News 18 Odia Digital
ନୂଆଦିଲ୍ଲୀ: 2023 ମସିହାରେ ପାକିସ୍ତାନରେ ପ୍ରଥମ ପୋଲିଓ (polio) ମାମଲା ସାମ୍ନାକୁ ଆସିଛି । ପାକିସ୍ତାନୀ ଗଣମାଧ୍ୟମ 'ଡନ୍'ର ରିପୋର୍ଟ ଅନୁଯାୟୀ, ଏହି ରୋଗ ସାମ୍ନାକୁ ଆସିବା ପରେ ପାକିସ୍ତାନର (pakistan) ଜନସାଧାରଣ ଚିନ୍ତାରେ ପଡିଯାଇଛନ୍ତି । ଯେଉଁ ସମୟରେ ଫ୍ରେଞ୍ଚ ଏଜେନ୍ସି ଫର ଡେଭଲପମେଣ୍ଟ (FAD) ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ( BMGF) ଏହି ଦେଶ ପରିଦର୍ଶନ କରିବା ସହ ରୋଗ ଦୂର କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଚଳାଉଛନ୍ତି ।
ସୂଚନା ମୁତାବକ ବାନୁ ଜିଲ୍ଲାରେ ଜଣେ ୩ ବର୍ଷର ଶିଶୁ (child) ଏହି ଗୁରୁତର ରୋଗର ଶିକାର ହୋଇଛି । ଶନିବାର ଗଣମାଧ୍ୟମରେ ଆସିଥିବା ଏକ ଖବରରେ ଏପରି ସୂଚନା ଦେଖିବାକୁ ମିଳିଛି । ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏସମ୍ପର୍କରେ ନିଜର ମତ ରଖିଛନ୍ତି । ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ପୋଲିଓ ରୋଗ ନିୟନ୍ତ୍ରଣ ପାଇଁ FAD ଏବଂ BMGF ପ୍ରତିନିଧୀମାନେ ଫେଡେରାଲ ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ କାଦିର ପଟେଲଙ୍କୁ ଭେଟି ସାମାଜିକ ସୁରକ୍ଷା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାର ଉପାୟ ବିଷୟରେ ଆଲୋଚନା କରିଛନ୍ତି ।
(NEOC) ତଥା ଜାତୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରର ମୁଖ୍ୟ କହିଛନ୍ତି ଯେ, ଶିଶୁକୁ ଟୀକାକରଣ କରାଯାଇଛି କି ନାହିଁ ତାହା ଜାଣିବାକୁ ଉଦ୍ୟମ କରାଯାଉଛି । ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଶିଶୁଟି ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ନଥିଲା ଯେଉଁ କାରଣରୁ ଭାଇରସ୍ ଦ୍ୱାରା ସେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନର ଜିଲ୍ଲା ଗୁଡିକରେ ତୁରନ୍ତ ଟୀକାକରଣ କରିବା ପାଇଁ ଧ୍ୟାନ ଦେବା ଉଚିତ neoc ମୁଖ୍ୟ କହିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://Atal Pension Yojana: ଶ୍ରମିକଙ୍କୁ ପ୍ରତି ମାସ ମିଳିବ ୧୦ ହଜାର ପେନସନ ! ସରକାର ଦେଲେ ଉତ୍ତରତେବେ ୨୦୨୨ ମସିହାରେ ମଧ୍ୟ ପାକିସ୍ତାନରେ ପୋଲିଓ ମାମଲା ସାମ୍ନାକୁ ଆସିଥିବା ସୂଚନା ରହିଛି । କିଛି ଜିଲ୍ଲାରୁ ୨୦ଟି ମାମଲା ଗତ ବର୍ଷ ନଜରକୁ ଆସିଥିଲା । ସେଥିମଧ୍ୟରୁ ୱାଜିରସ୍ତାନରୁ ୧୭ଟି ମାମଲା ରହିଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।