ନୋରା ଫତେହିଙ୍କ ସୌନ୍ଦର୍ଯ୍ୟ ଦେଖି ବିମୋହିତ ହେଲେ ତାଙ୍କ ଫ୍ୟାନ୍‌ମାନେ; ଦେଖନ୍ତୁ VIDEO

ନିଜ ଜବରଦସ୍ତ ନୃତ୍ୟ ପାଇଁ ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ୨୦ ନିୟୁତ ଅର୍ଥାତ୍ ଦୁଇ କୋଟି ପାର୍ କରିସାରିଛି ।

ନୋରା ଫତେହି

ନୋରା ଫତେହି

  • Share this:
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ (Bollywood) ଅଭିନେତ୍ରୀ ନୋରା ଫତେହି (Nora Fatehi) ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ସବୁ ବେଳେ ବହୁତ ସକ୍ରିୟ ରହନ୍ତି ଓ ଏହି ସୋସିଆଲ ପ୍ଲାଟଫର୍ମ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ସେ ସର୍ବଦା ଯୋଡ଼ିହୋଇ ଥାଆନ୍ତି । ଏହି କାରଣରୁ ନୋରାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ୨୦ ନିୟୁତ ଅର୍ଥାତ୍ ଦୁଇ କୋଟି ପାର୍‌ କରିସାରିଛି ।

ନୋରା ଲଗାତର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ସଦ୍ୟ ଫଟୋ ଓ ଭିଡିଓ ଶେୟାର କରି ଚାଲିଛନ୍ତି । ସେହି ଫଟୋ ଓ ଭିଡିଓଗୁଡ଼ିକ ଶେୟାର ହେବା ମାତ୍ରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗେ । ଏହି କ୍ରମରେ ନୋରା ନିଜ ଇନଷ୍ଟାଗ୍ରାମରେ ନିଜର ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ସୌନ୍ଦର୍ଯ୍ୟ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ଯୁବକ; ସଭିଏଁ ଚକିତ

ନୋରାଙ୍କ ଦ୍ୱାରା ଶେୟାର୍‌ କରାଯାଇଥିବା ଏହି ଭିଡିଓଟି ଏକ ଆୱାର୍ଡ଼ ଫଙ୍କସନରେ ହୋଇଥିବା ପରି ଦେଖାଯାଉଛି । ଏଥିରେ ନୋରା ଏକ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଦେଖାଯାଉଛି ।

ଦେଖନ୍ତୁ ସେହି ଭିଡିଓ:








View this post on Instagram






A post shared by Nora Fatehi (@norafatehi)






ଲୋକେ ନୋରାଙ୍କର ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । କମେଣ୍ଟ ବକ୍ସରେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ଅନେକ କମେଣ୍ଟ ପଠେଇଛନ୍ତି ତାଙ୍କ ଫ୍ୟାନମାନେ ।

ଏହା ବି ପଢ଼ନ୍ତୁ ସନ୍ନି ଲିଓନ, ଆଲିଆ ଭଟ୍ଟଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

ନୋରା ଫତେହି ବଲିଉଡରେ ତାଙ୍କର ଜବରଦସ୍ତ ନୃତ୍ୟ ପାଇଁ ଜଣାଶୁଣା । କେବଳ ତାଙ୍କ ନୃତ୍ୟ ହେତୁ ସେ ଏହି ଇଣ୍ଡଷ୍ଟ୍ରିରେ ସ୍ୱୀକୃତି ପାଇଥିଲେ । ନୋରାଙ୍କ ନୃତ୍ୟ ପାଇଁ ତାଙ୍କ ଫ୍ୟାନମାନେ ପାଗଳ । ତେଣୁ ତାଙ୍କର କୌଣସି ଭିଡିଓ ଗୀତ ରିଲିଜ ହେବା ମାତ୍ରେ ତାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରେ ।
Published by:Anand ST Das
First published: