ଏମାନେ ମୋତେ ପାଗଳ ଘୋଷଣା କରିଦେବେ; କନେଷ୍ଟବଳ ମନୋଜ କୁମାରଙ୍କ ଆଉ ଏକ ବଡ଼ ଅଭିଯୋଗ

ମୋତେ ଆଗ୍ରାକୁ ନେଇ ଚିକିତ୍ସା କରିବାକୁ ଚାହୁଁଥିଲେ ଓ ପରେ ମୋତେ ପାଗଳ ଘୋଷଣା କରିବାକୁ ଚାହୁଁଥିଲେ । କିଛି ଦିନ ପୂର୍ବରୁ ପୋଲିସଙ୍କୁ ଖରାପ ଖାଦ୍ଯ ଦିଆଯାଉଥିବାର ଅଭିଯୋଗ କରିଥିଲେ ମନୋଜ କୁମାର ।

କନଷ୍ଟେବଳ ମନୋଜ କୁମାର

କନଷ୍ଟେବଳ ମନୋଜ କୁମାର

  • Share this:
News18 Odia Digital

ପୋଲିସମାନଙ୍କୁ ଖରାପ ଖାଦ୍ୟ ଦିଆହେଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା କନଷ୍ଟେବଳ ମନୋଜ କୁମାର ଆଉ ଏକ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ "ସେମାନେ ମୋତେ ଆଗ୍ରାକୁ ନେଇ ଚିକିତ୍ସା କରିବାକୁ ଚାହୁଁଥିଲେ ଓ ପରେ ଅଧିକାରୀମାନେ ମୋତେ ପାଗଳ ଘୋଷଣା କରିବାକୁ ଚାହୁଁଥିଲେ। ସେଥିପାଇଁ ମୁଁ ଘରକୁ ଚାଲିଆସିଲି।"

ମନୋଜ କୁମାର ଏହା ମଧ୍ୟ କହିଛନ୍ତି ଯେ କରୋନା ଅବଧିରେ ଆମେ ସର୍ବଦା ଜନସାଧାରଣଙ୍କ ସେବା କରିଛୁ ଓ ଯଦି ଆମେ ଭଲ ଖାଦ୍ୟ ନ ପାଇଥାଉ ତେବେ ଆମେ କିପରି କାମ କରିପାରିବା? ସେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ପୋଲିସ ଫୋର୍ସକୁ ଉପଯୁକ୍ତ ଓ ଭଲ ଖାଦ୍ୟ ଯୋଗାଇ ଦିଆଯାଉ।

ଆଜି କନଷ୍ଟେବଳ ମନୋଜ କୁମାର CO ନଗର କାର୍ଯ୍ୟାଳୟରେ ବିବୃତ୍ତି ଦେବା ପରେ ତାଙ୍କ ଘରକୁ ଯାଇଛନ୍ତି। ବାଟରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ ଓ ଅଭିଯୋଗ କରିଥିଲେ ଯେ ତାଙ୍କୁ ଆଗ୍ରାକୁ ଡାକ୍ତରୀ ପରୀକ୍ଷା ପାଇଁ ନେବାକୁ ଯୋଜନା ଅଛି ଯେଉଁଠାରେ ତାଙ୍କୁ ପାଗଳ ଘୋଷିତ କରାଯିବ। ମନୋଜ କହିଛନ୍ତି, "ମୁଁ କେବଳ ଖାଦ୍ୟ ବିଷୟରେ ଅଭିଯୋଗ କରିଥିଲି। ଆଜି ଯେତେବେଳେ ନଗର କାର୍ଯ୍ୟାଳୟରେ ମୋର ବିବୃତ୍ତି ନିଅଯାଇଥିଲା, ଏହାର କପି ମଧ୍ୟ ମୋତେ ଦେଇ ନାହାଁନ୍ତି।"

କନଷ୍ଟେବଳ ମନୋଜ କୁମାର କହିଛନ୍ତି ଯେ ଖରାପ ଖାଦ୍ୟ ପ୍ରସଙ୍ଗ ଉଠାଇଥିବାରୁ ମୋତେ ଦଣ୍ଡ ଦିଆଯାଉଛି। ସେ ଅଭିଯୋଗ କରିଛନ୍ତି, "ମୋତେ ବଳପୂର୍ବକ ଟାଣି ନିଆଯାଇଥିଲା ... ମୋର ୟୁନିଫର୍ମ ଧରି ମୋତେ ଟାଣି ନିଆଯାଇଥିଲା। ମୁଁ ମଧ୍ୟ କିଛି ସ୍ଥାନରେ ଆଘାତ ମଧ୍ୟ ପାଇଥିଲି।"
Published by:Soumya Das
First published: