ନୀତିଶ କୁମାର (ପ୍ରତୀକାତ୍ମକ ଛବି)
News18 Odia Digital
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ କି ନାହିଁ ସେ ସମ୍ପର୍କରେ ଜେଡିୟୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ କହିଛନ୍ତି ଯେ ନୀତିଶ କୁମାର ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି, କିନ୍ତୁ ଯଦି ଅନ୍ୟ ଦଳ ଚାହାଁନ୍ତି ତେବେ ସେ ଏକ ବିକଳ୍ପ ହୋଇପାରିବେ। କେନ୍ଦ୍ରୀୟ ରାଜନୀତିରେ ନୀତିଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି।
ଏହା ପୂର୍ବରୁ ନୀତିଶ କୁମାର ଓ ଦଳର ବରିଷ୍ଠ ନେତାମାନେ ଏହା ସହ ଜଡିତ ପ୍ରଶ୍ନକୁ ଏଡ଼ାଇ ଚାଲିଥିଲେ। ବିହାରରେ ନୂଆ ସରକାର ଗଠନ ହେବା ପରଠାରୁ ନୀତିଶ କୁମାର ଖୁବ ଶୀଘ୍ର ଆରଜେଡ଼ିକୁ ବିହାର ଶାସନ ହସ୍ତାନ୍ତର କରିପାରନ୍ତି ଓ ଏହା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ବୋଲି ଅନୁମାନ କରାଯାଉଛି।
ନିକଟରେ ନୀତିଶ କୁମାର ନିକଟରେ ବିଜେପି ସହ ମେଣ୍ଟ ଭାଙ୍ଗି ବିହାରରେ ଆରଜେଡି ସହ ସରକାର ଗଠନ କରିଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶଙ୍କର ଯୋଗ୍ୟତା ରହିଛି ବୋଲି ପୂର୍ବରୁ ତେଜସ୍ୱୀ ଯାଦବ କହିସାରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।