ନୋବେଲ୍ ପୁରସ୍କାର ବିଜୟିନୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୧୦୦ ବର୍ଷ ଜେଲ୍ ଦଣ୍ଡ ମିଳିପାରେ; ଜାଣନ୍ତୁ କାହିଁକି

Nobel Prize winner Aung San Suu Kyi may get 100 years in jail | ସୁ କିଙ୍କୁ ଏବେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ତାଙ୍କୁ ସପ୍ତାହକ ପରେ କୋର୍ଟରେ ହାଜର କରାଯିବ । ଏ ଥର ତାଙ୍କର ଜଣେ କର୍ମଚାରୀଙ୍କଠାରୁ ଅନଧିକୃତ ଭାବରେ ରଖାଯାଇଥିବା ଏକ ୱାକି ଟକି ମିଳିଥିବା ଅଭିଯୋଗ ବି ତାଙ୍କ ବିରୁଦ୍ଧରେ ଲଗାଯିବ ।

ଅଙ୍ଗ୍ ସାନ୍ ସୁ କିଙ୍କୁ (Aung San Suu Kyi)

ଅଙ୍ଗ୍ ସାନ୍ ସୁ କିଙ୍କୁ (Aung San Suu Kyi)

  • Share this:
News18 Odia Digital

ନୂଆ ଦିଲ୍ଲୀ: ନୋବେଲ୍‌ ପୁରସ୍କାର (Nobel Prize) ବିଜୟିନୀ ଅଙ୍ଗ୍‌ ସାନ୍ ସୁ କିଙ୍କୁ (Aung San Suu Kyi) ମିଳିଥିବା ଚାରି ବର୍ଷର ଜେଲ୍‌ ଦଣ୍ଡକୁ ମିଆଁମାରର ସାମରିକ କୋର୍ଟ ଦୁଇ ବର୍ଷକୁ ହ୍ରାସ କରିଛି । ମିଆଁମାରରେ (Myanmar) ଶାସନ ବ୍ୟବସ୍ଥାକୁ ସେନା ନେଇ ନେବା ପରେ ତାଙ୍କ ବିରୋଧରେ ହୋଇଥିବା ଅନେକ ମାମଲାରୁ ଏହି ପ୍ରଥମ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଗଣତନ୍ତ୍ର ସମର୍ଥନରେ ଉଠିଥିବା ବିରୋଧକୁ ଦମନ କରିବା ପାଇଁ ମିଆଁମାରର ସାମରିକ ଶାସକମାନେ ନିଷ୍ଠୁର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ବିରୁଦ୍ଧରେ ଏହି ମାମଲାଗୁଡ଼ିକୁ ରୁଜୁ କରିଥିଲେ ବୋଲି କୁହାଯାଉଛି । ମୁଖ୍ୟତଃ ସୁ କିଙ୍କୁ କ୍ଷମତାରୁ ବାହାରେ ରଖିବା ପାଇଁ ଏ ସବୁକୁ ଏକ ଷଡଯନ୍ତ୍ର ଭାବରେ ଦେଖାଯାଇଉଛି ।

୭୬ ବର୍ଷିୟା ସୁ କିଙ୍କ ବିରୋଧରେ ଅନେକ ମାମଲା କୋର୍ଟରେ ଚାଲିଛି, ଯାହା ମଧ୍ୟରୁ ଗୋଟିକ ଉପରେ ଆସନ୍ତା ସପ୍ତାହରେ ନିଷ୍ପତ୍ତି ନିଆଯିବ । ଯଦି ଏହି ମାମଲାରେ ସେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦୦ ବର୍ଷ କିମ୍ବା ତା’ ଠାରୁ ଅଧିକ ଜେଲ୍‌ ଦଣ୍ଡ ଦିଆଯାଇପାରେ ।

ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

ମିଆଁମାରରୁ ଆସୁଥିବା ରିପୋର୍ଟରେ କୁହାଯାଇଛି ଯେ ସୁ କିଙ୍କ ବିରୋଧରେ ୧୧ଟି ମାମଲା ଦାୟର କରାଯାଇଥିଲା, ମୁଖ୍ୟତଃ ତାଙ୍କୁ ରାଜନୀତି କରିବାରୁ ରୋକିବା ଓ ଜନସାଧାରଣଙ୍କଠାରୁ ଦୂରେଇ ରଖିବା ଥିଲା ଉଦ୍ଦେଶ୍ୟ । ଜାତିସଙ୍ଘର ମାନବିକ ଅଧିକାର କମିଶନର୍‌ ମିସେଲ ଏହି ମାମଲାଗୁଡ଼ିକୁ ଭିତ୍ତିହୀନ ଓ ନିନ୍ଦନୀୟ ବୋଲି କହିଥିଲେ ଓ ସୁ କି ତାଙ୍କ ବିରୁଦ୍ଧରେ ହୋଇଥିବା ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ମୃତ, ୧୦ ଆହତ

ଯେଉଁ ମାମଲାରେ ସୁ କିଙ୍କୁ ଡିସେମ୍ବର ୬ରେ ଚାରି ବର୍ଷ ପାଇଁ ଜେଲ୍‌ ଦଣ୍ଡ ଦିଆଯାଇଥିଲା, ସେଥିରେ କୋଭିଡ ସୁରକ୍ଷା ପ୍ରୋଟୋକଲ୍‌ ଭାଙ୍ଗିବା ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା । ବିବିସି ଏକ ରିପୋର୍ଟରେ କହିଛି ଯେ ତାଙ୍କ ବିରୁଦ୍ଧରେ ମାସ୍କ ଓ ଫେସ୍ ସିଲ୍ଡ ନ ପିନ୍ଧି ସମର୍ଥକଙ୍କ ସାମ୍ନାରେ ହାତ ହଲାଇବା ଓ ଭାଷଣରେ ଶାସନ ବିରୁଦ୍ଧରେ ମିଥ୍ୟା କଥା କହି ବିରୋଧକାରୀମାନଙ୍କୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ପରେ ସୁ କିଙ୍କ ପାର୍ଟି ନ୍ୟାସନାଲ ଲିଗ୍ ଫର୍‌ ଡେମୋକ୍ରାସିର ସୋସିଆଲ୍‌ ମିଡି଼ଆ ପୃଷ୍ଠାରେ ପୋଷ୍ଟ କରାଯାଇଥିବା ସାମଗ୍ରୀକୁ ନେଇ ତାଙ୍କୁ ଓ ତାଙ୍କ ଦଳର ଅନେକ ସଦସ୍ୟଙ୍କୁ ସେନା ଦ୍ୱାରା ଗିରଫ କରାଯାଇଥିଲା । ସୁ କିଙ୍କୁ ଏବେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି, ଯେଉଁଠାରୁ ତାଙ୍କୁ ସପ୍ତାହକ ପରେ ପୁଣି କୋର୍ଟରେ ହାଜର କରାଯିବ । ଏ ଥର ତାଙ୍କର ଜଣେ କର୍ମଚାରୀଙ୍କ ନିକଟରେ ଅନଧିକୃତ ଭାବରେ ରଖାଯାଇଥିବା ଏକ ୱାକି ଟକି ମିଳିଥିବା ଅଭିଯୋଗ ବି ତାଙ୍କ ବିରୁଦ୍ଧରେ ଲଗାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ KISS କଲେ

କେବଳ ଏତିକି ନୁହେଁ, ସୁ କିଙ୍କ ବିରୋଧରେ ଦୁର୍ନୀତି ଓ ସରକାରୀ ଗୁପ୍ତ ଆଇନ ଉଲ୍ଲଙ୍ଘନ ମାମଲା ବି ପଞ୍ଜିକୃତ ହୋଇଛି । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ସୁ କିଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ମିଳିପାରେ ।

ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡ

ମିଆଁମାରରେ ୨୦୨୧ରେ ସେନା ଶାସନ ଅଧିକାର ନେଇନେବାକୁ ସମାଲୋଚନା କରି ଆମେରିକା ଓ ବିଶ୍ୱର ଅନେକ ଦେଶ ସୁ କି ଓ ତାଙ୍କ ସାଥୀମାନଙ୍କୁ ଜେଲରୁ ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ମିଆଁମାର ପାଇଁ ନିଯୁକ୍ତ ମିଳିତ ଜାତିସଙ୍ଘର ମାନବାଧିକାର ଗବେଷକମାନେ ଏକ ରିପୋର୍ଟରେ କହିଛନ୍ତି ଯେ ସାମରିକ ଜୁଣ୍ଟାକୁ ଆର୍ଥିକ ତଥା ଅସ୍ତ୍ରଶସ୍ତ୍ର ସାହାଯ୍ୟ ବନ୍ଦ କରି ଅନ୍ତର୍ଜାତୀୟ ସମୁଦାୟ ମିଆଁମାରର ଲୋକଙ୍କୁ ସମର୍ଥନ କରିବା ଉଚିତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Virat Kohli: ଖାଲି କ୍ରିକେଟ୍ ନୁହେଁ, ଲୁକ୍ ଫ୍ୟାଶନ ଦୃଷ୍ଟିରୁ ବି ଆଗରେ ରହନ୍ତି ବିରାଟ କୋହଲି

ସୁ କିଙ୍କୁ ମିଳିଥିବା ଜେଲ୍‌ ଦଣ୍ଡକୁ ସ୍ୱାଧୀନତା ଓ ଗଣତନ୍ତ୍ରର ଦମନ ଭଳି କାର୍ଯ୍ୟ ବୋଲି ବର୍ଣ୍ଣନା କରି ମିଆଁମାରର ସେନା ଶାସକମାନହ୍କୁ ବିଶ୍ୱ ସାରା ସମାଲୋଚନା କରାଯାଉଛି । ମିଆଁମାରରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା, କଥାବାର୍ତ୍ତା ପାଇଁ ଉପାୟ କରିବା ଓ ଗଣତନ୍ତ୍ରର ପୁନରୁଦ୍ଧାର କରିବା ପାଇଁ ବ୍ରିଟେନ୍‌ ମିଆଁମାରର ସୈନ୍ୟବାହିନୀକୁ ଆହ୍ୱାନ ଦେଇଛି । ଭାରତ ବି ମିଆଁମାରର ବର୍ତ୍ତମାନର ନିଷ୍ପତ୍ତି ଉପରେ ଉଦବେଗ ପ୍ରକାଶ କରି ଏହାକୁ ନେଇ ଦୃଢ଼ ଆପତ୍ତି ଜଣାଇଛି । ମିଆଁମାରରେ ଗଣତାନ୍ତ୍ରିକ ପରିବର୍ତ୍ତନକୁ ବି ଭାରତ ସରକାର ସମର୍ଥନ କରିଛନ୍ତି ।
Published by:Anand S.T. Das
First published:
)}