ଏଥର Niti ଆୟୋଗ ସ୍କୁଲରେ ଯୋଗାଇବ study material
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ସରକାରୀ ବିଦ୍ୟାଳୟରେ ଷଷ୍ଠ ରୁ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କୁ ପାଠପଢ଼ା ସାମଗ୍ରୀ ଯୋଗାଇବା ପାଇଁ NITI Aayog, EdTech କ୍ଷେତ୍ରର ଏକ ସର୍ବୋଚ୍ଚ କମ୍ପାନୀ BYJU's ସହିତ ସହଭାଗୀ ହୋଇଛି । ଗୁରୁବାର ଦିନ NITI ଆୟୋଗ ଏହି ପଦକ୍ଷେପ ଆରମ୍ଭ କରିଛି । ଦେଶର ୧୧୨ଟି ଜିଲ୍ଲାର ସରକାରୀ ବିଦ୍ୟାଳୟକୁ କମ୍ପାନୀ ମାଗଣାରେ "ପ୍ରିମିୟମ ଲର୍ଣ୍ଣିଂ ଉତ୍ସ" ( premium learning resources) ପ୍ରଦାନ କରିବ ।
ଏହି ପଦକ୍ଷେପ ଅନୁଯାୟୀ BYJU's ଦ୍ବାଦଶ ଓ ଯୁକ୍ତ ଦୁଇ ଶ୍ରେଣୀର ୩,୦୦୦ ମେଧାବୀ ଛାତ୍ରଙ୍କୁ ମାଗଣା କୋଚିଂ କ୍ଲାସ୍ ପ୍ରଦାନ କରିବ । ଏହାର ଆକାଶ ପ୍ରତିଷ୍ଠାନ ମାଧ୍ୟମରେ ଏହା ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ହେବ ।
ଏହି ପଦକ୍ଷେପ NITI ଆୟୋଗ ସିଇଓ ଅମିତାଭ କାନ୍ତ ଏକ ଭିଡିଓ ସମ୍ମିଳନୀ ମାଧ୍ୟମରେ ଆରମ୍ଭ କରିଥିଲେ । ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ ଯେ ମନୋନୀତ ଜିଲ୍ଲା ଅନ୍ତର୍ଗତ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ମାଗଣା ଶିକ୍ଷା ଉତ୍ସ ଯୋଗାଇବା ପାଇଁ NITI ଆୟୋଗ BYJU ର ସହଭାଗିତା କରୁଛି ।
ଆମେରିକୀୟ କୋଡିଂ ପ୍ଲାଟଫର୍ମ ଟାଇଙ୍କର୍ (Tynker) ଅକ୍ତିଆର କଲା
ଅନଲାଇନ୍ ଶିକ୍ଷା ଜଗତରେ BYJU's ଦ୍ରୁତ ଗତିରେ ବୃଦ୍ଧି ପାଉଛି । କମ୍ପାନୀ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ଅଧିଗ୍ରହଣ କରୁଛି । BYJU's ବର୍ତ୍ତମାନ ଆମେରିକୀୟ କୋଡିଂ ପ୍ଲାଟଫର୍ମ ଟାଇଙ୍କର୍ (Tynker) ହାସଲ କରିଛି । ଏହି କାଲିଫର୍ନିଆ ଭିତ୍ତିକ କମ୍ପାନୀ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ କୋଡିଂ ଶିକ୍ଷା ଦିଏ । ଏହି ଡିଲ୍ କେତେ ହୋଇଛି ତାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ । ଚଳିତ ବର୍ଷ ଏହା BYJU's ନବମ ଅଧିଗ୍ରହଣ ।
ଆମେରିକାର ବଜାରରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ BYJU's ଏହି ଚୁକ୍ତି କରିଛନ୍ତି ବୋଲି ବିଶ୍ୱାସ କରାଯାଉଛି । ଏହା ପୂର୍ବରୁ ଜୁଲାଇରେ କମ୍ପାନୀ ୫୦୦ ମିଲିୟନ ଡଲାରରେ ଆମେରିକୀୟ ଡିଜିଟାଲ ରିଡିଂ ପ୍ଲାଟଫର୍ମ ଏପିକ୍ ହାସଲ କରିଥିଲା । ସେହି ସମୟରେ କମ୍ପାନୀ କହିଥିଲା ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଆମେରିକୀୟ ବଜାରରେ ଏହାର ବିସ୍ତାର ପାଇଁ ଏହା ୭,୫୦୦ କୋଟି (୧ ବିଲିୟନ ଡ଼ଲାର) ଖର୍ଚ୍ଚ କରିବ ।
ଛଅ କୋଟି ପିଲା ଏହାକୁ ବ୍ୟବହାର କରନ୍ତି
କୋଡିଂ ଶିକ୍ଷାଦାନରେ ଟାଇଙ୍କର୍ ଏକ ବଡ଼ ନାମ । ଏହା ବର୍ତ୍ତମାନ ୧୫୦ଟି ଦେଶରେ ଏହାର ସେବା ପ୍ରଦାନ କରୁଛି । ଏହି ପ୍ଲାଟଫର୍ମକୁ ସାରା ବିଶ୍ୱରୁ ୬୦ ନିୟୁତ ପିଲା ବ୍ୟବହାର କରୁଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ଲକ୍ଷ ବିଦ୍ୟାଳୟରେ ପିଲାମାନଙ୍କୁ କୋଡିଂ ଶିକ୍ଷା ଦେଉଛି । କମ୍ପାନୀ ୨୦୧୩ରେ ପ୍ରତିଷ୍ଠିତ ହୋଇଥିଲା । ଏହି ପ୍ଲାଟଫର୍ମ ପିଲାମାନଙ୍କ ପାଇଁ କମ୍ପ୍ୟୁଟର ସାଇନ୍ସ, ପ୍ରୋଗ୍ରାମିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରେ, ଯାହାଫଳରେ ସେମାନେ ଟେକ୍ନୋଲୋଜି ଦୁନିଆରେ ଭଲ କାମ କରିପାରିବେ ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।