୫ ଘଣ୍ଟାର ମାରାଥନ୍‌ ବୈଠକ ପରେ ବି ବାହିରି ପାରିଲାନି ନିଷ୍କର୍ଷ । ମନ୍ତ୍ରୀ ପଦ ବଣ୍ଟା ନେଇ ହୋଇପାରୁନି ସମାଧାନ । ବିଭିନ୍ନ ମହଲରୁ ସମାଲୋଚନା ।

ଏମଭିଏ-ଶିବ ସେନା, ଏନ୍ସିପି ଓ କଂଗ୍ରେସ ମଧ୍ୟରେ କେବଳ କ୍ୟାବିନେଟ ମନ୍ତ୍ରୀ ପଦ ବଣ୍ଟାକୁ ନେଇ ସମସ୍ୟା ନାହିଁ, ବରଂ ମେଣ୍ଟ ସରକାରରେ ଅଭିଭାବକ ମନ୍ତ୍ରୀଙ୍କ ନିଯୁକ୍ତିକୁ ନେଇ ମଧ୍ୟ ଦେଖାଇ ଦେଇଛି ବିବାଦ ।

୫ ଘଣ୍ଟାର ମାରାଥନ୍‌ ବୈଠକ ପରେ ବି ବାହିରି ପାରିଲାନି ନିଷ୍କର୍ଷ । ମନ୍ତ୍ରୀ ପଦ ବଣ୍ଟା ନେଇ ହୋଇପାରୁନି ସମାଧାନ । ବିଭିନ୍ନ ମହଲରୁ ସମାଲୋଚନା ।
ମହାରାଷ୍ଟ୍ର ସରକାର ଗଠନର ଏକ ବ୍ୟଙ୍ଗତ୍ମାକ ଚିତ୍ର
  • News18 Odia
  • Last Updated: January 3, 2020, 1:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ପଦ ବଣ୍ଟନକୁ ସମସ୍ୟା ବଢୁଛି ପଛେ ସମାଧାନର ବାଟ ଫିଟୁନି। ‘ମହାରାଷ୍ଟ୍ର ବିକାଶ ଅଗାଧି’ ପକ୍ଷରୁ ଗତକାଲି ୫ ଘଣ୍ଟାର ମାରାଥନ ବୈଠକ ପରେ ବି ବିଭାଗ ବଣ୍ଟନ ନେଇ ସହମତ ହୋଇ ନାହାନ୍ତି ମେଣ୍ଟ ଦଳର ମୁଖିଆ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏମଭିଏ-ଶିବ ସେନା, ଏନସିପି ଓ କଂଗ୍ରେସ ମଧ୍ୟରେ କେବଳ କ୍ୟାବିନେଟ ମନ୍ତ୍ରୀ ପଦ ବଣ୍ଟାକୁ ନେଇ ସମସ୍ୟା ନାହିଁ, ବରଂ ମେଣ୍ଟ ସରକାରରେ ଅଭିଭାବକ ମନ୍ତ୍ରୀଙ୍କ ନିଯୁକ୍ତିକୁ ନେଇ ମଧ୍ୟ ଦେଖାଇ ଦେଇଛି ବିବାଦ ।

ବୈଠକ ପରେ କଂଗ୍ରେସ ନେତା ଅଶୋକ ଚୌହ୍ବାନ ଗଣମାଧ୍ୟମକୁ ଏ ସୂଚନା ଦେଇଛନ୍ତି କି, ‘ବୈଠକରେ ତାଙ୍କ ଦଳ କଂଗ୍ରେସ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ବାଲାସାହେବ ଥୋରାଟ, ଏନସିପି ମୁଖ୍ୟ ଶରଦ ପାୱାର ଓ ଶିବ ସେନାର ଏକନାଥ ସିନ୍ଧେଙ୍କ ସମେତ ଅନ୍ୟ ନେତାଙ୍କ ସହ ଭାଗ ନେଇଥିଲା’ ।

ମହାରାଷ୍ଟ୍ର ସରକାର ଗଠନ ପାଇଁ ଆଲୋଚନାର ବ୍ୟଙ୍ଗାତ୍ମକ ଚିତ୍ର


ମହାରାଷ୍ଟ୍ରରୁ ୧୨ଟି ମନ୍ତ୍ରୀ ପଦ ପାଇବାକୁ ଥିବା କଂଗ୍ରେସ ଗ୍ରାମୀଣ ମନ୍ତ୍ରାଳୟ ସହ ସଂଯୁକ୍ତ ୨ଟି ଅତିରିକ୍ତ ବିଭାଗ ମଧ୍ୟ ଚାହୁଁଛି । ଚୌହାନ୍‌ କହିଛନ୍ତି, ‘ଆମେ ଆମ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଦେଇଛୁ, ସେ ତାଙ୍କ ଆଡୁ କଲ୍‌ କରିବେ’ ।

ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, 'ମନ୍ତ୍ରୀ ପଦ ବଣ୍ଟାକୁ ନେଇ ତାଙ୍କ ଦଳର କୌଣସି ସଦସ୍ୟ ଅସନ୍ତୁଷ୍ଟ ନାହାନ୍ତି । କାହାକୁ କେଉଁ ପଦ ମିଳିବ ତାହା ଚୂଡ଼ାନ୍ତ ସରିଛି, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ତାହା ଘୋଷଣା କରିବେ' ।

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିସ୍ତାର ପରେ ପଦ ବଣ୍ଟାକୁ ନେଇ ବିଗତ ୪ ଦିନ ହେଲା ଆଲୋଚନାରେ ବ୍ୟସ୍ତ ରହିଛନ୍ତି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ । ଶିବ ସେନାର ‘ମହାରାଷ୍ଟ୍ର ବିକାଶ ଅଗାଧି’ ତାର ଜିଦିରୁ ଏଯାଏ ହଟି ନଥିବା ଜଣାପଡ଼ିଛି ।

ଶିବ ସେନା ସୂତ୍ରରୁ ଜଣାପଡ଼ିଛି ଯେ, ‘ଏବେବି ଶିବ ସେନାର କିଛି ବିଧାୟକ ଖୁସି ନାହାନ୍ତି । ଭାଷ୍କର ଯାଦବ, ସୁନୀଲ ରାୱତ, ପ୍ରତାପ ସରନାଇକ ଓ ସଞ୍ଜୟ ରାୱତଙ୍କ ଭାଇ ପ୍ରକାଶ ଅବିତକର’ । ଏମାନଙ୍କ ଛଡ଼ା ଅଛନ୍ତି ନାତାଜୀ ସାୱନ୍ତ । ଯିଏକି ମନ୍ତ୍ରୀ ପଦରୁ ହଟିଥିବା ବିଧାୟକମାନଙ୍କ ମଧ୍ୟରୁ ଜଣେ ।
First published: January 3, 2020, 1:59 PM IST
corona virus btn
corona virus btn
Loading