IPL 2021: ନୀତିଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ଯୋଗୁଁ ଜିତିଲା KKR; ତୃତୀୟ ଥର ହାରିଲା SRH

ଆଇପିଏଲ୍ ଇତିହାସରେ ହାଇଦ୍ରାବାଦ ବିପକ୍ଷରେ କେକେଆର୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ନୀତୀଶ ୯ଟି ଚୌକା ଓ ୪ଟି ଛକ୍କା ସାହାଯ୍ୟରେ ୫୬ ବଲରୁ ୮୦ ରନ୍ କରିଥିଲେ । ସେ ମ୍ୟାଚର ପ୍ରଥମ ବଲରେ ଚୌକା ମାରିଥିଲେ ।

IPL 2021: ନୀତିଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ଯୋଗୁଁ ଜିତିଲା KKR; ତୃତୀୟ ଥର ହାରିଲା SRH
ଗତ ସିଜିନରେ କେକେଆର୍ ପଞ୍ଚମ ସ୍ଥାନରେ ଥିଲା । (ଫଟୋ: ପିଟିଆଇ)
  • News18 Odia
  • Last Updated: April 11, 2021, 11:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (KKR) ଆଇପିଏଲରେ (IPL 2021) ଏକ ଭଲ ଆରମ୍ଭ କରିଛି । କେକେଆର୍‌ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ (SRH) ୧୦ ରନରେ ପରାସ୍ତ କରିଛି । କେକେଆର୍‌ ପ୍ରଥମେ ବ୍ୟାଟିଂ କରିଥିଲା । ନୀତୀଶ ରାଣା (Nitish Rana) ଓ ରାହୁଲ ତ୍ରିପାଠୀଙ୍କ (Rahul Tripathi) ଅର୍ଦ୍ଧଶତକ ସହାୟତାରେ ଛଅ ୱିକେଟରେ ୧୮୭ ରନ୍ ସ୍କୋର କରିଥିଲା ଦଳ ।

ଏହାର ଜବାବରେ ହାଇଦ୍ରାବାଦ ଦଳ ପାଞ୍ଚ ୱିକେଟରେ ୧୭୭ ରନ୍ ସ୍କୋର କରିପାରିଥିଲା । ଆଇପିଏଲ୍ ଇତିହାସରେ ହାଇଦ୍ରାବାଦ ବିପକ୍ଷରେ କେକେଆର୍‌ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଗତ ସିଜିନରେ ଉଭୟ ମ୍ୟାଚରେ ବି କେକେଆର୍ ଜିତିଥିଲା ।

ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ

ଟାର୍ଗେଟକୁ ପିଛା କରିବା ଆରମ୍ଭ କରିଥିବା ହାଇଦ୍ରାବାଦ ଦଳ ପ୍ରଥମରୁ ଭଲ ଖେଳି ନ ଥିଲା । ଦଳ ୧୦ ରନରେ ଦୁଇଟି ୱିକେଟ୍ ହରାଇଥିଲା । କ୍ୟାପଟେନ୍‌ ଡେଭିଡ ୱାର୍ଣ୍ଣର ଓ ରିଦ୍ଧିମାନ ସାହା ମାତ୍ର ସାତ ରନ୍ ସ୍କୋର କରିପାରିଥିଲେ । ଦ୍ୱିତୀୟ ୱିକେଟରେ ୯୨ ରନ୍ ଯୋଡି଼ ମନୀଷ ପାଣ୍ଡେ ଓ ଜନି ବେୟାରଷ୍ଟୋ (୫୫) ଦଳର ଦାୟିତ୍ୱ ନେଇଥିଲେ । ଅବଶ୍ୟ ଏହା ପରେ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନମାନେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲେ ।

ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

ଅନ୍ତିମ ସମୟରେ ଅବଦୁଲ୍‌ ସମାଦ ଆଠଟି ବଲରୁ ୧୯ ରନ୍‌ ସ୍କୋର କରି ଦଳକୁ ଭଲ ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ । ୬୧ ରନ୍ ସ୍କୋର କରିବା ପରେ ମନୀଷ ପାଣ୍ଡେ ଅପରାଜିତ ରହିଥିଲେ । କେକେଆର୍‌ ଦଳର ଦ୍ରୁତ ବୋଲର୍‌ ପ୍ରସିଦ୍ଧ କୃଷ୍ଣା ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

ଏହା ପୂର୍ବରୁ ଟସ୍ ହାରିବା ପରେ ପ୍ରଥମେ ଖେଳିବା ଆରମ୍ଭ କରି ନୀତୀଶ ରାଣା ଓ ଶୁଭମାନ ଗିଲ (୧୫) କେକେଆର୍‌ ଦଳକୁ ଏକ ଭଲ ସ୍ଥିତିକୁ ଆଣିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୫୩ ରନ୍ ଯୋଡି଼ଥିଲେ ।  ନୀତୀଶ ନଅଟି ଚୌକା ଓ ଚାରିଟି ଛକ୍କା ସହାୟତାରେ ୫୬ ବଲରୁ ୮୦ ରନ୍ ସଂଗ୍ରହ କରିଥିଲେ । ସେ ମ୍ୟାଚର ପ୍ରଥମ ବଲରେ ଚୌକା ମାରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍

ରାହୁଲ ତ୍ରିପାଠୀ ୨୯ ବଲରେ ପାଞ୍ଚଟି ଚୌକା ଓ ଦୁଇଟି ଛକା ସହାୟତାରେ ୫୩ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ରାହୁଲ ଓ ନୀତୀଶ ୯୩ ରନ୍ ସ୍କୋର୍‌ କରିଥିଲେ । ୱିକେଟ୍ କିପର୍‌ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଅପରାଜିତ ରହିଥିଲେ । ସେ ଦୁଇଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ନଅଟି ବଲରୁ ୨୨ ରନ୍‌ ସ୍କୋର୍‌ କରିଥିଲେ ।



ହାଇଦ୍ରାବାଦ ଦଳ ପାଇଁ ଅଫ୍-ସ୍ପିନରz ମହମ୍ମଦ ନବୀ ଓ ଲେଗ୍‌-ସ୍ପିନର ରସିଦ ଖାନ ଦୁଇ-ଦୁଇଟି ୱିକେଟ୍ ନେଇଥିବା ବେଳେ ପେସମେନ୍‌ ଟି. ନଟରାଜନ୍‌ ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ତେବେ ଭୁବନେଶ୍ୱର ମହଙ୍ଗା ପ୍ରମାଣିତ ହୋଇଥିଲେ । ସେ ୪୫ ରନ୍ ଦେଇଥିଲେ ।
Published by: Anand ST Das
First published: April 11, 2021, 11:38 PM IST