ଆସନ୍ତା ଅଗଷ୍ଟ ୧୬ ତାରିଖରେ ବିହାର କ୍ୟାବିନେଟ ସମ୍ପ୍ରସାରଣ; କଂଗ୍ରେସ କୋଟାରୁ ୪ ଜଣ ମନ୍ତ୍ରୀ

ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସ (GA) ସରକାର ଅଗଷ୍ଟ ୧୬ ରେ ଏହାର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ।

ବିହାର କ୍ୟାବିନେଟ ସମ୍ପ୍ରସାରଣ

ବିହାର କ୍ୟାବିନେଟ ସମ୍ପ୍ରସାରଣ

  • Share this:
News 18 Odia Digital

ବିହାର; ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସ (GA) ସରକାର ଅଗଷ୍ଟ ୧୬ ରେ ଏହାର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଶନିବାର ଦିନ ସେକ୍ରେଟେରୀରେ ତାଙ୍କ ଡେପୁଟି ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି ।

ସରକାରରେ କେଉଁ ଦଳକୁ କେଉଁ ବିଭାଗ ମିଳିବ ତାହାକୁ ନେଇ ବିହାର ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ହେଲେ ତାଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳରେ କଂଗ୍ରେସ କୋଟାରୁ କେତେଜଣ ମନ୍ତ୍ରୀ ହେବେ ସେ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି।

ବର୍ତ୍ତମାନ ବିହାର ବିଧାନସଭାରେ ୧୯ ଜଣ କଂଗ୍ରେସ ବିଧାୟକ ଅଛନ୍ତି । ଜନତା ଦଳ (ୟୁନାଇଟେଡ୍) ସାଂସଦ କହିଛନ୍ତି ଯେ ଆରଜେଡି ଏବଂ ଜେଡି (ୟୁ) ମଧ୍ୟରେ ୫୦:୫୦ ଆଧାରରେ ସବୁକିଛି ସ୍ଥିର ହୋଇଛି । ଜେଡି (ୟୁ) କୋଟାରୁ କଂଗ୍ରେସ ସ୍ଥାନିତ ହୋଇଥିବାବେଳେ ଆରଜେଡି ବାମ ଦଳ ସହ ଡିଲ କରିବ ଏବଂ କ୍ୟାବିନେଟରେ ସିଏମ ଏବଂ ଡେପୁଟି ସିଏମଙ୍କ ସମେତ ମୋଟ ୩୫ ମନ୍ତ୍ରୀ ରହିବେ ବୋଲି ସେ କହିଛନ୍ତି । ସେହି ପରିପ୍ରେକ୍ଷୀରେ ମନ୍ତ୍ରିମଣ୍ଡଳରେ କଂଗ୍ରେସରୁ ୪ ମନ୍ତ୍ରୀ, ଯେଉଁଥିରେ ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ମୁଖ୍ୟ ମଦନ ମୋହନଲାଲ, ସିଏଲପି ନେତା ଅଜିତ ଶର୍ମା, ରାଜେଶ ରାମ ଏବଂ ଶକିଲ ଅହମ୍ମଦ ଖାନ ସାମିଲ ହେବେ ।

ବିଜେନ୍ଦ୍ର ପ୍ରସାଦ ଯାଦବ, ବିଜୟ କୁମାର, ଉପେନ୍ଦ୍ର କୁଶୱା, ସଞ୍ଜୟ କୁମାର , ସୁନୀଲ କୁମାର, ଜୟନ୍ତ ରାଜ, ଜାମା ଖାନ, ଏବଂ ଅଶୋକ ଚୌଧୁରୀଙ୍କ ଜେଡି (ୟୁ) ର ମନ୍ତ୍ରୀ ହେବାର ସମ୍ଭାବନା ରହିଛି । କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ କହିଛନ୍ତି ଯେ ଆମେ ଦଳ ହେଉଛି ଏକ ବଡ ଦଳ । ଅନେକ ଲୋକ ଆମ ସହ ଜଡିତ ଅଛନ୍ତି । ଏହାକୁ ଧ୍ୟାନରେ ରଖି ସମ୍ମାନଜନକ ମନ୍ତ୍ରୀ ପଦ ମିଳିବ । ଅନ୍ୟପଟେ ଶୁକ୍ରବାର ଦିନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ବେଲେ କ୍ୟାବିନେଟ ସମ୍ପ୍ରସାରଣ ବାବଦରେ ଆଲୋଚନା ମଧ୍ୟ କରିଛନ୍ତି ।
Published by:Soumyashree Mishra
First published: