ବିହାରର CM ଭାବେ ମୁକୁଟ ପିନ୍ଧିଲେ ନୀତୀଶ କୁମାର; ଅମିତ ଶାହା ଓ ଜେପି ନଡ୍ଡା ହୋଇଥିଲେ ବିଶେଷ ଅତିଥି
ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟ ମନ୍ତ୍ରୀ ଭାବେ ମୁକୁଟ ପିନ୍ଧିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ଅନେକ ନେତା ପାଟନାରେ ପହଞ୍ଚିଥିଲେ ।

ସପ୍ତମ ଥର ପାଇଁ ବିହାରର ମୁଖ୍ୟ ମନ୍ତ୍ରୀ ହେଲେ ନୀତୀଶ କୁମାର
- News18 Odia
- Last Updated: November 16, 2020, 5:32 PM IST
ପାଟନା: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ୧୨୫ଟି ଆସନ ପାଇବା ପରେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ଓ ବିହାରର ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାରଙ୍କୁ (Nitish Kumar) ନେତା ଭାବେ ମନୋନୀତ କରିଛନ୍ତି । ଆଜି ରାଜ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନୀତୀଶ ପୁଣି ଥରେ ବିହାରର ମୁଖ୍ୟ ମନ୍ତ୍ରୀ (Chief Minister) ଭାବେ ମୁକୁଟ ପିନ୍ଧିଛନ୍ତି । ସେ ସପ୍ତମ ଥର ପାଇଁ ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) ଓ ବିଜେପି ରାଷ୍ଟ୍ରୀୟ ରାଷ୍ଟ୍ରପତି ଜେପି ନଡ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀରୁ ପାଟନାରେ ପହଞ୍ଚିଥିଲେ । ତେବେ ବିରୋଧୀ ଏହି ସମାରୋହକୁ ବୟକଟ କରିଥିଲେ । ବିଶେଷକରି ମହାଗଠବନ୍ଧନରେ (Mahagathbandhan) ଜଡିତ ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ ଏହି ଶପଥ ଗ୍ରହଣ ସମାରୋହକୁ ବୟକଟ କରିଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମିଳିତ ମଞ୍ଚ ଏକ ରୋମାଞ୍ଚକର ପ୍ରତିଯୋଗିତାରେ ୧୨୫ଟି ସିଟ୍ ଜିତିଛି । ବିରୋଧୀ ଗ୍ରାଣ୍ଡ ଆଲାଇନ୍ସକୁ ୧୧୦ଟି ସିଟ୍ ମିଳିଛି । ଏନଡିଏରେ ବିଜେପିକୁ ୭୪ଟି ଆସନ, ଜେଡିୟୁକୁ ୪୩ଟି ସିଟ୍, ହମ୍ ଓ ଭିଭିଆଇପିକୁ ଚାରିଟି ଲେଖାଏଁ ସିଟ୍ ମିଳିଛି । ୨୦୧୫ ବିଧାନସଭା ନିର୍ବାଚନରେ ଜେଡିୟୁ ୭୧ଟି ସିଟ୍ ଜିତିଥିଲା ।