Exclusive Interview | ରାଲିରେ କେତେ ଭିଡ଼ ଜମୁଛି ସେଥିରୁ ହାର୍-ଜିତ୍ ଜଣାପଡ଼େ ନାହିଁ, କହିଲେ ନୀତୀଶ

ନୀତୀଶ କୁମାର ନିଜ ମୁଖ୍ୟ ରାଜନୈତିକ ବିରୋଧୀ ତଥା RJD ନେତା ତେଜସ୍ୱୀ ଯାଦବଙ୍କ ଜନ ସଭାଗୁଡ଼ିକରେ ଦେଖାଯାଉଥିବା ପ୍ରବଳ ଭିଡ଼ ବିଷୟରେ କହିଛନ୍ତି ଯେ ଲାଲୁଙ୍କ ସଭାରେ ଏମିତି ଭିଡ଼ ଥାଇ ବି ୨୦୧୦ରେ RJD ହାରିଯାଇଥିଲା ।

ପୁଣିଥରେ ସିଏମ୍ ଭାବେ ଦାୟିତ୍ୱ ନେବେ ନୀତୀଶ କୁମାର

ପୁଣିଥରେ ସିଏମ୍ ଭାବେ ଦାୟିତ୍ୱ ନେବେ ନୀତୀଶ କୁମାର

  • Share this:
News18 Odia Digital

ପଟନା: ବିହାର ବିଧାନ ସବା ନିର୍ବାଚନ (Bihar Assembly Elections) ବିଷୟରେ ନ୍ୟୁଜ୍୧୮ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାର (Nitish Kumar) ଲାଲୁ ଯାଦବଙ୍କ ରାଲିକୁ ମନେପକାଇ ଦେଇଛନ୍ତି । ନ୍ୟୁଜ୍୧୮ ବିହାର-ଝାଡ଼ଖଣ୍ଡର ପରିଚାଳନା ସମ୍ପାଦକ ବ୍ରଜେଶ କୁମାର ସିଂଙ୍କ ସହ ଏକ ବିଶେଷ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ନିର୍ବାଚନ ସଭାରେ ଏକାଠି ହେଉଥିବା ଜନତାର ବଡ଼ ସଂଖ୍ୟାର କୌଣସି ଅର୍ଥ ନାହିଁ ।

‘‘୨୦୧୦ର ନିର୍ବାଚନ ସମୟରେ ଲାଲୁ ପ୍ରସାଦଙ୍କ ଜନ ସଭାଗୁଡ଼ିକୁ ମନେ ପକାନ୍ତୁ । ସେହି ନିର୍ବାଚନର ଫଳ ସମସ୍ତଙ୍କ ସାମ୍ନାରେ,’’ କହିଛନ୍ତି ନୀତୀଶ । ତାଙ୍କୁ ତାଙ୍କର ମୁଖ୍ୟ ରାଜନୈତିକ ବିରୋଧୀ ତଥା ଆର୍‌.ଜେ.ଡି. ନେତା ତେଜସ୍ୱୀ ଯାଦବଙ୍କ (Tejashwi Yadav) ଜନ ସଭାଗୁଡ଼ିକରେ ଦେଖାଯାଉଥିବା ପ୍ରବଳ ଭିଡ଼ ବିଷୟରେ ପଚରାଯିବାରୁ ସେ ଏହା କହିଥିଲେ । ୨୦୧୦ ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ପ୍ରଚାର ସଭାଗୁଡ଼ିକରେ ଖୁବ୍‌ ଭିଡ଼ ହେବା ସତ୍ତ୍ୱେ ନୀତୀଶଙ୍କ ନେତୃତ୍ୱରେ ଏନ୍‌.ଡି.ଏ. ବହୁମତରେ ବିଜୟ ଲାଭ କରିଥିଲା ।



ଆର୍‌.ଜେ.ଡି. ନେତା ତେଜସ୍ୱୀ ଯାଦବଙ୍କ ୧୦ ଲକ୍ଷ ଚାକିରି ଦେବାର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ନୀତୀଶ କୁମାର କହିଛନ୍ତି ଯେ କେବଳ ପ୍ରଚାର ପାଇଁ ଏମିତି କଥା କରିବାର କୌଣସି ଅର୍ଥ ନାହିଁ । ‘‘ଚାକିରି ଦେବାର ଏକ ବ୍ୟବସ୍ଥା ଅଛି, ଏକ ଉପାୟ ଅଛି । କେବଳ ପ୍ରଚାର ପାଇଁ କହିବାର କୌଣସି ଅର୍ଥ ନାହିଁ । ଏହି ଲୋକମାନେ ନିର୍ବୋଧ ପରି କଥା କୁହନ୍ତି,’’ କହିଛନ୍ତି ନୀତୀଶ କୁମାର ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତାମାମୃତ ଦେହ ପାଖରେ ୩ ଦିନ ବସିରହିଲା

ଆର୍‌.ଜେ.ଡି. ଉପରେ ଆକ୍ରମଣ କରି ନୀତୀଶ କୁମାର କହିଛନ୍ତି ଯେ ଲାଲୁ ଓ ରାବଡ଼ି ଦେବୀଙ୍କ (Rabri Devi) ଶାସନ କାଲରେ ୧୫ ବର୍ଷ ମଧ୍ୟରେ କେବଳ ୯୫ ହଜାର ଚାକିରି ଦିଆଯାଇଥିବାଲା, ହେଲେ ଏନ୍‌.ଡି.ଏ. ସରକାର ଛଅ ଲକ୍ଷରୁ ଅଧିକ ଚାକିରି ଦିଆଯାଇଛି । ଆର୍‌.ଜେ.ଡି.ର ନିର୍ବାଚନ ପ୍ରତିଶ୍ରୁତି ଉପରେ ପ୍ରଶ୍ନ କରି ସେ କହିଛନ୍ତି, ‘‘ଏତେ ସଂଖ୍ୟାର ସରକାରୀ ଚାକିରୀ ଆସିବ କେଉଁଠୁ?’’

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ
ରାଜନୀତିରୁ ଅବସର ନେବା ଉୁପରେ ଏକ ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଲୋକଙ୍କ ଇଚ୍ଛା ରହିଥିବ, ମୁଁ ତାଙ୍କ ପାଇଁ କାମ କରିବା ଜାରି ରଖିବି । ଅବସର ନେବାର ପ୍ରଶ୍ନକୁ ସେ ଟାଳିଯାଇଥିଲେ ଓ କହିଥିଲେ ଯେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କେହି ଶାସନରେ ବା ରାଜନୀତିରେ ରହି ନାହାଁନ୍ତି । ‘‘ଯେ ପର୍ଯ୍ୟନ୍ତ ମୋତେ ସୁଯୋଗ ମିଳୁଥିବା ମୁଁ ଲୋକଙ୍କ ପାଇଁ କାର୍ଯ୍ୟ କରିଚାଲିଥିବି । ଆମେ ତ ବିହାରର ଲୋକଙ୍କ ସେବା କରୁ । ବାକି ଲୋକେ ରାଜନୀତି କରିବାକୁ ଆସିଛନ୍ତି ।’’



ନୀତୀଶ କୁମାର କହିଛନ୍ତି ଯେ ବିହାରର ବିକାଶ ପାଇଁ ତାଙ୍କ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛି ଓ ବିହାରର ବିକାଶ ପାଇଁ କାର୍ଯ୍ୟ କରିଛି । ‘‘ଆମେ କେନ୍ଦ୍ର ସରକାରଙ୍କ ଠାରୁ ବି ସମ୍ପୂର୍ଣ୍ଣ ସମର୍ଥନ ପାଇଛୁ । ଯଦି ଆଗକୁ ଆମକୁ ଅଧିକ ସୁଯୋଗ ମିଳିବ ତେବେ ଆମେ ଏକାଠି କାମ କରିବୁ । ନିର୍ବାଚନରେ ​​ବିଜେପି ମୋତେ ସିଏମ ପ୍ରାର୍ଥୀ ବୋଲି କହିଛି । ମୁଁ ସେମାନଙ୍କଠାରୁ କୌଣସି ଦାବି କରି ନାହିଁ । ଡବଲ୍ ଇଞ୍ଜିନ୍ ସରକାର ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ,’’ କହିଛନ୍ତି ନୀତୀଶ କୁମାର ।
Published by:Anand ST Das
First published: