ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ! ସଫେଇ ଦେଲେ ଖୋଦ ମନ୍ତ୍ରୀ

ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ଚାର୍ଟ ଭାଇରାଲ । ୧୯ ସେକେଣ୍ଡର କ୍ଲିପକୁ ନେଇ ଘନେଇଲା ରାଜନୀତି ।

ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ

ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଝାଡ଼ଖଣ୍ଡ: ମନ୍ତ୍ରୀ ବନ୍ନା ଗୁପ୍ତାଙ୍କ ଭିଡିଓ ଚାର୍ଟ ଭାଇରାଲ। ଭିଡିଓ ସାମ୍ନାକୁ ଆସିବା ପରେ ଘନେଇଛି ବିବାଦ । ବିଜେପି କଂଗ୍ରେସ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି ଖୋଦ କହିଛନ୍ତି ମନ୍ତ୍ରୀ।

ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଭିଡିଓ ଚାର୍ଟ ବେଳେ ଅଶ୍ଳୀଳ କଥା ହେଉଥିବାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ମନ୍ତ୍ରୀ । ସେ କହିଛନ୍ତି, ମୁଁ ଏ ବିଷୟରେ ମାମଲା ରୁଜୁ କରିଛି। ପୋଲିସ୍‌ ଖୁବ୍‌ ଶୀଘ୍ର ତଦନ୍ତ ଆରମ୍ଭ କରିବ । ଯେଉଁମାନେ ମୋତେ ଫସାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ଏହି ଘଟଣାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ଏକୁ ଟୁଇଟ୍ କରିଥିଲେ । ମନ୍ତ୍ରୀଙ୍କ ବିରୋଧରେ ବିଜେପି ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କ ଇସ୍ତଫା ଦାବି କରିଛି । ନିଶିକାନ୍ତ ଦୁବେ ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ୧୯ ସେକେଣ୍ଡର କ୍ଲିପ୍‌ ପୋଷ୍ଟ କରି ଲେଖିଛନ୍ତି, ଏହା କଂଗ୍ରେସ ନେତାଙ୍କ ଚରିତ୍ର । ମହିଳାଙ୍କ ଇଜ୍ଜତ ସହ ଖେଳିବା, ତାଙ୍କ ପାଇଁ ସାଧାରଣ କଥା । ହେଲେ ଗାନ୍ଧି ପରିବାର ନଜରକୁ ଏହା ଆସି ପାରୁ ନ ଥିବା ବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣ। । ଏହାର ଏକ ଭିଡିଓ କ୍ଲିପ ମୋ ପାଖରେ ଅଛି।
Published by:Soumya Das
First published: