News18 Odia Digital
ଦୁର୍ବୃତ୍ତଙ୍କ ଏସିଡ ମାଡ଼ ପରେ ଯୁବତୀଙ୍କ ବେକ ମୁହଁରେ ଗଭୀର କ୍ଷତ । ଅନେକ ଦିନ ଧରି ଆଖି ମଧ୍ୟ ଖୋଲି ପାରିନଥିଲେ। ଯନ୍ତ୍ରଣା ଛଟପଟ ଶରୀର ଓ ମନ । ଏଭଳି ସ୍ଥିତିରେ ଅନେକ ହାର୍ ମାନି ଯାଆନ୍ତି ହେଲେ ମନୋବଳ ଦୃଢ଼ କରି ବୋର୍ଡ ପରୀକ୍ଷା ଦେବାକୁ ପହଞ୍ଚିଲେ ଯୁବତୀ । ୟୁପି ଦ୍ବାଦଶ ବୋର୍ଡ ପରୀକ୍ଷା (Up board Exam 2023) ଏଥର ଏପରି ଦୃଶ୍ୟ ରେ ଦେଖାଯାଇଛି, ଯାହା ଜୀବନରେ ଅନେକଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ ।
ସ୍କୁଲରୁ ଫେରୁଥିବା ବେଳେ ଗତ ବର୍ଷ ଯୁବତୀଙ୍କ ଉପରେ ଏସିଡ୍ ଆଟାକ ହୋଇଥିଲା । ବାଇକ୍ରେ ଆସି ଏସିଡ ମାଡ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ଏହି ଘଟଣା ପରେ ଛାତ୍ରୀ ଜଣଙ୍କ ପ୍ରି ବୋର୍ଡ ଏବଂ CLAT ର ପ୍ରବେଶିକା ପରୀକ୍ଷା ଦେଇପାରିନଥିଲେ। ଘଟଣା ସମୟରେ ମୁହଁ ଓ ବେକରେ ଆଘାତ ଲାଗିଥିଲା। ପ୍ରାରମ୍ଭରେ ଘଟଣା ପରେ ସେ ଆଖି ଖୋଲିବାକୁ ଅସମର୍ଥ ହୋଇଥିଲେ। ଅଢ଼େଇ ମାସ ପରେ ତାଙ୍କ ଅବସ୍ଥାରେ ଉନ୍ନତି ଆସିଥିଲା ଏବଂ ବର୍ତ୍ତମାନ ୟୁପି ବୋର୍ଡ ଦ୍ୱାଦଶ ପରୀକ୍ଷା ଦେଉଛି। ଛାତ୍ରୀ ଜଣଙ୍କ ଦିଲ୍ଲୀର ମୋହନ ଗାର୍ଡେନରେ ରୁହନ୍ତି।
ଛାତ୍ରୀ ଜଣଙ୍କ କୁହନ୍ତି ଯେ ପ୍ରାରମ୍ଭିକ ଦିନ କଷ୍ଟସାଧ୍ୟ ଥିଲା କାରଣ ମୁଁ ଆଖି ଖୋଲି ପାରୁନଥିଲେ। ଡାକ୍ତରମାନେ ଏସିଡ୍ ବାହାର କରିବାକୁ ଚେଷ୍ଟା କରୁଥିଲେ ଏବଂ ପ୍ରକ୍ରିୟା ଯନ୍ତ୍ରଣାଦାୟକ ଥିଲା। ସେ କିଛି ଦିନ ପାଇଁ ଆଇସିୟୁରେ ଥିଲେ। ଧୀରେ ଧୀରେ ଏହା ଭଲ ହେଲେ ଓ ୨୧ଦିନ ପରେ ସ୍କୁଲକୁ ଯାଇପାରିଥିଲେ। ବର୍ତ୍ତମାନ ଡାକ୍ତର ତାଙ୍କୁ ମାସ ୬ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।
ସ୍କୁଲକୁ ଫେରିବା ସ୍ୱାଭାବିକ ଅନୁଭବ କରିଛନ୍ତି ଛାତ୍ରୀ ଜଣଙ୍କ। ସେ କହିଥିଲେ ଯେ ମୁଁ ଫେରିବା ପରେ ମୋର ଶିକ୍ଷକ ଏବଂ ସାଙ୍ଗମାନେ ମୋତେ ସ୍ୱାଗତ କରିଥିଲେ ଏବଂ ବିଦ୍ୟାଳୟରେ ଉତ୍ସାହିତ କରିଥିଲେ। ବେକ ପଛରେ ଚିହ୍ନ ଦେଖାଇବାରେ ଦ୍ୱିଧା ନାହିଁ। କିଛି ଫରକ ପଡ଼େ ନାହିଁ। ଯଦି କାହାର ଆତ୍ମା ଶୁଦ୍ଧ ନଥାଏ ତେବେ ବାହ୍ୟ ସୌନ୍ଦର୍ଯ୍ୟର ଅର୍ଥ କ’ଣ? ସୁସ୍ଥ ହେବା ସମୟରେ ତାଙ୍କର ସବୁଠାରୁ ବଡ ଖୁସି ହେଉଛି ତାଙ୍କ ପିତାମାତା ଏବଂ ତାଙ୍କର ବନ୍ଧୁ ତାଙ୍କ ସହ ଥିଲେ। ଯଦିଓ ସେ ବାହାରକୁ ଯିବା ଆରମ୍ଭ କଲାବେଳେ ତାଙ୍କ ପିତାମାତା ପ୍ରଥମେ ଅମଙ୍ଗ ହେଉଥିଲେ।
CYBORG COCKROACH: କୁକୁର ନୁହେଁ! ଏବେ ଲୋକଙ୍କ ଜୀବନ ବଞ୍ଚାଇବ ଅସରପାଛାତ୍ରୀ ଜଣଙ୍କୁ ଖାଲି ସମୟରେ ସଙ୍ଗୀତ ଶୁଣିବା ଏବଂ ଯୋଗ ଅଭ୍ୟାସ କରିବାକୁ ପସନ୍ଦ। ସେ ଅର୍ଥନୀତିକୁ ପସନ୍ଦ କରନ୍ତି ଓ ଆଗକୁ ଆଇନ ଅଧ୍ୟୟନ କରିବାକୁ ଚାହାଁନ୍ତି। ସେ ବ୍ୟାଙ୍କ ପ୍ରୋବେସନାରୀ ଅଫିସର (ପିଓ) ସହିତ ନ୍ୟାୟିକ ସେବା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ମଧ୍ୟ ହେଉଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।