ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନାହିଁ, ଏବେବି କୋମାରେ ଅଛନ୍ତି - ହସ୍ପିଟାଲ

ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ 10 ତାରିଖରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେହି ଦିନ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନାହିଁ, ଏବେବି କୋମାରେ ଅଛନ୍ତି - ହସ୍ପିଟାଲ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ (ଫାଇଲ ଫଟୋ)
  • News18 Odia
  • Last Updated: August 22, 2020, 3:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ (Pranab Mukherjee) ଗଭୀର କୋମାରେ ଅଛନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି । ଶନିବାର ସକାଳେ ଡାକ୍ତରଖାନା ଏହି ସୂଚନା ଦେଇଛି । 84 ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଶ୍ୱାସକ୍ରିୟାରେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି । ମୁଖାର୍ଜୀଙ୍କୁ ଅଗଷ୍ଟ 10 ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେହି ଦିନ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା ।

ଡାକ୍ତରଖାନା କ’ଣ କହିଛି

ପୂର୍ବତନ ରାଷ୍ଟ୍ରପତିଙ୍କ କରୋନାଭାଇରସ୍ ଯାଞ୍ଚ କରାଯିବା ପରେ ସେ ସଂକ୍ରମଣ ନଥିଲେ ବୋଲି ନିଶ୍ଚିତ ହୋଇଥିଲା । ପରେ ସେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଯାହା ଚିକିତ୍ସା କରାଯାଉଛି । ଡାକ୍ତରଖାନା ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥାରେ ଆଜି ସକାଳ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ନାହିଁ । ସେ ଗଭୀର କୋମାରେ ଅଛନ୍ତି ଓ ତାଙ୍କର ଶ୍ୱାସକ୍ରିୟା ସଂକ୍ରମଣ ପାଇଁ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଓ ସେ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି ।

ମୁଖାର୍ଜୀଙ୍କ ଝିଅ ମନେ ପକାଇଲେ
2012 ରୁ 2017 ପର୍ଯ୍ୟନ୍ତ ପ୍ରଣବ ମୁଖାର୍ଜୀ ଦେଶର ରାଷ୍ଟ୍ରପତି ଥିଲେ । ଅଗଷ୍ଟ 15 ରେ ତାଙ୍କ ଝିଅ ତଥା କଂଗ୍ରେସ ନେତା ଶର୍ମିଷା ମୁଖାର୍ଜୀ ବିଗତ ବର୍ଷଗୁଡିକରେ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ପତାକା ଉତ୍ତୋଳନ କରିବାର ଚିତ୍ର ଟ୍ୱିଟ କରିଥିଲେ । ଶର୍ମିଷ୍ଟା କହିଥିଲେ, ''ମୋର ପିଲାଦିନରେ, ମୋ ବାପା ମାମୁଁ ଗାଁର ପୈତୃକ ଘରେ ପତାକା ଉତ୍ତୋଳନ କରୁଥିଲେ । ସେବେଠାରୁ ସେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନରୁ ବଞ୍ଚିତ ହୋଇନଥିଲେ । ମୁଁ ଗତ ବର୍ଷର ଉତ୍ସବର କିଛି ସ୍ମୃତି ବାଣ୍ଟୁଛି । ମୁଁ ଆଶା କରୁଛି ସେ ଆସନ୍ତା ବର୍ଷ ନିଶ୍ଚିତ ଭାବରେ ପତାକା ଉତ୍ତୋଳନ କରିବେ । ଜୟ ହିନ୍ଦ। ''
Published by: Jagdish Barik
First published: August 22, 2020, 3:56 PM IST
corona virus btn
corona virus btn
Loading