ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
News18 Odia Digital
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନାଗରିକତା ସଂଶୋଧନ ଆଇନ ଉପରେ ବିଶେଷ ଚର୍ଚ୍ଚା କରିବା କଥା କହିଛନ୍ତି । ଏହା ସହ ବିହାରରେ ଏନ୍ଆରସି ଲାଗୁ କରିବା ନେଇ ପ୍ରଶ୍ନ ଉଠୁନି ବୋଲି କହିଛନ୍ତି । ନୀତିଶ ୧୩ତାରିଖ ବିଧାନସଭାରେ କହିଛନ୍ତି କି ସେହି ସମସ୍ତ ବିଷୟ ଉପରେ ଚର୍ଚ୍ଚା ହେବା ଦରକାର ଯାହାକୁ ନେଇ ମନରେ ଟିକିଏ ବି ଦ୍ବନ୍ଦ ରହିଛି । ଏହା ସହ ଯେଉଁ ବିନ୍ଦୁ ଉପରେ ଅଲଗା ଅଲଗା ରାୟ ରହିଛି ତା ଉପରେ ମଧ୍ୟ ଚର୍ଚ୍ଚା ହେବା ଦରକାର । ନୀତିଶ ବିଧାନସଭାରେ ତେଜସ୍ବୀ ଯାଦବଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଉଥିଲେ । ନାଗରିକତା ସଂଶୋଧନ ଉପରେ ବିଶେଷ ଭାବେ ଚର୍ଚ୍ଚା କରିବା କିନ୍ତୁ ଏନ୍ଆରସିର ପ୍ରଶ୍ନ ଉଠୁନି ବୋଲି ଦୋହରାଇଥିଲେ ।
ନୀତିଶ କହିଛନ୍ତି କି ‘‘ ଏନ୍ଆରସିର କୌଣସି ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନେଇ ସ୍ପଷ୍ଟ କରିଦେଇଛନ୍ତି । ଏନପିଆର କଥା କହି ଏଥିରେ ଅନେକ କଥା ପଚରା ଯାଉଛି, ତେଣୁ ଏହା ଉପରେ ଚର୍ଚ୍ଚା ହେଉ ବୋଲି ଆମେ ଚାହୁଁଛୁ । ପରେ ଜାତିଗତ ଜନଗଣନା କଥା ଉଠାଇ କହିଥିଲେ କି ଆମେ ଚାହୁଁଛୁ ଜାତିଗତ ଜନଗଣନା ହେଉ ଏବଂ ଜନଗଣନା ଜାତିଗତ ଆଧାରରେ ହେବା ଦରକାର ।
ଆରମ୍ଭରୁ ଏନ୍ଆରସି ଏବଂ ସିଏଏକୁ ସମର୍ଥନ କରି ନୀତିଶ ସଂସଦରେ ଏହା ସପକ୍ଷରେ ଭୋଟ ଦେଇଥିବାବେଳେ ବର୍ତ୍ତମାନ ଏହାକୁ ବିରୋଧ କରିବା ଅନେକେ ହଜମ କରିପାରୁ ନାହାନ୍ତି । ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ନୀତିଶଙ୍କ ଏହି ମନ୍ତବ୍ୟ ମେଣ୍ଟ ଉପରେ କ‘ଣ ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।