ଜମ୍ମୁ କାଶ୍ମୀରରେ ଏବେ ଯେକେହି ଜମି କିଣି ପାରିବେ; ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କଲା

ଜମ୍ମୁ କାଶ୍ମୀରରେ (Jammu-Kashmir) ଏବେ ଯେକେହି ଜମି କିଣି ପାରିବେ । ଗୃହ ମନ୍ତ୍ରଣାଳୟ ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଯଦିଓ ଜମି କିଣୁଥିବା ଲୋକଙ୍କ ପାଖରେ ସୀମିତ ବିକଳ୍ପ ରହିବ ।

ଜମ୍ମୁ କାଶ୍ମୀରରେ ଏବେ ଯେକେହି ଜମି କିଣି ପାରିବେ; ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କଲା
ଜମ୍ମୁ କାଶ୍ମୀରରେ ଏବେ ଯେକେହି ଜମି କିଣି ପାରିବେ
  • News18 Odia
  • Last Updated: October 27, 2020, 3:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆଦିଲ୍ଲୀ / ଶ୍ରୀନଗର: ଦେଶର ଯେକୌଣସି ନାଗରିକ ଜମ୍ମୁ କାଶ୍ମୀରରେ (Jammu Kashmir) ଜମି କିଣି ପାରିବେ । ଗୃହ ମନ୍ତ୍ରଣାଳୟ (Home Ministry) ଏକ ବିଜ୍ଞପ୍ତି ମଙ୍ଗଳବାର ଦିନ ପ୍ରକାଶ କରିଛି । ତେବେ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କୃଷି ପାଇଁ ଜମି ନିଆଯାଇ ପାରିବ ନାହିଁ । କେନ୍ଦ୍ର ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏହି ଆଦେଶକୁ ଜାମ୍ମୁ କାଶ୍ମୀର ପୁନର୍ଗଠନ (କେନ୍ଦ୍ରୀୟ ଆଇନଗୁଡ଼ିକର ଆଡାପ୍ଟେସନ୍) ତୃତୀୟ ଅର୍ଡର -୨୦୨୦ କୁହାଯିବ ।

କେନ୍ଦ୍ରର ବିଜ୍ଞପ୍ତି ପରେ ତୁରନ୍ତ ପ୍ରଭାବ ସହିତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି । ଏହି ଆଦେଶର ବ୍ୟାଖ୍ୟା ପାଇଁ ୧୮୯୭ ର ଜେନେରାଲ୍ ଅର୍ଡର ଆକ୍ଟ ପ୍ରଯୁଜ୍ୟ ହେବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି । ଏହା ଏଥିପାଇଁ ହେବ କାରଣ ଏହା ସମଗ୍ର ଭାରତ ପାଇଁ ପ୍ରଯୁଜ୍ୟ ଆଇନର ବ୍ୟାଖ୍ୟା ପାଇଁ ହେବ ।



ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆମେ ଚାହୁଁ ଯେ ରାଜ୍ୟରେ ବାହ୍ୟ ଶିଳ୍ପ ପ୍ରତିଷ୍ଠା ହେଉ । ଏହିପରି ଶିଳ୍ପାୟନ ଜମିରେ ପୁଞ୍ଜି ବିନିଯୋଗ ଆବଶ୍ୟକ । କିନ୍ତୁ ଚାଷ ଜମି କେବଳ ରାଜ୍ୟବାସୀଙ୍କ ପାଖରେ ରହିବ ।

ଉଲ୍ଲେଖନୀୟ ବିଷୟ ହେଉଛି ଏହି ବିଜ୍ଞପ୍ତି ପରେ ଜମ୍ମୁ କାଶ୍ମୀରର କାରଖାନା, ଘର କିମ୍ବା ଦୋକାନ ପାଇଁ ଯେକେହି ଜମି କିଣା ବିକା କରିପାରିବେ । ଏଥିପାଇଁ ତାଙ୍କୁ ପୂର୍ବ ପରି କୌଣସି ସ୍ଥାୟୀ ଆବାସ ପ୍ରମାଣପତ୍ର ଦେବା ଆବଶ୍ୟକ ନାହିଁ ।
Published by: Jagdish Barik
First published: October 27, 2020, 3:30 PM IST
corona virus btn
corona virus btn
Loading