ସମର୍ଥନ ଜଣାଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଜଣାଇଲେ ନୀତିଶ କୁମାର

ନୀତିଶ କୁମାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି। ବିଜେପି ସହ ସମ୍ପର୍କ ଭାଙ୍ଗିବା ପରେ ନୀତିଶଙ୍କୁ ସମର୍ଥନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

ସମର୍ଥନ ଜଣାଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଜଣାଇଲେ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

ସମର୍ଥନ ଜଣାଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଜଣାଇଲେ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

  • Share this:
Newa18 Odia Digital

ଜେଡିୟୁ ମୁଖ୍ୟ ନୀତିଶ କୁମାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି। ବିଜେପି ସହ ସମ୍ପର୍କ ଭାଙ୍ଗିବା ପରେ ନୀତିଶଙ୍କୁ ସମର୍ଥନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଆରଜେଡି ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସ ଓ ଜେଡି (ୟୁ) ଦ୍ୱାରା ଗଠିତ ସରକାରରେ କଂଗ୍ରେସର ସକ୍ରିୟ ଅଂଶଗ୍ରହଣ ହେବ।
ମଙ୍ଗଳବାର ଦିନ ନୀତିଶ  ଦୁଇଥର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଦୁଇଥର ଭେଟିଥିଲେ। ପ୍ରଥମ ଥର ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଏକ ଘଣ୍ଟା ପରେ ପୁଣି ଥରେ ରାଜଭବନ ଫେରିଥିଲେ। ଏଥର ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବିତ ମହାଗଠବନ୍ଧନ ସରକାରକୁ ସମର୍ଥନ କରୁଥିବା ୧୬୪ ଜଣ ବିଧାୟକମାନଙ୍କ ସମର୍ଥନ ତାଲିକା ପ୍ରଦାନ କରିଥିଲେ ।


ନୀତିଶ କୁମାର ରାଜ୍ୟପାଳଙ୍କ ନିକଟରେ ୧୬୪ ଜଣ ବିଧାୟକଙ୍କ ତାଲିକା ଦାଖଲ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ବିହାରର କୌଣସି ଅଣ-ବିଜେପି ସରକାରକୁ ଧର୍ମନିରପେକ୍ଷ ଶକ୍ତି ଏକଜୁଟ କରିବାରେ ସାହାଯ୍ୟ କରିବ ବୋଲି କହିଥିଲା। ବିହାର ବିଧାନସଭାରେ କଂଗ୍ରେସର ୧୯ ଜଣ ବିଧାୟକ ଅଛନ୍ତି।

କୁହାଯାଉଛି ଯେ ୩୫ ମନ୍ତ୍ରୀଙ୍କ ଏକ ଶକ୍ତିଶାଳୀ କ୍ୟାବିନେଟ୍ ଦେଖିବାକୁ ମିଳିବ। ଏଥିରେ ୧୬ ଜଣ ବିଧାୟକ କ୍ଯାବିନେଟରେ ମନ୍ତ୍ରୀ ହେବେ । JDUର ୧୩ ଜଣ ଓ  କଂଗ୍ରେସକୁ ୪ ମନ୍ତ୍ରଣାଳୟ ଓ ଗୋଟିଏ ବାମପନ୍ଥୀଙ୍କୁ ଦିଆହେବ। ଜୀତା ରାମ ମାଝୀଙ୍କ ପାର୍ଟିକୁ ମଧ୍ୟ ମନ୍ତ୍ରଣାଳୟ ଦିଆଯାଇପାରେ। ନୀତିଶ କୁମାର ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।
Published by:Soumya Das
First published: