ଆଜିଠୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିବେ ବଜେଟ୍ ସମ୍ବନ୍ଧୀୟ ବୈଠକ

Pre-Budget Meetings: ଆଜିଠାରୁ ବଜେଟ୍ ସମ୍ବନ୍ଧୀୟ ବୈଠକ ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ଠାରୁ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିନ୍ନ ଭିନ୍ନ ବୈଠକରେ ଯୋଗଦେବେ।

ଆଜିଠୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିବେ ବଜେଟ୍ ସମ୍ବନ୍ଧୀୟ ବୈଠକ

ଆଜିଠୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିବେ ବଜେଟ୍ ସମ୍ବନ୍ଧୀୟ ବୈଠକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବଜେଟ୍ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତାକାଲି ଠାରୁ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀର ସଦସ୍ୟ ମଧ୍ୟ ଯୋଗଦେବେ, ଯାହାଙ୍କ ସହ ଅର୍ଥମନ୍ତ୍ରୀ ମଧ୍ୟ ପୃଥକ ପୃଥକ ବୈଠକ କରିବେ।

ଆସନ୍ତାକାଲି ଏହି ଲୋକଙ୍କ ସହିତ ଏକ ସାକ୍ଷାତ ହେବ

ସୋମବାର ସେ ଦୁଇ ଗୋଷ୍ଠୀର ଭିତ୍ତିଭୂମି ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଶିଳ୍ପପତି ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବେ। ନଭେମ୍ବର ୨୨ରେ, ସୀତାରମଣ କୃଷି ଏବଂ କୃଷି ପ୍ରକ୍ରିୟାକରଣ କ୍ଷେତ୍ରର ପ୍ରତିନିଧୀଙ୍କୁ ଭେଟିବେ। ଦିନ ପରେ ସେ ପୁଞ୍ଜି ବଜାର ଏବଂ ଆର୍ଥିକ କ୍ଷେତ୍ରର ପ୍ରତିନିଧୀଙ୍କୁ ଭେଟିବେ।

୨୪ ଏବଂ ୨୮ରେ ମଧ୍ୟ ହେବ ବୈଠକ

ସେବା, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ରର ପ୍ରତିନିଧୀମାନେ ନଭେମ୍ବର ୨୪ରେ ତାଙ୍କୁ ଭେଟି କେନ୍ଦ୍ର ବଜେଟ୍ ୨୦୨୩-୨୪ ପାଇଁ ବିଭାଗୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ନଭେମ୍ବର ୨୮ରେ, ସୀତାରମଣ ଟ୍ରେଡ ୟୁନିୟନ ଏବଂ ଶ୍ରମିକ ସଙ୍ଗଠନର ପ୍ରତିନିଧୀ ତଥା ଅର୍ଥନୀତିଜ୍ଞଙ୍କୁ ଭେଟିବେ। ୨୦୨୩ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିବାର ସମ୍ଭାବନା ରହିଛି।

ସୀତାରମଣଙ୍କ ପଞ୍ଚମ ବଜେଟ୍

ଏହି ମାସରେ ଭାରତରେ ପ୍ରକାଶ ପାଇଥିବା ମୁଦ୍ରାସ୍ଫୀତି ହାର ରିପୋର୍ଟରେ ଉନ୍ନତି ଦେଖିବାକୁ ମିଳିଛି। କିନ୍ତୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ହାରଠାରୁ ମୁଦ୍ରାସ୍ଫୀତି ଅଧିକ ରହିଛି। ପରବର୍ତ୍ତୀ ବଜେଟରେ ଏହି ଆହ୍ବାନର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦାୟିତ୍ବ ରହିବ। ଏହି ବଜେଟ୍ ଅର୍ଥମନ୍ତ୍ରୀଙ୍କ ପଞ୍ଚମ ବଜେଟ୍ ହେବ। ଏଥିରେ ନିଯୁକ୍ତି ସୁଯୋଗ ବୃଦ୍ଧି ଠାରୁ ଆରମ୍ଭ କରି ଭାରତକୁ ବିମୁଦ୍ରାକରଣରୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ବ ମଧ୍ୟ ସେମାନଙ୍କ କାନ୍ଧରେ ରହିବ।
Published by:Lipina Das
First published: