ନିର୍ମଳା ସୀତା ରମଣ (ପ୍ରତୀକାତ୍ମକ ଛବି)
News18 Odia Digital
ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ବିବାଦ ମଧ୍ୟରେ ଟ୍ବିଟ କରି ଏକ ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ। ଏକ ଟ୍ବିଟ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ତାଲିକାରେ ଥିବା ୧୪ଟି ଜିନିଷ ଯଦି ପ୍ୟାକେଟରେ ବିକ୍ରି ନ ହୋଇ ଖୋଲାରେ ବିକ୍ରି ହୁଏ, ତେବେ ଏହି ଜିନିଷ ପାଇଁ ଲୋକଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ। ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଏହି ତାଲିକାରେ ରହିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ସେୟାର କରି କହିଛନ୍ତି ଯେ, ଏହି ସବୁ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ କଣ ପ୍ରଥମ ଥର ଖାଦ୍ୟ ପଦାର୍ଥ ଉପରେ ଏପରି କର ଲଗାଯାଉଛି? ନା, ରାଜ୍ୟ ସରକାର ଜିଏସଟି ନିୟମ ପୂର୍ବରୁ ଖାଦ୍ୟ ପଦାର୍ଥରୁ ଅଧକ ରାଜସ୍ୱ ଆଦାୟ କରୁଥିଲେ । କେବଳ ପଞ୍ଜାବ କ୍ରୟକର ବାବଦକୁ ଖାଦ୍ୟ ପଦାର୍ଥରୁ ୨ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରୁଥିଲେ । ୟୁପିରେ ମଧ୍ୟ ଏହା ୭ ଶହ କୋଟି ଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।