News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ କାର୍ ଓ ବାଇକ୍ ଚଲାଇବାକୁ ପସନ୍ଦ କରୁଛନ୍ତି, ତେବେ ଏହି ଖବର ନିଶ୍ଚିତ ଭାବରେ ଆପଣଙ୍କୁ ଖୁସି କରିବ। ଆଜ୍ଞା ହଁ, ଆଗାମୀ ସମୟରେ, ଏକ୍ସପ୍ରେସୱେ ଓ ଜାତୀୟ ରାଜପଥରେ ଗତି ସୀମା ବୃଦ୍ଧି ଉପରେ ଏକ ମୋହର ଲାଗିବାକୁ ଯାଉଛି। ଏହା ଦ୍ବାରା ଆପଣ ଯାନର ହର୍ଣ୍ଣ ରୂପେରେ ସଙ୍ଗୀତ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣିବାକୁ ପାଇବେ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏକ୍ସପ୍ରେସୱେ ଓ ରାଜପଥରେ ଯାନବାହାନର ସର୍ବାଧିକ ବେଗ ସୀମା ବୃଦ୍ଧି ପ୍ରସ୍ତାବକୁ ବେଙ୍ଗାଲୁରୁରେ ପରିବହନ ବିକାଶ ପରିଷଦ (ଟିଡିସି) ବୈଠକରେ ଆଲୋଚନା କରାଯିବ।
ଆସନ୍ତାକାଲିଠାରୁ ତିନି ଦିନିଆ ସମ୍ମିଳନୀ 'ମନ୍ଥନ' ଆରମ୍ଭ ହେବଗାଡକରୀ କହିଛନ୍ତି ଯେ ଭାରତୀୟ ସଙ୍ଗୀତ ବାଦ୍ୟଯନ୍ତ୍ରର ଶବ୍ଦକୁ ଯାନର ହର୍ଣ୍ଣ ଭାବରେ ବ୍ୟବହାର କରିବା ପାଇଁ ଏକ ଆଇନ ଆଣିବାକୁ ଆଉ ଏକ ପ୍ରସ୍ତାବ ମଧ୍ୟ ଆଲୋଚନା ହେବ। ରାଜ୍ୟ ସରକାରଙ୍କ ଅଧୀନରେ ଆଇନ ଶୃଙ୍ଖଳା ପରିସ୍ଥିତି ଥିବାରୁ ଜାତୀୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବାର ଉପାୟ ଖୋଜିବା ପାଇଁ ସେ ରାଜ୍ୟ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଗୁରୁବାର ଭିତ୍ତିଭୂମି କ୍ଷେତ୍ର ସହ ଜଡିତ ସମସ୍ୟା ତଥା ଆହ୍ବାନ ଉପରେ ଆଲୋକପାତ କରି ତିନି ଦିନିଆ ସମ୍ମିଳନୀରେ ଗଡକରୀ 'ମନ୍ଥନ'ର ଉଦଘାଟନ କରିବେ।
ନୂଆ ଗତି ସୀମା କ’ଣ ହେବ!ବର୍ତ୍ତମାନ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଏକ୍ସପ୍ରେସୱେରେ କାରଗୁଡିକ ପାଇଁ ସର୍ବାଧିକ ବେଗ ସୀମା ୧୦୦ କିଲୋମିଟର ଘଣ୍ଟା ପ୍ରତି ହେବ। ଅନ୍ୟପକ୍ଷରେ, ବ୍ୟବସାୟିକ ଯାନ ପାଇଁ ଏହି ବେହ ସୀମା ୮୦ କିଲୋମିଟର ଘଣ୍ଟା ପ୍ରତି ହେବ। ଆଗାମୀ ସମୟରେ କାରଗୁଡିକର ଗତି ସୀମାକୁ ୧୨୦ କିଲୋମିଟରକୁ ବୃଦ୍ଧି କରାଯାଇପାରେ। ସେହିଭଳି ବାଣିଜ୍ୟିକ ଯାନ ପାଇଁ ଏହା ୮୦ ରୁ ୧୦୦ କିଲୋମିଟର ଘଣ୍ଟା ପ୍ରତି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
୬ଟି 'ଏୟାରବ୍ୟାଗ' ବିବେଚନା କରାଯାଉଛିଏହା ବ୍ୟତୀତ କେନ୍ଦ୍ର ସରକାର ଅକ୍ଟୋବରରୁ ଆଠ ସିଟ୍ ବିଶିଷ୍ଟ ଯାନରେ ଅତି କମରେ ୬ଟି 'ଏୟାରବ୍ୟାଗ' ରଖିବା ବାଧ୍ୟତାମୂଳକ କରିବାକୁ ବିଚାର କରୁଛନ୍ତି। ସୂଚନା ଦେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଘରୋଇ ଯାନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଚଳିତ ବର୍ଷ ନିଜେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ-୧୯୯ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଡ୍ରାଇଭର ଓ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଡି ଉତ୍ପାଦନକାରୀଙ୍କ ପାଇଁ ପଛ ସିଟ୍ 'ସିଟ୍ ବେଲ୍ଟ ଆଲାର୍ମ' ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବାକୁ ସରକାର ଯୋଜନା କରୁଛନ୍ତି। ବର୍ତ୍ତମାନ, ଗାଡି ନିର୍ମାତାମାନେ କେବଳ ଆଗ ସିଟରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ 'ସ୍ମାରକପତ୍ର' ପ୍ରଦାନ କରିବା ଆବଶ୍ୟକ। ଆଗାମୀ ସମୟରେ, ପଛରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ମଧ୍ୟ ଆବଶ୍ୟକ ହେବ, ଯେଉଁଥିରେ ଆଲାର୍ମ ବଜିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।