News18 Odia Digital
ନୂଆ ଦିଲ୍ଲୀ: ପ୍ରାଇଭେଟ ଚାକିରି କରୁଥିବା ବ୍ୟକ୍ତିଙ୍କୁ ଅଛି ସେମାନେ ଚାକିରି ଚାଲିଯିବାର ଭୟ ସର୍ବଦା ରହିଥାଏ । ଏଭଳି ପରିସ୍ଥିତିରେ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ କିଛି ବିକଳ୍ପ ଆବଶ୍ୟକ କରନ୍ତି ଯାହା ସାହାଯ୍ୟରେ ସେମାନେ ହଠାତ୍ ଆର୍ଥିକ ଅସୁବିଧାରୁ ନିଜକୁ ରକ୍ଷା କରିପାରିବେ । ଅଧିକାଂଶ ମଧ୍ୟବିତ୍ତ ପରିବାରର ଏକ ଋଣ (Loan) ବୋଝ ରହିଥଏ । ଯାହା ପାଇଁ ସେମାନେ ନିୟମିତ ମାସିକ କିସ୍ତି (EMI) ପ୍ରଦାନ କରନ୍ତି । ଏପରି ପରିସ୍ଥିତିରେ ଇନ୍ସୁରାନ୍ସ ପଲିସି (Insurance Policy) ବହୁତ ସହାୟକ ହୋଇପାରେ । ଚାକିରି ହରାଇବା / ଆୟ ବୀମା ଅସୁବିଧାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହା କାମ କରେ । ବଜାରରେ 'ଜବ୍ ଲସ୍ ଇନ୍ସୁରାନ୍ସ' କଭର ନାମରେ ଏହା ଜଣାଶୁଣା । ଅନେକ ସାଧାରଣ ବୀମା କମ୍ପାନୀ ଏହି ପ୍ରକାର ପଲିସି ପ୍ରଦାନ କରନ୍ତି ।
କ’ଣ ଏହି 'ଜବ୍ ଲସ୍ ଇନ୍ସୁରାନ୍ସ' ପଲିସି ଓ କିପରି ପାଇବେ ଲାଭଏହି ଇନ୍ସୁରାନ୍ସରେ ଚାକିରୀ କରୁଥିବା ବ୍ୟକ୍ତି ଓ ନିଜସ୍ୱ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଭିନ୍ନ ଯୋଜନା ଅଛି । ଏବଂ ଉଭୟ ଯୋଜନା ଅନ୍ତର୍ଗତ ଉପଲବ୍ଧ ଲାଭ ମଧ୍ୟ ଭିନ୍ନ ଅଟେ । ଚାକିରୀରୁ ହଠାତ ବାହାର ହୋଇଯିବା ଓ କର୍ମଚାରୀଙ୍କ ଛଟେଇ ହେତୁ ଆୟ କ୍ଷତି ହେଲେ ଇନ୍ସୁରାନ୍ସ କମ୍ପାନୀ ଗ୍ରାହକଙ୍କ ଲୋନ କିସ୍ତି ତିନିମାସ ପାଇଁ ପ୍ରଦାନ କରେ । (କିସ୍ତି ରାଶି ଗ୍ରାହକଙ୍କ EMI ଉପରେ ଆଧାରିତ ହେବ) ।
ଏଥି ସହିତ ଆଂଶିକ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଇନ୍ସୁରାନ୍ସ କଭରେଜ୍ ଗ୍ରହଣ କରୁଥିବା ବ୍ୟକ୍ତି ସାପ୍ତାହିକ ବେତନ ସୁବିଧା ପାଇଥା’ନ୍ତି । ଯାହାକି ଏକ ଲକ୍ଷ ପ୍ରତି ସପ୍ତାହରେ ହୋଇପାରେ । (ଗ୍ରାହକଙ୍କ ନିଟ୍ ଦରମା ଉପରେ ଆଧାର କରି) ଏହା ସର୍ବାଧିକ ୧୦୦ ସପ୍ତାହ ପାଇଁ ଦିଆଯିବ । କେତେକ ପଲିସି ମଧ୍ୟ ଅଛି ଯାହା ଜଟିଳ ରୋଗ, ଆଂଶିକ ସ୍ଥାୟୀ ଅକ୍ଷମତା କିମ୍ବା ଆଂଶିକ ଅସ୍ଥାୟୀ ଅକ୍ଷମତା ପାଇଁ କଭରେଜ ଦେଇଥାଏ । ଗ୍ରାହକମାନେ ଏହି ପଲିସି କିଣିବା ପରେ ସେମାନଙ୍କ ପଲିସି ପାଇଁ ଦିଆଯାଇଥିବା ପ୍ରିମିୟମ ବଦଳରେ ଆୟକର ଅଧିନିୟମର ଧାରା ୮୦ (d) ଅନୁଯାୟୀ ଟିକସ ଛାଡ ମଧ୍ୟ ପାଇପାରିବେ ।
କେଉଁଠାରୁ ପାଇପାରିବେ ଏହି କଭରଭାରତର ଅନଲାଇନ୍ ବୀମା ମାର୍କେଟପ୍ଲେସ୍ ଏକ ନୂତନ ବିଭାଗ ଆରମ୍ଭ କରିଛି । ଯେଉଁଠାରୁ ଲୋକମାନେ ଚାକିରି / ଆୟ କ୍ଷତି ବୀମା ପ୍ରଡକ୍ଟସ କିଣି ପାରିବେ । ଏହି ନୂତନ ବିଭାଗ ପରିଦର୍ଶନ କରି ଲୋକମାନେ ଏସବିଆଇ ଜେନେରାଲ, ଶ୍ରୀରାମ ଜେନେରାଲ, ୟୁନିଭର୍ସାଲ ସାମ୍ପୋ ଓ ଆଦିତ୍ୟ ବିର୍ଲା ଇନସୁରାନ୍ସ ଭଳି ଭାରତର ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଡକ୍ଟସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।