୩ଟି ସନ୍ତାନ ଥିବା ୯୮୯ ଜଣ ଶିକ୍ଷୟତ୍ରୀଙ୍କ ପାଇଁ ଜାରି ହେଲା କାରଣ ଦର୍ଶାଅ ନୋଟିସ; ଯାଇପାରେ ଚାକିରୀ

ମଧ୍ୟପ୍ରଦେଶରର ବିଦିଶାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିଦିଶାର DEO ତିନୋଟି ସନ୍ତାନ ଥିବା ୯୮୯ ଜଣ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

କାରଣ ଦର୍ଶାଅ ନୋଟିସ ଜାରି କଲା ଶିକ୍ଷା ବିଭାଗ (ପ୍ରତୀକାତ୍ମକ ଛବି)

କାରଣ ଦର୍ଶାଅ ନୋଟିସ ଜାରି କଲା ଶିକ୍ଷା ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମଧ୍ୟପ୍ରଦେଶରର ବିଦିଶାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।  ବାସ୍ତବରେ, ବିଦିଶାର DEO ତିନୋଟି ସନ୍ତାନ ଥିବା ୯୮୯ ଜଣ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ୨୬ ଜାନୁୟାରୀ ୨୦୦୧ର ପରିବାର କଲ୍ୟାଣ ଆଦେଶ ଅନୁଯାୟୀ, ସରକାରୀ କର୍ମଚାରୀମାନେ ୨ ରୁ ଅଧିକ ପିଲା ଜନ୍ମ କରିପାରିବେ ନାହିଁ।

୯୮୯ ଶିକ୍ଷୟତ୍ରୀଙ୍କର ତିନୋଟି ସନ୍ତାନ ଅଛି

ଏହି ସମସ୍ତ ୯୮୯ ଶିକ୍ଷୟତ୍ରୀଙ୍କର ତିନୋଟି ସନ୍ତାନ ଥିବା ନିଶ୍ଚିତ ହୋଇଛି। ଏହି ପରିପ୍ରେକ୍ଷୀରେ, ସେମାନଙ୍କୁ ଏକ ’କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଓ ୧୫ ଦିନ ମଧ୍ୟରେ ଏହାର ଉତ୍ତର ମଗାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କେବଳ ୧୯୯ ଶିକ୍ଷକ ପ୍ରତିକ୍ରିୟା ଦେଇଛନ୍ତି। ବିଦିଶା ଶିକ୍ଷା ବିଭାଗରେ ପ୍ରାୟ ୭ ହଜାର ଶିକ୍ଷୟତ୍ରୀ ଅଛନ୍ତି।

ବିଜ୍ଞପ୍ତିର ଉତ୍ତରରେ ଶିକ୍ଷକମାନେ ଏହି ଯୁକ୍ତି ବାଢ଼ିଛନ୍ତି

ସୂଚନାଯୋଗ୍ୟ ଯେ ଶିକ୍ଷା ବିଭାଗର ବିଜ୍ଞପ୍ତିର ଉତ୍ତରରେ ଶିକ୍ଷକମାନେ ବିଭିନ୍ନ ପ୍ରକାରର ଯୁକ୍ତି ବାଢିଛନ୍ତି। କେହି କେହି ସମ୍ପର୍କୀୟଙ୍କ ଦ୍ୱାରା ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାବେଳେ କେତେକ କହିଛନ୍ତି ଯେ ଟିଟି ଅପରେସନ୍ ବିଫଳ ହୋଇଛି।

ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ

ବର୍ତ୍ତମାନ ଶିକ୍ଷକମାନଙ୍କର ଏହି ଉତ୍ତରଗୁଡିକ ପରୀକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏହା କୁହାଯାଉଛି ଯେ ଏହି ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ସେମାନଙ୍କର ଚାକିରୀ ମଧ୍ୟ ଯାଇପାରେ।
Published by:Soumya Das
First published: