News 18 Odia Digital
Maruti suzuki Biogas: ବୈଦ୍ୟୁତିକ କାର ଗୁଡିକ ଭବିଷ୍ୟତର ଯାନ ଭାବରେ ବିବେଚିତ କରାଯାଉଥିବା ବେଳେ କିଛି କମ୍ପାନୀ (Company) ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି । ଟାୟୋଟା ଓ ଏମଜି ସହିତ ଅନେକ କମ୍ପାନୀ ଅଛି ଯାହା ହାଇଡ୍ରୋଜେନ୍ ଚାଳିତ ଯାନ ଉପରେ ବେଟିଂ ଲଗାଉଛନ୍ତି । ଏଥି ସହିତ ଭାରତର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଗୋଟିଏ ପାଦ ଆଗକୁ ବଢ଼ିବା ସହ ଗାଇ ଗୋବରରେ କାର ଚଳାଇବା ବିଷୟରେ ଆଲୋଚନା କରୁଛନ୍ତି । ସମ୍ପ୍ରତି, ସୁଜୁକି ମୋଟର କର୍ପୋରେସନ୍ କ୍ଲିନର୍ ଇନ୍ଧନ ବିକଳ୍ପ ଉପରେ ଧ୍ୟାନ ଦେବା ବିଷୟରେ କହିଥିଲା । ଏହା ଅଧୀନରେ ମାରୁତି ସୁଜୁକି ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ଗାଇ ଗୋବର ବ୍ୟବହାର କରିବ, ଯାହା ଭବିଷ୍ୟତରେ CNG କାର ଚଳାଇବାରେ ବ୍ୟବହୃତ ହେବ । ମାରୁତି ସୁଜୁକିର ଭାରତରେ ସର୍ବ ବୃହତ CNG ଉତ୍ପାଦ ପୋର୍ଟଫୋଲିଓ ଅଛି ଓ କମ୍ପାନୀ ନିଜର କାରକୁ ଚଳାଇବା ଲାଗି ବିକଳ୍ପ ଇନ୍ଧନ ଉପରେ ବଡ ବେଟିଂ ଲଗାଇଛି ।
ସୁଜୁକି କହିଛି, "ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ସୁଜୁକିର ଅନନ୍ୟ ପଦକ୍ଷେପ ହେଉଛି ବାୟୋଗ୍ୟାସ୍ ବ୍ୟବସାୟ, ଯେଉଁଥିରେ ଗାଇ ଗୋବରରୁ ବାୟୋଗ୍ୟାସ୍ ମିଳିବ। ଏହି ବାୟୋଗ୍ୟାସ୍ ସୁଜୁକିର CNG ମଡେଲ୍ ପାଇଁ ବ୍ୟବହାର କରାଯାଇପାରିବ, ଯାହା ଭାରତର ପ୍ରଥମ CNG କାର ହେବ। ପ୍ରାୟ ୭୦ ପ୍ରତିଶତ ଗାଇ ଗୋବର ପ୍ରାୟତଃ ଭାରତର ଗ୍ରାମାଞ୍ଚଳରେ ବର୍ଜ୍ୟବସ୍ତୁ ଭାବରେ ଦେଖାଯାଏ। ମାରୁତିର ଏହି ଯୋଜନା ପରେ ଗାଇ ଗୋବର କିଣାଯାଇ ବିକ୍ରି ହୋଇପାରିବ। " ସିଏନ୍ଜି ଅଟୋମୋବାଇଲ୍ ସମାଧାନ କେବଳ ଭାରତୀୟ ବଜାରକୁ ପୂରଣ କରିବ ନାହିଁ ବରଂ ଆଫ୍ରିକା, ଏସିଆନ୍ ଏବଂ ଜାପାନ ସମେତ ବଜାରକୁ ମଧ୍ୟ ରପ୍ତାନି ହେବ ।
ମାରୁତି ସୁଜୁକି ଗାଇ ଗୋବର ବାୟୋଗ୍ୟାସ୍ ଉତ୍ପାଦନ ଓ ଯୋଗାଣ ପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି । ଏଥିପାଇଁ କମ୍ପାନୀ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ଓ ବାନାସି ଡାୟେରୀ ଭଳି ସଂଗଠନ ସହ ମଧ୍ୟ ଭାଗିଦାରୀ କରିଛି। ସୁଜୁକି ଜାପାନ ଭିତ୍ତିକ ଫୁଜିସାନ୍ ଆସାଗିରି ବାୟୋମାସରେ ମଧ୍ୟ ବିନିଯୋଗ କରିଛି ଯାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ଗାଇ ଗୋବର ବାୟୋଗ୍ୟାସ୍ ବ୍ୟବହାର କରେ ।
୧ ଦିନ ଗାଡି ଚଳାଇବା ପାଇଁ ଏତେ ଗୋବର ଆବଶ୍ୟକସୁଜୁକି ଆକଳନ କରିଛି ଯେ ଗୋଟିଏ ଦିନରେ ୧୦ ଟି ଗାଇରୁ ମିଳିଥିବା ଗୋବର ଗୋଟିଏ କାର ଚଳାଇବା ପାଇଁ ଯଥେଷ୍ଟ ହେବ । ଏପର୍ଯ୍ୟନ୍ତ, ସୁଜୁକିର ଗାଇ ଗୋବର ବାୟୋଗ୍ୟାସ୍ ଯୋଜନା ଏକ ପରୀକ୍ଷଣ ପରି ଦେଖାଯାଉଛି । ବର୍ତ୍ତମାନ, ଗାଇ-ଗୋବର ବାୟୋଗ୍ୟାସର ମୂଲ୍ୟ, ଇଞ୍ଜିନ ଉପରେ ଏହାର ପ୍ରଭାବ ସମେତ ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ । ସୁଜୁକି ୨୦୨୪ ମଧ୍ୟଭାଗରୁ ଗାଇ ଗୋବର ବାୟୋଗ୍ୟାସ୍ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଛି ।
ଏହି ଖବର ପଢ଼ନ୍ତୁ -
BMC ଡେପୁଟି କମିଶନର କରିଛନ୍ତି ଅସଦାଚରଣ; ଓଡ଼ିଆ ଆଲବମ ପ୍ରଯୋଜିକାଙ୍କ ଅଭିଯୋଗPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।