ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Nobel Prize 2021: ମାନବେ ଓ ହ୍ୟାସେଲମ୍ୟାନଙ୍କ ସମେତ ୩ ଜଣଙ୍କୁ ମିଳିଲା Physics ନୋବେଲ୍

Nobel Prize 2021: ମାନବେ ଓ ହ୍ୟାସେଲମ୍ୟାନଙ୍କ ସମେତ ୩ ଜଣଙ୍କୁ ମିଳିଲା Physics ନୋବେଲ୍

Nobel Prizes for Physics announced for 3 scientists | ନୋବେଲ୍ କମିଟି କହିଛି ଯେ ମନାବେ ଓ ହ୍ୟାସେଲମ୍ୟାନ ‘‘ପୃଥିବୀର ଜଳବାୟୁ ଓ ତା’ ଉପରେ ମଣିଷର ପ୍ରଭାବ ବିଷୟରେ ଆମର ଜ୍ଞାନର ମୂଳଦୁଆ ପକାଇଛନ୍ତି ।’’ ୧୯୬୦ରେ ମନାବେ ଦର୍ଶାଇଥିଲେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବିଶ୍ୱ ତାପମାତ୍ରାକୁ କେମିତି ବଢ଼ାଏ ।

Nobel Prize 2021: ମାନବେ ଓ ହ୍ୟାସେଲମ୍ୟାନଙ୍କ ସମେତ ୩ ଜଣଙ୍କୁ ମିଳିଲା Physics ନୋବେଲ୍
(ବାମରୁ ଡାହାଣ) ସ୍ୟୁକୁରୋ ମନାବେ, କ୍ଲସ୍ ହ୍ୟାସେଲମ୍ୟାନ୍ ଓ ଜର୍ଜିଆ ପ୍ୟାରିସି (ଫଟୋ: ସି.ଏନ୍.ଏନ୍.)
  • News18 Odia
  • Last Updated: October 5, 2021, 9:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (Nobel Prize for Physics) ପାଇଁ ଜାପାନ, ଜର୍ମାନୀ ଓ ଇଟାଲୀର ତିନି ଜଣ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି । ପୃଥିବୀର ଜଳବାୟୁର 'ଶାରୀରିକ ମଡେଲିଂ ', ଗ୍ଲୋବାଲ୍‌ ୱାର୍ମିଂର ପୂର୍ବାନୁମାନର ପରିବର୍ତ୍ତନଶୀଳତା ଓ ପ୍ରାମାଣିକତାର ମାପ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସ୍ୟୁକୁରୋ ମନାବେ (୯୦) (Syukuro Manabe) ଓ କ୍ଲସ୍ ହ୍ୟାସେଲମ୍ୟାନଙ୍କୁ (୮୯) (Klaus Hasselmann) ଚୟନ କରାଯାଇଛି । ପୁରସ୍କାରର ଦ୍ୱିତୀୟ ଭାଗ ପାଇଁ ଜର୍ଜିଆ ପ୍ୟାରିସିଙ୍କୁ (୭୩) (Giorgio Parisi) ମନୋନୀତ କରାଯାଇଛି । 'ପରମାଣୁଠାରୁ ଆରମ୍ଭ କରି ଗ୍ରହମାନଙ୍କ ମାନଦଣ୍ଡରେ ଭୌତିକ ପ୍ରଣାଳୀରେ ବିକାର ଓ ପରିବର୍ତ୍ତନର ପାରସ୍ପରିକ ସମ୍ପର୍କ’ର ଆବିଷ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଛି ।

ନୋବେଲ୍‌ କମିଟି କହିଛି ଯେ ମନାବେ ଓ ହ୍ୟାସେଲମ୍ୟାନ ‘‘ପୃଥିବୀର ଜଳବାୟୁ ଓ ତା’ ଉପରେ ମଣିଷର ପ୍ରଭାବ ବିଷୟରେ ଆମର ଜ୍ଞାନର ମୂଳଦୁଆ ପକାଇଛନ୍ତି ।’’ ୧୯୬୦ ମସିହାରେ ମନାବେ ଦର୍ଶାଇଥିଲେ ଯେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର (ଅଙ୍ଗାରକାମ୍ଳ) ପରିମାଣ ବୃଦ୍ଧିପାଉଥିବାରୁ ବିଶ୍ୱ ତାପମାତ୍ରା (global warming) କେମିତି ବୃଦ୍ଧି ପାଇବ । ସେ ଏହି ପରି ଭାବେ ବର୍ତ୍ତମାନର ଜଳବାୟୁ ମଡେଲଗୁଡ଼ିକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ଜଣ

ପ୍ରାୟ ଏକ ଦଶନ୍ଧି ପରେ ହ୍ୟାସେଲମ୍ୟାନ୍ ଏକ ମଡେଲ୍ ସୃଷ୍ଟି କରିଥିଲେ ଯାହା ପାଣିପାଗ ଓ ଜଳବାୟୁକୁ ଏକତ୍ର କରିଥିଲା ​ । ଏଥିରୁ ବୁଝିବା ସହଜ ହୋଇଥିଲା ଯେ ପାଣିପାଗର ଦ୍ରୁତ ପରିବର୍ତ୍ତନ ହେବାର ପ୍ରକୃତି ସତ୍ତ୍ୱେ ଜଳବାୟୁ ମଡେଲଗୁଡିକ କେମିତି ବୈଧ ହୋଇପାରିବ । ଜଳବାୟୁ ଉପରେ ମନୁଷ୍ୟର ପ୍ରଭାବର ନିର୍ଦ୍ଦିଷ୍ଟ ଚିହ୍ନଗୁଡିକୁ ଚିହ୍ନଟ କରିବାର ଉପାୟ ବି ସେ ଆବିଷ୍କାର କରିଥିଲେ ।

ନୋବେଲ୍ ପୁରସ୍କାର ପାଉଥିବା ବ୍ୟକ୍ତିଙ୍କୁ ନଗଦ ୧.୧୪ ଲକ୍ଷ ଡଲାର୍ ସହିତ ସ୍ୱର୍ଣ୍ଣ ପଦକ ଦିଆଯାଏ ।


ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା

ପ୍ୟାରିସି ଏକ ପୁଙ୍ଖାନୁପୁଙ୍ଖ ଶାରୀରିକ ଓ ଗାଣିତିକ ମଡେଲ୍‌ ସୃଷ୍ଟି କରିଥିଲେ ଯାହା ଜଟିଳ ସିଷ୍ଟମଗୁଡ଼ିକୁ ବୁଝିବା ସହଜ କରିଥିଲା । ପୁରସ୍କାର ଘୋଷଣା ପରେ ପ୍ୟାରିସି କହିଛନ୍ତି, “ବହୁତ ଆବଶ୍ୟକତା ଅଛି ଯେ ଆମେ ବହୁତ କଠୋର ନିଷ୍ପତ୍ତି ନେବା ଓ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ିବା । ଭବିଷ୍ୟତ ପିଢ଼ି ପାଇଁ ବାର୍ତ୍ତା ହେଉଛି ଯେ ଆମକୁ ବର୍ତ୍ତମାନଠୁ କାମ କରିବାକୁ ପଡ଼ିବ ।’’



ମଙ୍ଗଳବାର ଦିନ ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେଜର ସାଧାରଣ ସମ୍ପାଦକ ଗୋରାନ୍ ହାନସନ୍ ବିଜେତାଙ୍କ ନାମ ଘୋଷଣା କରିଥିଲେ । କୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକାଧିକ ବୈଜ୍ଞାନିକଙ୍କୁ ସାଙ୍ଗରେ ନୋବେଲ୍‌ ପୁରସ୍କାର (Nobel Prizes) ଦିଆଯିବା ଏକ ସାଧାରଣ କଥା । ଏହି ସମ୍ମାନଜନକ ପୁରସ୍କାରରେ ଏକ ସ୍ୱର୍ଣ୍ଣ ପଦକ ଓ ୧୦ ମିଲିୟନ୍ ସ୍ୱେଡିଶ୍‌ କ୍ରୋନୋର୍‌ (୧୧.୪ ଲକ୍ଷ ଡଲାରରୁ ଅଧିକ) ମିଳେ । ଏହି ପୁରସ୍କାର ୧୮୯୫ ମସିହାରେ ସ୍ୱିଡେନର ନାଗରିକ ଆଲଫ୍ରେଡ ନୋବେଲଙ୍କ (Alfred Nobel) ଦ୍ୱାରା ସ୍ଥାପିତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJD ଭୋଟ୍ ଶେୟାର୍ ବଢ଼ିଲା; BJP କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ

ଗତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଆମେରିକାର ବୈଜ୍ଞାନିକ ଆଣ୍ଡ୍ରେୟା ଗେଜ, ବ୍ରିଟେନର ରୋଜର ପେନ୍ରୋଜ ଓ ଜର୍ମାନୀର ରେନାର୍ଡ ଜେନଜେଲଙ୍କୁ ପ୍ରଦାନ କରାଯାଇଥିଲା । କଳା ଛିଦ୍ର ଉପରେ ଗବେଷଣା ପାଇଁ ଏହି ତିନି ଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାର ପାଉଥିବା ବ୍ୟକ୍ତିଙ୍କୁ ନଗଦ ୧.୧୪ ଲକ୍ଷ ଡଲାର୍‌ ସହିତ ସ୍ୱର୍ଣ୍ଣ ପଦକ ଦିଆଯାଏ ।

ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଫରେଷ୍ଟ ଗାର୍ଡ଼ ଆଦି ,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

ଦିନକ ପର୍ବରୁ ଆମେରିକୀୟ ବୈଜ୍ଞାନିକମାନଙ୍କୁ ଔଷଧ ବିଦ୍ୟାରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା । ଚଳିତ ବର୍ଷର ଔଷଧ ପାଇଁ ନୋବେଲ ପୁରସ୍କାର (Nobel Prize for Medicine) ଆମେରିକାର ବୈଜ୍ଞାନିକ ଡେଭିଡ ଜୁଲିୟସ ଓ ଆର୍ଡମ ପାତାପୁତିୟନଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ତାପମାତ୍ରା ଓ ସ୍ପର୍ଶ ପାଇଁ 'ରିସେପ୍ଟର୍‌' ଆବିଷ୍କାର ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

ମଣିଷମାନେ ଏହି 'ରିସେପ୍ଟର୍‌' ମାଧ୍ୟମରେ ତାପମାତ୍ରା ଅନୁଭବ କରନ୍ତି ଓ ସ୍ପର୍ଶ କରନ୍ତି । ଉଭୟ ବୈଜ୍ଞାନିକଙ୍କ ଅଧ୍ୟୟନ 'ସୋମେଟୋସେନ୍ସେସନ୍' କ୍ଷେତ୍ର ଉପରେ କେନ୍ଦ୍ରିତ ଥିଲା, ଯାହା ଆଖି, କାନ ଓ ଚର୍ମ ପରି ନିର୍ଦ୍ଦିଷ୍ଟ ଅଙ୍ଗର କ୍ଷମତା ସହ ଜଡି଼ତ ।
Published by: Anand S.T. Das
First published: October 5, 2021, 9:13 PM IST