News18 Odia Digital
ନୂଆଦିଲ୍ଲୀ: ନଏଡ଼ା ପୋଲିସର ମହାନତା। ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କ ଚିକିତ୍ସା ପାଇଁ ସମସ୍ତ ପୋଲିସ କର୍ମଚାରୀ ଦେବେ ଦରମା ଟଙ୍କା। ଡିସେମ୍ବର ୩୧ରେ ଗ୍ରେଟର ନଏଡ଼ା, ରାତି ୯ଟାରେ ସ୍ୱିଟି କୁମାରୀ ନାମକ ଜଣେ ଯୁବତୀଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା। କଲେଜ ଛାତ୍ରୀ ଜଣଙ୍କ ରାସ୍ତାରେ ଯାଉଥିବାବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଝିଅଟି ଏବେବି ଡାକ୍ତରଖାନାରେ ଭର୍ତ୍ତି ହୋଇ ନିଜ ଜୀବନ ପାଇଁ ସଂଗ୍ରାମ କରୁଛି।
ଗ୍ରେଟର ନଏଡାର ଡିସିପି ଘୋଷଣା କରିଛନ୍ତି ଯେ ନଏଡା ପୋଲିସ କମିଶନରଙ୍କ ସମସ୍ତ ପୋଲିସ ସ୍ୱିଟି କୁମାରୀଙ୍କ ଚିକିତ୍ସା ପାଇଁ ସେମାନଙ୍କର ଗୋଟିଏ ଦିନର ଦରମା ଦାନ କରିବେ। ଏହା ବ୍ୟତୀତ ଆହତ ଝିଅର ଚିକିତ୍ସା ପାଇଁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦିଆଯିବ।
ସଡକ ଦୁର୍ଘଟଣାରେ ଗୁରୁତର ଆହତ ଝିଅ ସ୍ୱିଟି ସି, ଗ୍ରେଟର ନଏଡାର GNIOTର BTech ଶେଷ ବର୍ଷର ଛାତ୍ର। ସ୍ୱିଟିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ଭେଣ୍ଟିଲେଟରରେ ଅଛନ୍ତି। ଯେତେବେଳେ ଗ୍ରେଟର ନୋଏଡାର ବିଟା-୨ ସେକ୍ଟରରେ ସ୍ୱିଟିଙ୍କୁ ଏକ ସାଣ୍ଟ୍ରୋ କାର ଦ୍ୱାରା ଧକ୍କା ଦେଇଥିଲା, ସେତେବେଳେ ସେ ତାଙ୍କର ଦୁଇ ସାଙ୍ଗଙ୍କ ସହ ରାସ୍ତାରେ ଯାଉଥିଲେ। ତାଙ୍କର ଦୁଇ ରୁମମେଟ କରସୋନି ଓ ଅଙ୍ଗମ୍ବା ଉଭୟ ବି.ଟେକ୍ ତୃତୀୟ ବର୍ଷର ଛାତ୍ର। ସ୍ୱିଟିଙ୍କର ଏହି ଦୁଇ ବନ୍ଧୁ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ଓ ଉଭୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ସ୍ୱିଟିକୁ ଧକ୍କା ଦେଇଥିବା ସାଣ୍ଟ୍ରୋ କାରର ଡ୍ରାଇଭରକୁ ଧରିବା ପାଇଁ ପୋଲିସ ଏକ ବଡ ଅପରେସନ ଆରମ୍ଭ କରିଛି। ଧକ୍କା ଦେଇଥିବା ଅଭିଯୁକ୍ତ ଫେରାର ଅଛଛନ୍ତି। ସ୍ୱିଟିଙ୍କ ଭାଇ ସନ୍ତୋଷ କୁମାର କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ, ସ୍ୱିଟି ଗ୍ରେଟର ନଏଡାର କୈଲାଶ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।