ଆସାମରେ ଦେଖିବାକୁ ମିଳିବ ଏନ୍ଆରସିର ପ୍ରଭାବ: ବାଂଲାଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି ପାଇଲା

କୁହାଯାଉଛି କି ବର୍ଡ଼ର ପାର କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଆସାମରେ ଏନ୍ଆରସିର ଦ୍ବିତୀୟ ସୂଚୀ ଆସିବା ପରେ ହୋଇଛି । ଦେଶରୁ ବାହାର କରିଦିଆଯିବା ଡରରେ ବେଆଇନ ଭାବେ ରହୁଥିବା ଲୋକେ ପଳାଇଯାଉଛନ୍ତି ।

ଆସାମରେ ଦେଖିବାକୁ ମିଳିବ ଏନ୍ଆରସିର ପ୍ରଭାବ: ବାଂଲାଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି ପାଇଲା
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 20, 2020, 10:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ ବାଂଲାଦେଶ ବର୍ଡ଼ରରୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ (ଏନସିଆରବି)ର  ତାଜା ତଥ୍ୟରେ ବେଆଇନ ଭାବେ ବାଂଲାଦେଶ ପଳାଉଥିବା ଲୋକଙ୍କ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୮ରେ ବର୍ଡ଼ର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ୨୯୭୧ ଲୋକଙ୍କୁ ବେଆଇନ ଭାବେ ବର୍ଡ଼ର ପାର କରୁଥିବା ଅଭିଯୋଗରେ ଗିରଫ କରିଥିବାବେଳେ ୨୦୧୭ରେ ଏହି ସଂଖ୍ୟା ୧୮୦୦ ରହିଥିଲା । ବର୍ଡ଼ର ପାର କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ପିଲା ଅଛନ୍ତି ବୋଲି ଜଣାପଡ଼ିଛି ।

ବାଂଲାଦେଶରୁ ଭାରତ ଆସୁଥିବା ଲୋକଙ୍କ ସଂଖ୍ୟା କମିଛି

ଏନସିଆରବିର ତଥ୍ୟ ଅନୁସାରେ ବର୍ଷ ୨୦୧୮ରେ ବାଂଲାଦେଶ ଯାଉଥିବା ୨୯୭୧ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୩୨ଜଣ ପୁରୁଷ, ୭୪୯ ମହିଳା ଏବଂ ୬୯୦ ପିଲା ରହିଥିଲେ । ସେହିପରି ବାଂଲାଦେଶରୁ ଭାରତ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମିଛି । ୨୦୧୭ରେ ଏହି ସଂଖ୍ୟା ୧୧୮୦ ଥିବାବେଳେ ୨୦୧୮ରେ ଏହା ୧୧୧୮ ରହିଥିଲା । ଏକ ଦୈନିକ ଇଂରାଜୀ ପତ୍ରିକା ଅନୁଯାଇ ଏନସିଆରବିର ଡାଟାରେ ଏହା ସ୍ପଷ୍ଟ ହୋଇନାହିଁ କି କେଉଁ କାରଣ ଲାଗି ଲୋକମାନେ ବର୍ଡ଼ର ପାର କରୁଛନ୍ତି । ୨୦୧୭ରେ ବର୍ଡ଼ର ପାର କରୁଥିବା ଲୋକଙ୍କ ସଂଖ୍ୟା ରଖାଯାଉଛି ।

କୁହାଯାଉଛି କି ବର୍ଡ଼ର ପାର କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଆସାମରେ ଏନଆରସିର ଦ୍ବିତୀୟ ସୂଚୀ ଆସିବା ପରେ ହୋଇଛି । ଏନଆରସି ଡ୍ରାଫ୍ଟର କପି ୩୦ ଜୁଲାଇ ୨୦୧୮ରେ ଆସିଥିଲା । ଏଥିରେ ୪୦ ଲକ୍ଷ ଲୋକଙ୍କୁ ବାହାର କରିଦିଆଯାଇଥିବାବେଳେ ଏନଆରସିର ଫାଇନାଲ ଲିଷ୍ଟରେ ପାଖା ପାଖି ୨୦ ଲକ୍ଷ ଲୋକଙ୍କୁ ବାହାର କରିଦିଆଯାଇଛି । ଭାରତରୁ ବାହାର କରିଦିଆଯିବା ଡରରେ ବେଆଇନ ଭାବେ ଲୋକମାନେ ବାଂଲାଦେଶ ପଳାଇଯାଉଛନ୍ତି ।
First published: January 20, 2020, 10:43 AM IST
corona virus btn
corona virus btn
Loading