ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫ

ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫ

Noida hotel owner shot dead over delay in Swiggy food order | ସ୍ୱିଗି ଏଜେଣ୍ଟଙ୍କ ଖାଦ୍ୟ ଅର୍ଡ଼ର ତିଆରି ହେବାରେ ବିଳମ୍ବ ହେବାରୁ ସେ ସେହି ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିକଲେ । ମଦ ପିଇଥିବା ସେହି ତିନି ଜଣ ଯୁବର ଏହି ଝଗଡ଼ା ମଧ୍ୟରେ ମୁଣ୍ଡ ପୂରାଇଥିଲେ ।

ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫ
ମୃତ ସୁନୀଲ ଅଗ୍ରୱାଲ୍
  • News18 Odia
  • Last Updated: September 1, 2021, 9:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗ୍ରେଟର ନୋଏଡା: ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାର (Greater Noida) ଏକ ରେଷ୍ଟୁରାଣ୍ଟର ମାଲିକଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ଲାଗିଛି ଜଣେ ସ୍ୱିଗି ଖାଦ୍ୟ ଡେଲିଭରି ବୟଙ୍କ ଉପରେ । ଏହି ଦୁଃଖଦ ଘଟଣାର ତଦନ୍ତ କରି ପୋଲିସ ଦିନ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ହତ୍ୟା କରାଯାଇଥିବା ବ୍ୟକ୍ତି ଜଣକ ‘ମିତ୍ର’ ନାମକ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଭିତରେ ଏକ ରେଷ୍ଟୁରାଣ୍ଟ ଚଳାଉଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ (ଅଗଷ୍ଟ ୩୧) ଅନଲାଇନ୍ ପ୍ଲାଟଫର୍ମ ସ୍ୱିଗିର (Swiggy) ଜଣେ ଡେଲିଭରି ବୟ ସେହି ଚିକେନ୍ ବିରିୟାନି ଓ ପୁରୀ ସବଜିର ଏକ ଅର୍ଡର ସଂଗ୍ରହ କରିବାକୁ ସେହି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ । ପୋଲିସର କହିବା ଅନୁସାରେ ଏକ ବାଇକରେ ଥିବା ତିନି ଜଣ ଯୁବକ ରେଷ୍ଟୁରାଣ୍ଟ୍‌ ନିକଟରେ ଅଟକି ଯାଇଥିଲେ ଓ ଡେଲିଭରି ବୟଙ୍କ ନିକଟକୁ ଆସିଥିଲେ । ବାଇକରେ ଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଏକ ଅନଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ସହିତ କାମ କରୁଥିଲେ ଓ ସେ ସ୍ୱିଗି ବୟଙ୍କୁ ଚାକିରି ବିଷୟରେ ପଚାରିବା ପାଇଁ ସେଠାକୁ ଆସିଥିଲେ ।

ଏହା ବି ପଢ଼ନ୍ତୁ | ଆସିଲା ସେପ୍ଟେମ୍ବର ଗାଇଡ୍ଲାଇନ୍‌; କୋହଳ ହେଲା କଟକଣା; ରାଜ୍ୟରୁ ହଟିଲା ସପ୍ତାହାନ୍ତ ସଟଡାଉନ୍

‘‘ସ୍ୱିଗି ଏଜେଣ୍ଟଙ୍କ ଖାଦ୍ୟ ଅର୍ଡ଼ର ତିଆରି ହେବାରେ ବିଳମ୍ବ ହେବାରୁ ସେ ସେହି ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିକଲେ । ମଦ ପିଇଥିବା ସେହି ତିନି ଜଣ ଯୁବର ଏହି ଝଗଡ଼ା ମଧ୍ୟରେ ମୁଣ୍ଡ ପୂରାଇଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ରେଷ୍ଟୁରାଣ୍ଟ୍‌ ମାଲିକ ସୁନୀଲ ଅଗ୍ରୱାଲଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ,’’ କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

ରେଷ୍ଟୁରାଣ୍ଟର କର୍ମଚାରୀମାନେ ଅଗ୍ରୱାଲଙ୍କୁ ତୁରନ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

‘‘ରେଷ୍ଟୁରାଣ୍ଟର କର୍ମଚାରୀମାନେ ମୋତେ ଫୋନ୍‌ କରି କହିଲେ ଯେ ତାଙ୍କ ମାଲିକଙ୍କୁ ଗୁଳି ଲାଗିଛି । ମୁଁ ସେଠି ପହଞ୍ଚିବା ବେଳକୁ ସେ ନିଶ୍ୱାସ ନେଉଥିଲେ । ମୁଁ ପ୍ରଥମେ ୧୦୦ ନମ୍ବର୍‌ ଡାଏଲ କରିଥିଲି ଓ ଆମ୍ବୁଲାନ୍ସ ଡାକିଥିଲି । ଶେଷରେ ତାଙ୍କୁ ଆମ କାରରେ ଡାକ୍ତରଖାନା ନେଇଥିଲୁ,’’ ସେହି ନିକଟରେ ରହୁଥିବା ରାକେଶ ନାଗର ଜଣେ ବ୍ୟକ୍ତି ଏନ୍‌.ଡି.ଟି.ଭି.କୁ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO .୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ

ଏହି ଗୁଳି କାଣ୍ଡ ପରେ ତିନି ଜଣ ଯୁବକ ନିଜ ବାଇକରେ ସେଠାରୁ ପଳାଇ ଯାଇଥିଲେ । ସେଠାରେ ଲାଗିଥିବା ସି.ସି.ଟି.ଭି.ର ଫୁଟେଜ ଦେଖିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଥିଲା । ବୁଧବାର ସକାଳେ ଅଭିଯୁକ୍ତମାନେ ଏକ ରେଷ୍ଟୁରାଣ୍ଟ ନିକଟରେ ଥିବା ଏକ ଗାଡ଼ିରେ ନଜର ଆସିଥିଲେ । ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ଜଣେ ଅଭିଯୁକ୍ତର ଗୋଡରେ ଗୁଳି ବାଜିଥିଲା । ତା’ ପରେ ପୋଲିସ ସେହି ତିନି ଜଣଙ୍କୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ | ଖୋର୍ଦ୍ଧାରେ ବାପପୁଅଙ୍କୁ ମାଡ଼: ମାନବବାଦ ସଙ୍ଗଠନ ଓ ମାନସ ଦାସଙ୍କ ନାଁରେ ରୁଜୁ ହେଲା ମାମଲା

ପ୍ରାରମ୍ଭିକ ମିଡି଼ଆ ରିପୋର୍ଟ ଅନୁସାରେ ଏହି ହତ୍ୟାକାଣ୍ଡରେ ପ୍ରଥମେ ଅର୍ଡ଼ର ନେବାକୁ ଆସିଥିବା ସେହି ସ୍ୱିଗି ବୟଙ୍କ ସମ୍ପୃକ୍ତି ଥିବା କୁହାଯାଇଥିଲା । ହେଲେ ପୋଲିସ କହିଛି ଯେ ସେ ଏହି ମାମଲାରେ ଅନ୍ୟତମ ସନ୍ଦିଗ୍ଧ, କିନ୍ତୁ ଏବେ ତଦନ୍ତ ତିନି ଜଣ ବାଇକ୍‌ ଆରୋହୀଙ୍କ ଉପରେ କେନ୍ଦ୍ରିତ ଅଛି ।

ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

‘‘ଯାହା ଖବର ଆସିଛି ତାହା ଭାରି ଚିନ୍ତାଜନକ । ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପରିଚୟ ପାଇଁ ଆମେ ଅଦିକାରୀମାନଙ୍କ ସହ ସମ୍ପର୍କରେ ଅଛୁ ଓ ଜାଣିବାକୁ ପ୍ରୟାସ କରୁଛୁ ଯେ ସେ ସ୍ୱିଗି ସହ ଜଡ଼ିତ ଥିଲେ କି ନାହିଁ,’’ ଏକ ବିବୃତିରେ ସ୍ୱିଗି କହିଛି ।



ସ୍ୱିଗି ଏହା ବି କହିଛି ଯେ ଏହି କମ୍ପାନୀ ପ୍ରତି ଡେଲିଭରି ବୟଙ୍କୁ ସେମାନଙ୍କ ବ୍ୟାକଗ୍ରାଉଣ୍ଡ୍‌ ଚେକ୍‌ କରିବା ପରେ ଓ ସେମାନଙ୍କ ନାମରେ ପୂର୍ବରୁ କୌଣସି ଆପରାଧିକ ମାମଲା ବା କୋର୍ଟ କେସ୍‌ ନ ଥିବା ନେଇ ସୁନିଶ୍ଚିତ ହେବା ପରେ ହିଁ ଖାଦ୍ୟ ଡେଲିଭରି କରିବା କାମରେ ନିଯୁକ୍ତ କରେ ।
Published by: Anand S.T. Das
First published: September 1, 2021, 9:27 PM IST