News18 Odia Digital
Pension News Update: ଦେଶର ଲକ୍ଷ ଲକ୍ଷ ପେନସନଭୋଗୀ(Pension Holder)ଙ୍କ ପାଇଁ ଏକ ଖୁସି ଖବର ଅଛି। ଯଦି ଆପଣ ମଧ୍ୟ ମେ ୩ ପର୍ଯ୍ୟନ୍ତ ଅଧିକ ପେନ୍ସନ୍ ପାଇବାକୁ ଆବେଦନ କରିନାହାଁନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଆଦୌ ଚିନ୍ତା କରିବାକୁ ପଡିବ ନାହିଁ। ଆପଣଙ୍କୁ କେନ୍ଦ୍ର ସରକାରଙ୍କ(Central Govt)ଠାରୁ ଅଧିକ ପେନ୍ସନ୍ ପାଇବାକୁ ଆଉ ଏକ ସୁଯୋଗ ଦିଆଯାଉଛି। ଆପଣ ୨୬ ଜୁନ୍ ପର୍ଯ୍ୟନ୍ତ ଅଧିକ ପେନ୍ସନ୍ ପାଇଁ ଆବେଦନ କରିପାରିବେ। ଏହା ସହିତ ଶ୍ରମ ମନ୍ତ୍ରଣାଳୟ କହିଛି ଯେ ଅଧିକ ପେନସନ୍ ପାଇଁ ଆବେଦନ କରୁଥିବା ସଦସ୍ୟମାନଙ୍କ ପାଇଁ ନିଯୁକ୍ତିଦାତାଙ୍କର କଣ୍ଟ୍ରିବ୍ୟୁସନ ୯.୪୯ ପ୍ରତିଶତ ହେବ।
ନିଯୁକ୍ତିଦାତାଙ୍କ କଣ୍ଟ୍ରିବ୍ୟୁସନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି କଣ୍ଟ୍ରିବ୍ୟୁସନ ୮.୩୩ ପ୍ରତିଶତ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୯.୪୯ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସଂଶୋଧନ ଅନୁଯାୟୀ, କର୍ମଚାରୀମାନେ ମାସକୁ ୧୫୦୦୦ ରୁ ଅଧିକ ବେତନ ଉପରେ ୧.୨୬ ପ୍ରତିଶତ ଅତିରିକ୍ତ ଅବଦାନ ଦେବାକୁ ପଡିବ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ୪ ନଭେମ୍ବର ୨୦୨୨ରେ କହିଥିଲେ ଯେ ଉଚ୍ଚ ପେନ୍ସନ୍ ଚୟନ କରିବାକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ EPFO କୁ ଚାରିମାସ ସମୟ ଦେବାକୁ ପଡ଼ିବ। ଏହି ଚାରି ମାସର ଅବଧି ୩ ମାର୍ଚ୍ଚ ୨୦୨୩ ରେ ସମାପ୍ତ ହେଉଛି। ଏହି କାରଣରୁ, ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଏହାର ଶେଷ ସମୟସୀମା ହେଉଛି ୩ ମଇ ୨୦୨୩ ଓ ବର୍ତ୍ତମାନ ସରକାର ଏହି ତାରିଖକୁ ଜୁନ୍ ୨୬ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି, ଯାହା ଦ୍ୱାରା ସମସ୍ତ ଲୋକ ଏହାର ଫାଇଦା ଉଠାଇ ପାରିବେ।
ଆସୁଛନ୍ତି ମହାମହିମ; ଗାଁ ବୋହୂର ଆସିବା ବାଟକୁ ଚାହିଁ ବସିଛି ରାଇରଙ୍ଗପୁରEPFO ଏହାର ପ୍ରକ୍ରିୟାର ବିବରଣୀ ପ୍ରକାଶ କରିଥିଲା। ଏହି ଅଧୀନରେ କର୍ମଚାରୀଙ୍କ ପେନ୍ସନ୍ ସ୍କିମ୍ (ଇପିଏସ୍) ଅଧୀନର ଅଧିକ ପେନ୍ସନ୍ ପାଇଁ ଆବେଦନ କରିପାରିବେ। ନଭେମ୍ବର ୨୦୨୨ ରେ, ସୁପ୍ରିମକୋର୍ଟ କର୍ମଚାରୀଙ୍କ ପେନ୍ସନ୍ ଯୋଜନା, ୨୦୧୪ କୁ ସମର୍ଥନ କରିଥିଲେ। ଏହାପୂର୍ବରୁ, ଅଗଷ୍ଟ ୨୨, ୨୦୧୪ ର ଇପିଏସ୍ ସଂଶୋଧନ ପେନ୍ସନ୍ ଯୋଗ୍ୟ ବେତନ ସୀମାକୁ ମାସକୁ ୬,୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଥିଲା। ଏଥିସହ, ସଦସ୍ୟ ଏବଂ ସେମାନଙ୍କ ନିଯୁକ୍ତିଦାତାଙ୍କୁ ସେମାନଙ୍କର ପ୍ରକୃତ ବେତନର ୮.୩୩ ପ୍ରତିଶତ ଇପିଏସ୍ ଯୋଗଦାନ କରିବାକୁ ଅନୁମତି ଦିଆଯାଇଥିଲା, ଯାହା ବର୍ତ୍ତମାନ ପୁଣି ଥରେ ବୃଦ୍ଧି କରାଯାଇଛି। EPFO ଏହାର କ୍ଷେତ୍ର କାର୍ଯ୍ୟାଳୟକୁ ଏ ବାବଦରେ ଏକ ସର୍କୁଲାର ଜାରି କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।