ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ (ପ୍ରତୀକାତ୍ମକ ଛବି)
News18 Digital
ଆର୍ଥିକ ସଙ୍କଟ ବେଳେ ଭାରତ ଛଡ଼ା ଅନ୍ୟ କୌଣସି ଦେଶ ଅର୍ଥ ଯୋଗାଇ ଦେଉ ନାହାଁନ୍ତି ବୋଲି ବୁଧବାର ଦିନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମ ସିଂହେ କହିଛନ୍ତି।
ଶ୍ରୀଲଙ୍କାକୁ ସହାୟତା ବ୍ୟବସ୍ଥା ଯୋଗାଇଦେବା ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ସେ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’କୁ ଅନୁରୋଧ କରିଛନ୍ତି। ସହାୟତା ଆସିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମୁଁ ଆପ୍ରାଣ ଉଦ୍ୟମ ଚଳାଇଛି ଓ ସେପ୍ଟେମ୍ବର ଶେଷ ସୁଦ୍ଧା ଅର୍ଥ ମିଳବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି। ଆଗାମୀ ୬ ମାସ ପାଇଁ ଦେଶକୁ ସଚଳ ରଖିବା ଲାଗି ସେ ୬ ନିୟୁତ ବିଲିୟନ ଡଲାର ପାଇଁ ଅନୁରୋଧ କରିଛନ୍ତି ବିକ୍ରମ ସିଂହେ।
ସଂସଦରେ ଉଦବୋଧନ ଦେଇ ବିକ୍ରମ ସିଂହେ କହିଛନ୍ତି, ମଙ୍ଗବାର ଦିନ ସେ ‘ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ’ର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟିନା ଜର୍ଜିଭିଆଙ୍କ ସହିତ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ଶ୍ରୀଲଙ୍କାର ଆର୍ଥିକ ଆବଶ୍ୟକତା ପ୍ରସଙ୍ଗରେ ସୂଚନା ଦେଇଛି।
ଇଞ୍ଜିନିୟର୍ମାନଙ୍କର ଯୋଜନାବଦ୍ଧ ଧର୍ମଘଟକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ପ୍ଲାକାର୍ଡ ଧରି ଧର୍ମଘଟ କରନ୍ତୁ, ଦୟାକରି ବିଦ୍ୟୁତ୍ କାଟ କରନ୍ତୁ ନାହିଁ। ସେମିତି କଲେ ଭାରତରୁ ସହାୟତା ମାଗିବା ପାଇଁ ମୋତେ କୁହନ୍ତୁ ନାହିଁ। ଇନ୍ଧନ ଓ କୋଇଲା ପାଇଁ ଆମକୁ କୌଣସି ଦେଶ ଅର୍ଥ ଦେଉନାହାଁନ୍ତି କେବଳ ଭାରତ ଦେଉଛି। ଆମର ଭାରତୀୟ କ୍ରେଡ଼ିଟ୍ଲାଇନ୍ ଏବେ ଶେଷ ହେବା ପର୍ଯ୍ୟାୟରେ ପହଞ୍ଚିଲାଣି। ଏହାକୁ ବୃଦ୍ଧି କରିବା ଲାଗି ଆମେ ଆଲୋଚନା କରୁଛୁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।