ନୋଏଡା ସୁପରଟେକ୍ ଟାୱାର ଭୁଶୁଡ଼ିବା ପରେ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ଧୂଳିର ଚାଦର

ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ ବୋଲି ଆକଳନ କରାଯାଇଛି, ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ। 

ନୋଏଡା ସୁପରଟେକ୍ ଟାୱାର ଭୁଶୁଡ଼ିବା ପରେ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ଧୂଳିର ଚାଦର

ନୋଏଡା ସୁପରଟେକ୍ ଟାୱାର ଭୁଶୁଡ଼ିବା ପରେ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ଧୂଳିର ଚାଦର

  • Share this:
News 18 Odia Digital

ନୋଏଡା: ଲାଇଭ ଏକ୍ସପ୍ଲୋଜନର ଦୃଶ୍ୟ ଦେଖିବାକୁ ସାରା ଦେଶ କରିଥିଲା ଅପେକ୍ଷା। ହେଲେ ମାତ୍ର ୯ ସେକେଣ୍ଡରେ ଭୁଶୁଡ଼ିଲା ୯ ବର୍ଷରୁ ଲାଗିରହିଥିବା ବିବାଦ। ମାଟିରେ ମିଶିଲା ନୋଏଡା ଟ୍ୱିନ୍ ଟାଓ୍ବାର।ଏହା ଫଳରେ ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । କଡ଼ା ନିରାପତ୍ତାରେ ଅପରାହ୍ଣ ସାଢେ ୨ଟାରେ ହୋଇଥିଲା ବିସ୍ଫୋରଣ ।

ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ ବୋଲି ଆକଳନ କରାଯାଇଛି, ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ । ବିଲ୍ଡିଂ ଭାଂଗିବାକୁ ୩ ହଜାର ୭ଶହ କେଜି ବିସ୍ଫୋରକର ବ୍ୟବହାର କରାଯାଇଥିଲା। ପାଖାପାଖି ଦୁଇ ବିଲ୍ଡିଂର ପିଲାର ଗୁଡିକରେ ୭ ହଜାରରୁ ଅଧିକ କଣା କରାଯାଇଥିଲା, ଗୋଟିଏ ଗୋଟିଏ କଣାର ଲମ୍ବ ୨ମିଟର, ପାଖାପାଖି ୧୪ କିଲୋମିଟର ହୋଲ୍ କରାଯାଇଥିଲା। ଯେତେବେଳେ ସ୍ୱିଚ୍ ମରାଯାଇଥିଲା ସେତେବଳେ ସମସ୍ତ ପିଲାରରେ ବିସ୍ଫୋରଣ ଘଟିଥିଲା। ଏହିଁ ଭାବେ ବିଲ୍ଡଡି ଭାଂଗିବା ପ୍ରଣାଳୀକୁ ଓ୍ୱାଟରଫଲ୍ ଟେକନିକ୍ ମଧ୍ୟ କୁହାଯାଇଛି।

ଗତକାଲି ଠାରୁ ନୋଏଡାର ଏହି ଅଞ୍ଚଳଟି ସେଲଫି ସ୍ପଟ୍ ରେ ପରିଣତ ହୋଇଥିଲା। ଆଜି ସକାଳେ, ଭାଙ୍ଗିବା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବା ମାତ୍ରେ ଲୋକମାନେ ସୋସିଆଲ ମିଡିଆରେ ବାଲକୋନିରୁ ଟ୍ୱିନ୍ ଟାୱାରର “ଶେଷ ଲୁକ" ଦେଖାଇଥିଲେ।
Published by:Soumyashree Mishra
First published: