CM ହେବା ପରେ ବଦଳିଗଲା ନୀତିଶ କୁମାରଙ୍କ ସ୍ବର; BJPକୁ ନେଇ କହିଲେ ଏମିତି

Bihar Politics: ସିଏମ ଭାବେ ଶପଥ ଗ୍ରହଣ କରିବା ପରେ ନୀତିଶ କୁମାର ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାକୁ ପାଲଟା ଜବାବ ଦେଇଛନ୍ତି। ଏଥି ସହିତ ନୀତିଶ କୁମାର କହିଛନ୍ତି, ‘‘ମୁଁ ୨୦୨୪ ପାଇଁ ଏକଜୁଟ ହେବାକୁ ବିରୋଧୀଙ୍କୁ ନିବେଦନ କରୁଛି।’’

CM ହେବା ପରେ ବଦଳିଗଲା ନୀତିଶ କୁମାରଙ୍କ ସ୍ବର

CM ହେବା ପରେ ବଦଳିଗଲା ନୀତିଶ କୁମାରଙ୍କ ସ୍ବର

  • Share this:
News18 Odia Digital

Bihar Politics: ବିହାରରେ ଏକ ନୂଆ ସରକାର ଗଠନ କରାଯାଇଛି। ଜେଡିୟୁରୁ ​​ନୀତିଶ କୁମାର ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥର ଆରଜେଡି ତାଙ୍କୁ ସମର୍ଥନ କରୁଛନ୍ତି। ଏହି ସରକାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଗତକାଲି ନୀତିଶ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ। ଏଭଳି ପରିସ୍ଥିତିରେ ଆଜି ଶପଥ ଗ୍ରହଣ କରିବା ପରେ ସେ ବିଜେପି ଉପରେ କଡ଼ା ଆକ୍ରମଣ କରିଛନ୍ତି।

ସିଏମ ହେବା ମାତ୍ରେ ନୀତିଶ କୁମାର ଏହା କହିଛନ୍ତି

ସିଏମ ଭାବେ ଶପଥ ଗ୍ରହଣ କରିବା ପରେ ନୀତିଶ କୁମାର ବିଜେପି ସଭାପତି ଜେ.ପି. ନଡ୍ଡାଙ୍କୁ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବିରୋଧୀଦଳ ଶେଷ ହେବ ବୋଲି ବିଜେପି ଭାବିଛି। କିନ୍ତୁ ବର୍ତ୍ତମାନ ଆମେ ମଧ୍ୟ ବିରୋଧୀ। କେବଳ ଏତିକି ନୁହେଁ ନୀତୀଶ କୁମାର ନାମ ନ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲେ। ଆଉ କହିଛନ୍ତି ଯେ ଯେଉଁମାନେ ୨୦୧୪ରେ ଆସିଥିଲେ ସେମାନେ କଣ ୨୦୨୪ରେ ଆସିବେ। ଆମେ ରହୁଁ କିମ୍ବା ନ ରହୁଁ ସେମାନେ ୨୦୨୪ରେ ରହିବେ ନାହିଁ।

ବିରୋଧୀଙ୍କୁ ଏକଜୁଟ କରିବାକୁ ନିବେଦନ

ନୀତିଶ କୁମାର ଆହୁରି କହିଛନ୍ତି, ‘‘ମୁଁ ବିରୋଧୀଙ୍କୁ ୨୦୨୪ ପାଇଁ ଏକଜୁଟ ହେବାକୁ ନିବେଦନ କରୁଛି।’’ ତେବେ ପ୍ରଧାନମନ୍ତ୍ରୀ ପୋଷ୍ଟ ପ୍ରଶ୍ନ ଉପରେ ସେ କହିଛନ୍ତି, ‘‘ମୁଁ ଏଭଳି ପଦ ପାଇଁ ପ୍ରାର୍ଥୀ ନୁହେଁ।’’

ନୀତିଶ ଅଷ୍ଟମ ଥର ପାଇଁ ସିଏମ୍ ହୋଇଛନ୍ତି

ସୂଚନାଯୋଗ୍ୟ ଯେ ଆଜି ବିହାର ରାଜ୍ୟପାଳ ଫାଗୁ ଚୌହାନ ରାଜ ଭବନରେ ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କୁ ଶପଥ ଗ୍ରହଣ କରାଥିଲେ। ଶପଥ ଗ୍ରହଣ କରିବା ପରେ ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ପ୍ରକାଶ ଥାଉଥି ନୀତିଶ କୁମାର ରାଜ୍ୟର ସିଏମ ହେବାପରେ ୨୨ ବର୍ଷ ମଧ୍ୟରେ ଏହା ଅଷ୍ଟମ ଥର। ୨୦୦୦ରେ ସେ ୭ ଦିନ ପାଇଁ ପ୍ରଥମେ ସିଏମ ହୋଇଥିଲେ।
Published by:Lipina Das
First published: