ନୋକିଆ ପୁଣି ଥରେ ନିଜର ପୁରୁଣା ଆଇକନିକ୍‌ ଫୋନକୁ ଦ୍ବିତୀୟ ଥର ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଛି

ମୋବାଇଲ ଫୋନ ନିର୍ମାତା କମ୍ପାନୀ ନୋକିଆ ନିଜର ହୃତ ଗୌରବ ଫେରିପାଇବା ପାଇଁ ତା’ର ଏକ ପୁରୁଣା ମୋବାଇଲ ଫୋନକୁ ପୁଣିଥରେ ମାର୍କେଟରେ ରିଲଞ୍ଚ୍‌ କରିପାରେ । ଆସନ୍ତା ମାସ ବିଶ୍ବ ମୋବାଇଲ୍‌ କଂଗ୍ରେସ୍‌ ଅବସରରେ କମ୍ପାନୀ ଏହାକୁ ଲଞ୍ଚ କରିପାରେ ।

ନୋକିଆର କେତେକ ଆଇକନିକ୍‌ ଫୋନ୍‌

ନୋକିଆର କେତେକ ଆଇକନିକ୍‌ ଫୋନ୍‌

  • Share this:
News18 Odia Digital

ନୂଆ ଦିଲ୍ଲୀ: ନୋକିଆ ପୁଣି ଥରେ ନିଜର ପୁରୁଣା ଆଇକନିକ୍‌ ଫୋନକୁ ଦ୍ବିତୀୟ ଥର ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି । କମ୍ପାନୀ ଏହା ପୂର୍ବରୁ ୩୩୧୦କୁ ପୁଣିଥରେ ଲଞ୍ଚ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହା ପରେ ମଧ୍ୟ କମ୍ପାନୀ ନିଜର ପୁରୁଣା କ୍ଲାସିକ ଫୋନକୁ ଦ୍ବିତୀୟ ଥର ଲଞ୍ଚ କରିଥିଲା ।

ନୋକିଆର ମୋବାଇଲ ଫୋନ ନିର୍ମାଣ କରିବା ଲାଇସେନ୍ସ ଫିନଲାଣ୍ଡ କମ୍ପାନୀ ଏଚଏମଡି ଗ୍ଲୋବାଲ ପାଖରେ ରହିଛି । ରିପୋର୍ଟ ଅନୁସାରେ କମ୍ପାନୀ ନୋକିଆର କେତକ ଲୋକପ୍ରିୟ ପୁରୁଣା ମୋବାଇଲ ଫୋନକୁ ଆଉଥରେ ଲଞ୍ଚ କରିବାପାଇଁ ଯୋର ସୋରରେ କାମ ଆରମ୍ଭ କରିଦେଇଛି ।

ଏଚ୍ଏ‌ମ୍‌ଡି ଗ୍ଲୋବାଲ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର ଜୁହ ସରବିକାସ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏନେଇ ଏକ ଟୁଇଟ କରିଛନ୍ତି । ତେବେ ସେ ଏହି ଟୁଇଟରେ ଆଡିଡାସ ଅରିଜିନାଲର ସ୍ନୀକର୍ସ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘‘ ମୋତେ ଏହି ଆଡିଡାସ ଅରିଜିନାଲସର ଲିମିଟେଡ ଏଡିଶନ ପେୟାର ମିଳିଛି । ଏହାର ଅର୍ଥ ଏହା ଯେ, ଆମକୁ ମଧ୍ୟ ନୋକିଆର ଅରିଜିନାଲ ଫୋନ ଲଞ୍ଚ କରିବା ଦରକାର’’ ।

ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର୍‌ ଜୁହ ସରବିକାସଙ୍କ ଟୁଇଟ


ଜୁହୋଙ୍କ ଏହି ଟୁଇଟ ପରେ ନୋକିଆ ନିଜର ଏକ ପୁରୁଣା ଆଇକନିକ ଫୋନ ଲଞ୍ଚ କରିପାରେ ବୋଲି ମାର୍କେଟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକ ସମୟ ଥିଲା ଯେତେବେଳେ ନୋକିଆର ପୁରା ବିଶ୍ବରେ ମୋବାଇଲ ଫୋନ ନିର୍ମାଣ କ୍ଷେତ୍ରରେ ଦବଦବା ଥିଲା ଏବଂ ଏକ ଦଶନ୍ଧି ଧରି ଏହା ଲୋକପ୍ରିୟ ହୋଇ ରହିଥିଲା ।

ବିଶ୍ବ ମୋବାଇଲ କଂଗ୍ରେସ (ଏମଡବଲ୍ୟୁସି୨୦୨୦)ର ଆରମ୍ଭ ୨୪ ଫେବୃୟାରୀରୁ ହେଉଛି । ଏହି ସମୟରେ ଏଚଏମଡି ଗ୍ଲୋବାଲ ନୋକିଆାର ଆଇକନିକ ଫୋନ ଲଞ୍ଚ କରିପାରେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଠିକ ଭାବେ ସ୍ପଷ୍ଟ ହୋଇନି କି ନୋକିଆ ନିଜର କେଉଁ ଫୋନକୁ ଲଞ୍ଚ କରିବ । ନୋକିଆ ଏବେ ପର୍ଯ୍ୟନ୍ତ ନିଜର ୩୩୧୦, ୮୧୧୦ ୪ଜି, ୨୭୨୦ ୪ଜିକୁ ରି ଲଞ୍ଚ କରିସାରିଛି ।
Published by:Durgamadhab Rath
First published: