ଉତ୍ତର-ପୂର୍ବ ଜନାଦେଶ: ତ୍ରିପୁରାରେ ବିଜେପିର ବାଜିମାତ ! ନାଗାଲାଣ୍ଡ-ମେଘାଳୟରେ କାହାର ସରକାର ?

ଉତ୍ତର-ପୂର୍ବ ଜନାଦେଶ : ମେଘାଳୟରେ ପଛରେ ବିଜେପି

ଉତ୍ତର-ପୂର୍ବ ଜନାଦେଶ : ମେଘାଳୟରେ ପଛରେ ବିଜେପି

  • News18 Odia
  • Last Updated :
  • Delhi, India
  • Share this:
News18 Odia Digital

ନୂଆଦିଲ୍ଲୀ : ୨୦୨୪ ବଡ଼ ପରୀକ୍ଷା ପୂର୍ବରୁ ୨୦୨୩ରେ ୯ଟି ରାଜ୍ୟରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ନର୍ଥ-ଇଷ୍ଟର ୩ଟି ରାଜ୍ୟରେ ସରିଛି ନିର୍ବାଚନ । ଆଜି ଚାଲିଛି ଗଣତି । ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହେବ ୩ ଉତ୍ତର-ପୂର୍ବ ରାଜ୍ୟରେ ଜନାଦେଶ । ଜାତୀୟ ରାଜନୀତିରେ ନର୍ଥ-ଇଷ୍ଟ ନିର୍ବାଚନର ସେତେଟା ପ୍ରଭାବ ନାହିଁ ସତ, କିନ୍ତୁ କେନ୍ଦ୍ରର କ୍ଷମତାସୀନ ମୋଦି ସରକାର ପାଇଁ, ଚଳିତ ପୋଲ୍ ସିଜିନ୍‌ରେ ଏହା ପ୍ରଥମ ଟେଷ୍ଟ ହୋଇଥିବା ବେଳେ, କଂଗ୍ରେସ ପାଇଁ ଅସ୍ଥିତ୍ବ ବଜାୟ ରଖିବା ବଡ଼ ପ୍ରଶ୍ନ ହୋଇ ଉଠିଛି ।

ଉତ୍ତରପୂର୍ବାଞ୍ଚଳ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଗଣତି ଚାଲିଛି । ତ୍ରିପୁରା-ନାଗାଲାଣ୍ଡରେ ବିଜେପି ଆଗୁଆ ରହିଛି । ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ବିଜେପି ମ୍ୟାଜିକ୍ ନମ୍ବର ଅତିକ୍ରମ କରି ନାହିଁ । ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୨ଟିରେ ଆଗୁଆ ଥିବା ବେଳେ ବାମପନ୍ଥୀ ମେଣ୍ଟ- କଂଗ୍ରେସ ୧୬ଟି, ତ୍ରିପା ଦଳ ୧୦ଟି ଆଗୁଆ ଅଛି । ସେହିପରି ନାଗାଲାଣ୍ଡରେ ୬୦ ଆସନରୁ ବିଜେପି ମେଣ୍ଟ ଏନଡିପିପି ୩୯, ଏନପିଏଫ ୨, କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ୧୫ଟିରେ ଆଗୁଆ ଅଛନ୍ତି । ସେହିପରି ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ଏନପିପି ୨୬, ଟିଏମସି ୭, ବିଜେପି ୪ , କଂଗ୍ରେସ ୪ ଏବଂ ଅନ୍ୟାନ୍ୟ ୧୮ଟିରେ ଆଗୁଆ ଅଛନ୍ତି । ମେଘାଳୟର ସବୁଠାରୁ ବଡ ଦଳ ଭାବରେ ଏନପିପି ଉଭା ହେଉଛି । ବିଜେପି ଏଠାରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହେଉଥିବା ଜଣାପଡ଼ିଛି।

ପଢନ୍ତୁ ପୂରା ଖବର : http://Vladimir Putin: ଭୟ ଅନୁଭବ କରୁଛନ୍ତି ଋଷର ରାଷ୍ଟ୍ରପତି ପୁତିନ!

ଆସାମର ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବାଞ୍ଚଳରେ ‘ବିଜେପି’ର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ତ୍ରିପୁରାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ, ନାଗାଲାଣ୍ଡ୍‌ରେ ମେଣ୍ଟ ସରକାର ଏବଂ ବିଜେପି ଜିଣିଥିବା ଆସନକୁ ଆଧାର କରି ମେଘାଳୟରେ ସରକାର ନିର୍ଦ୍ଧାରଣ କରାଯିବ।ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି।
Published by:Sujit Swain
First published: