News18 Odia Digital
Niti Aayog Meeting Today: ଆଜି ନୂଆ ଦିଲ୍ଲୀରେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ଯକ୍ଷତା(NITI Aayog Governing Council) କରିବେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ୪ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ । ଏହି ତାଲିକାରେ ପଞ୍ଜାବର ସିଏମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନାର ସିଏମ ଚନ୍ଦ୍ରଶେଖର ରାଓଙ୍କ ନାମ ସାମିଲ ଅଛି। ଏହି ବୈଠକରେ ମୁଖ୍ୟ ବିଷୟ ବିକଶିତ ଭାରତ@ ୨୦୪୭; ଟିମ ଇଣ୍ଡିଆର ଭୂମିକା।
ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଏକ ଚିଠି ଲେଖିଥିଲେ । ଚିଠିରେ ଅଫିସରଙ୍କର ଟ୍ରାନସଫର ଓ ପୋଷ୍ଟିଂକୁ ନେଇ କେନ୍ଦ୍ରସରକାର ଆଣିଥିବା ଅଧ୍ଯାଦେଶ ଯୋଗୁଁ କେଜ୍ରିୱାଲ ବୈଠକରେ ଯୋଗ ଦେବେ ନାହିଁ । ସିଏମ କେଜ୍ରିୱାଲ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରର ଅଧ୍ୟାଦେଶକୁ କେବଳ ଦିଲ୍ଲୀରେ ନୁହେଁ ସାରା ଭାରତରେ ବିରୋଧ ହେଉଛି । ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକ ପ୍ରଗତି ମୈଦାନ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକର ଅଧ୍ଯକ୍ଷତା କରିବେ ।
କର୍କଟ ରାଶିରେ ପ୍ରବେଶ କରିଛନ୍ତି ମଙ୍ଗଳ ଓ ଶୁକ୍ର; ୩ ରାଶିଙ୍କ ଉପରେ ବିପଦ!ନୀତି ଆୟୋଗର ଏହି ବୈଠକରେ MSME ,Infrastructure, Women's Empowerment, Skill Development ଓ ସ୍ବାସ୍ଥ୍ୟ ଓ ପୋଷଣ, ଗତି ଶକ୍ତି ମୁଖ୍ୟ ପ୍ରସଙ୍ଗ ରହିବ । ନୀତି ଆୟୋଗ ଏହା ମଧ୍ୟ କହିଛି ଯେ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ସିଏମ ଓ ଉପରାଜ୍ୟପାଳଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।