଁଥିରେ ସମସ୍ତ ଗୃହ ଗୁଡିକରେ ଏବଂ ସଂସ୍ଥାନ ଗୁଡିକରେ ବ୍ୟକ୍ତିଗତ ଘରୋଇ ଶୌଚାଳୟ ଗୁଡିକ ମାଧ୍ୟମରେ ସ୍ୱଚ୍ଛତା ପର୍ଯ୍ୟନ୍ତ ପହଂଚିବା ସହିତ , ଏସ୍ଡବ୍ଲ୍ୟୁଏମ୍ କିମ୍ବା ଏଲ୍ଡବ୍ଲ୍ୟୁଏମ୍ର ବ୍ୟବସ୍ଥା ରହିଛି : ଓଡିଏଫ୍ ପ୍ଲସ୍ - ରାଇଜିଂରେ ୧୭,୧୨୧ ଗ୍ରାମ ରହିଛି ଯେଉଁଥିରେ ଆକାଂକ୍ଷୀ ବର୍ଗରେ ରହିଥିବା ମାନଦଣ୍ଡ ସହିତ ଏଲ୍ଡବ୍ଲ୍ୟୁଏମ୍ ଏବଂ ଏସ୍ ଡବ୍ଲ୍ୟୁଏମ୍ ଉଭୟର ବ୍ୟବସ୍ଥା ରହିଛି । ଯାହାକୁ ଓଡିଏଫ୍ ପ୍ଲସ୍ ମଡେଲ୍ ଘୋଷିତ କରାଯାଇଛି, ସେଥିରେ ୨୯,୬୦୭ ଟି ଗ୍ରାମ ରହିଛି, ଯେଉଁଥିରେ ଉପରୋକ୍ତ ସମସ୍ତ ଗ୍ରାମ ରହିଛି ଏବଂ ଯେଉଁଠାରେ ଆଇଇସି ବାର୍ତାକୁ ପ୍ରମୁଖତା ସହିତ ପ୍ରସାରିତ ଏବଂ ପ୍ରଦର୍ଶିତ କରା ଯାଇଥାଏ ।
ଏହା ଦ୍ୱାରା ସାରା ଦେଶର ୯୯,୬୪୦ ଟି ଗ୍ରାମରେ କଠିନ ଆବର୍ଜନାର ପରିଚାଳନାର ବ୍ୟବସ୍ଥା ହୋଇ ଯାଇଛି : ୭୮,୯୩୭ ତରଳ ବର୍ଜ୍ୟ ପରିଚାଳନା ସୁବିଧା ରହିଥିବା ଏବଂ ପ୍ରାୟ ୫୭,୩୧୨ ଗ୍ରାମ ଗୁଡିକରେ କାର୍ଯ୍ୟାତ୍ମକ କଠିନ ଏବଂ ତରଳ ମଳ ପରିଚାଳନା ସ୍ୱତନ୍ତ୍ର ଅଟେ । ଏହି ଅଭିଯାନ ସ୍ୱଚ୍ଛତା ଏବଂ ନିରାପଦ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହିତ ୨୦୨୪ -୨୫ ସୁଦ୍ଧା ଆମର ସମ୍ପୂର୍ଣ୍ଣ, ସ୍ୱଚ୍ଛ ଏବଂ ସୁସ୍ଥ ଭାରତର ସ୍ୱପ୍ନକୁ ପୂରଣ କରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।