‘‘କୃଷି ଆଇନରେ ଭୁଲ୍ କ’ଣ ଅଛି? ଚାଷୀଙ୍କୁ ତ ଏତେ ଅଧିକାର ମିଳିଛି,’’ କହିଲେ PM ମୋଦୀ

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଅଧୀନରେ ଉପଲବ୍ଧ ଆର୍ଥିକ ଲାଭର ଆଗାମୀ କିସ୍ତି ଜାରି କରିବା ପରେ କୃଷକ ଆନ୍ଦୋଳନ ସମ୍ପର୍କରେ ମୋଦୀ (Narendra Modi) କହିଛନ୍ତି ଯେ ସରକାର ବିରୋଧୀଙ୍କ ସହ ବି ଆଲୋଚନା କରିବାକୁ ପ୍ରସ୍ତୁତ, ହେଲେ ଆଲୋଚନା ତର୍କସଙ୍ଗତ ହେବା ଉଚିତ ।

‘‘କୃଷି ଆଇନରେ ଭୁଲ୍ କ’ଣ ଅଛି? ଚାଷୀଙ୍କୁ ତ ଏତେ ଅଧିକାର ମିଳିଛି,’’ କହିଲେ PM ମୋଦୀ
ମୋଦୀ ଏକ ବଟନ୍ ଦବାଇ ନଅ କୋଟି କୃଷକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଛନ୍ତି ।
  • News18 Odia
  • Last Updated: December 25, 2020, 5:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଶୁକ୍ରବାର ଦିନ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଅଧୀନରେ ଉପଲବ୍ଧ ଆର୍ଥିକ ଲାଭର ପରବର୍ତ୍ତୀ କିସ୍ତି ଜାରି କରିଛନ୍ତି। ସେ ଏକ ବଟନ୍ ଦବାଇ ନଅ କୋଟି କୃଷକ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ସ୍ଥାନାନ୍ତର କରିଛନ୍ତି । ଏହି ଯୋଜନା ଅଧୀନରେ ପ୍ରତି ବର୍ଷ ତିନୋଟି କିସ୍ତିରେ ୨,୦୦୦ ଟଙ୍କା କରି ମୋ’ଟ ୬,୦୦୦ ଟଙ୍କା ପ୍ରତି କୃଷକଙ୍କ ଆକାଉଣ୍ଟକୁ ପଠାଯାଏ ।

ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ କୋଟି ୬୦ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ୯୬,୦୦ କୋଟି ଟଙ୍କାରୁ ଅଧିକ ପଠାଯାଇ ସାରିଲାଣି । ଏହି ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନ ମନ୍ତ୍ରୀ ବାର୍ତ୍ତାଳାପ ବି କରିଛନ୍ତି । ଏହି କାର୍ଯ୍ୟକ୍ରମ ଏମିତି ସମୟରେ ଆୟୋଜିତ ହୋଇଛି ଯେତେବେଳେ କୃଷକମାନେ ଗତ କିଛି ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଆସୁଛନ୍ତି । ସରକାର ଦାବି କରିଛନ୍ତି ଯେ ଏହି ତିନୋଟି ଆଇନ୍‌ କୃଷକଙ୍କ ସ୍ୱାର୍ଥରେ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନର ମୁଖ୍ୟ କଥା ଜାଣନ୍ତୁ:

୧. ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁମାନଙ୍କର ନିଜର ରାଜନୈତିକ ଲକ୍ଷ ଅଛି ସେମାନେ କୃଷକମାନଙ୍କୁ ସରକାରଙ୍କ ସହ ଆଲୋଚନା ପାଇଁ ଆସିବାକୁ ଦେଉ ନାହାଁନ୍ତି, ଯାହା ଦ୍ୱାରା କି କୃଷକଙ୍କର ଚିନ୍ତା ଦୂର ହୋଇପାରିବ।

ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ

୨. ମୋଦୀ କହିଛନ୍ତି, ‘‘କିଛି ଲୋକ ଚାଷୀଙ୍କ ଜମିକୁ ନେଇ ଚିନ୍ତା ପ୍ରକଟ କରିବାର ନାଟକ କରୁଛନ୍ତି । ଆମେ ସେହି ସମସ୍ତଙ୍କ ବିଷୟରେ ଜାଣୁ । ସେମାନଙ୍କ ନାମ ଗଣମାଧ୍ୟମକୁ ଆସିସାରିଛି ।’’

୩. ପ୍ରଧାନ ମନ୍ତ୍ରୀ କହିଛନ୍ତି, ‘‘ଆମେ ଅନଲାଇନରେ ଏକ ହଜାରରୁ ଅଧିକ ହାଟକୁ (ମଣ୍ଡିକୁ) ପରସ୍ପର ସହ ଯୋଡ଼ିଛୁ । ଏହି ମଣ୍ଡିଗୁଡ଼ିକରେ ଏକ ଲକ୍ଷ ଟଙ୍କାରୁ ଅଧିକର କାରବାର ହୋଇସାରିଛି ।’’

ଏହା ବି ପଢ଼ନ୍ତୁ | ରାଜ୍ୟରେ ଅଫିସର ଜନ ପ୍ରତିନିଧିମାନଙ୍କ ପାଇଁ ନିଜ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ, କହିଲେ ନବୀନ

୪. ପ୍ରଧାନ ମନ୍ତ୍ରୀ କହିଛନ୍ତି, ‘‘ଆମେ ଗାଁରେ ଚାଷୀଙ୍କ ଜୀବନକୁ ସହଜ କରୁଛୁ । ଯେଉଁମାନେ କ୍ଷମତାରେ ଥିଲେ ଆଜି ସେମାନେ ବଡ଼ ବଡ଼ ଭାଷଣ ଦେଉଛନ୍ତି । ସେମାନେ ଚାଷୀଙ୍କ ପାଇଁ କିଛି କରିନାହାଁନ୍ତି ।’’

୫. ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଅଧିକ ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟର (MSP) ଲାଭ ଦେଇଛନ୍ତି ଓ କୃଷକମାନଙ୍କୁ ରେକର୍ଡ଼ ପରିମାଣର ଧନରାଶି ଯୋଗାଇ ଦେଇଛି ।

୬. ମୋଦୀ କହିଛନ୍ତି ଯେ ନୂଆ କୃଷି ଆଇନ ବିଷୟରେ କୃଷକଙ୍କ ମନରେ କିଛି ଆଶଙ୍କା ଥିଲା, ରାଜନୈତିକ ଏଜେଣ୍ଡା ଧରି କାମ କରୁଥିବା ଲୋକେ ମଝିରେ ପଶି କେତେକ ନୂଆ ଦାବି ରଖିଛନ୍ତି ଯାହାର ଏହି ଆଇନଗୁଡ଼ିକ ସହିତ କୌଣସି ସମ୍ପର୍କ ନାହିଁ ।

ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା

୭. ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଦେଶର କୃଷକମାନଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଗରିବ ଅଛନ୍ତି । ’’ପୂର୍ବ ସରକାର ସମୟରେ ଏହି କୃଷକମାନେ ଅଧିକ ଗରିବ ହୋଇପଡ଼ିଛନ୍ତି । ଏହି ଗରିବ ଚାଷୀଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି କୃଷି ସଂସ୍କାର ଆବଶ୍ୟକ ଥିଲା,’’ ସେ କହିଛନ୍ତି ।

୮. ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି କେରଳରେ ଶାସନ କରୁଥିବା ଲୋକେ ଏବେ ପଞ୍ଜାବର କୃଷକମାନଙ୍କ ସହ ସେଲଫି ନେବାକୁ ପହଞ୍ଚିଛନ୍ତି, କିନ୍ତୁ ଏହି ଲୋକେ ନିଜ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ପାଇଁ କିଛି କରିନାହାଁନ୍ତି ।

୯. ମୋଦୀ କହିଛନ୍ତି ଯେ ଯେଉଁମାନେ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିଲେ ବର୍ତ୍ତମାନ ସେହି ଲୋକେ ନିଜର ପ୍ରଚାର ପ୍ରସାର ପାଇଁ ନୂଆ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଲୋକେ ସେମାନଙ୍କ ଭ୍ରମ ଜାଲରେ ପଡ଼ିବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ ଅପହରଣ କରିବା ପରେ ହତ୍ୟା କଲା ପଡ଼ୋଶୀ; ତଦନ୍ତ ଜାରି

୧୦. ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସରକାର ପଶ୍ଚିମ ବଙ୍ଗକୁ ନଷ୍ଟ କରିଦେଇଛି । ଏହି ସରକାର ରାଜ୍ୟର ଚାଷୀଙ୍କୁ ମିଳିବାକୁ ଥିବା ସୁବିଧାକୁ ବନ୍ଦ କରି ରାଜନୀତି କରୁଛି ।

ମମତା ବାନାର୍ଜୀ


୧୧. ପଶ୍ଚିମ ବଙ୍ଗ ସରକାର ରାଜ୍ୟର ୭୦ ଲକ୍ଷ ଚାଷୀଙ୍କୁ କେନ୍ଦ୍ରର ପ୍ରତ୍ୟକ୍ଷ ଅର୍ଥ ସ୍ଥାନାନ୍ତର ଯୋଜନାର ଲାଭକୁ ଅନୁମତି ଦେଇ ନ ଥିବାରୁ ପ୍ରଧାନ ମନ୍ତ୍ରୀ ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛନ୍ତି ।

୧୨. ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦିଲ୍ଲୀରୁ ଦେଶର ନାଗରିକମାନଙ୍କ ନିକଟକୁ ପଠାଯାଉଥିବା ଟଙ୍କା ଆଜିକାଲି ଆଉ କମ୍‌ ହେଉନାହିଁ କିମ୍ବା ଭୁଲ ହାତକୁ ଯାଉ ନାହିଁ ।

୧୩. ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେକୌଣସି ପ୍ରକାର ଦୁର୍ନୀତିକୁ ଜାତୀୟ କ୍ଷତି ବୋଲି ବିବେଚନା କରୁଥିଲେ ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେ

୧୪. ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ କେତେକ ନେତା କୃଷକ ଆନ୍ଦୋଳନ ନାମରେ ନିଜର ରାଜନୈତିକ ଚିନ୍ତାଧାରାକୁ ଆଗକୁ ନେବାରେ ଲାଗିଛନ୍ତି ।

୧୫. ମୋଦୀ କହିଛନ୍ତି ଯେ କିଛି ଲୋକ ମିଥ୍ୟା ପ୍ରଚାର କରୁଛନ୍ତି ଯେ ଯଦି କୃଷକମାନେ ଚୁକ୍ତିଭିତ୍ତିକ ଚାଷ (contract farming) କରନ୍ତି ତେବେ ସେମାନଙ୍କର ଜମି ତାଙ୍କ ହାତରୁ ଚାଲିଯିବ ।

୧୬. କୃଷକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ କିଛି ଦଳ ନୂଆ କୃଷି ଆଇନକୁ ବିରୋଧ କରି ନିଜର ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି।



୧୭. କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଭିନ୍ନ ମତବାଦ କାରଣରୁ ଯେଉଁମାନେ ସରକାରଙ୍କୁ ବିରୋଧ କରୁଛନ୍ତି ସରକାର ସେମାନଙ୍କ ସହ ବି ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଏହି ଆଲୋଚନା ଯୁକ୍ତି, ତଥ୍ୟ ଓ ପ୍ରସଙ୍ଗ ଉପରେ ଆଧାରିତ ହେବା ଉଚିତ ।
Published by: Anand Shankar Thankur Das
First published: December 25, 2020, 5:01 PM IST
corona virus btn
corona virus btn
Loading